Odisha news

କାହିଁକି ୩ବର୍ଷ ହେଲାଣି ଲିଭୁନି ମଣିପୁର ହିଂସା ?

0

ପୁଣି ତେଜିଲା ମଣିପୁର ରେ ହିଂସା , ୨୦୨୩ ରୁ ଚାଲିଥିବା ହିଂସା ପୁଣି ଘନେଇଲା ,ଉଗ୍ରବାଦୀ ରଚିଲେ ମହାତାଣ୍ଡବ ,ତାଣ୍ଡବର ଶିକାର ହେଲେ ନିରୀହ ଗ୍ରାମବାସୀ ,କଣ ମଣିପୁର ରେ ଫେରିବ ନାହିଁ ସାମାନ୍ୟ ଜୀବନ ? କେବେ ଥମିବ ଏହି ହିଂସାର ବିଭୀଷିକା ?

ମଣିପୁର ଆଉଥରେ ହୋଇଛି ହିଂସାର ଶିକାର, ଆଉଥରେ ବାରୂଦ ର ଗନ୍ଧ ବ୍ୟାପି ଯାଇଛି , ଗତ ତିନିବର୍ଷ ରୁ ଜାତିଗତ ସଂଘର୍ଷ କୁ ନେଇ ନିଆଁ ଜଳୁଛି, ଶୁକ୍ରବାର ଦିନ ପୁଣି ସେହି ମୃତ୍ୟୁ ର ନିଅଁ ଆଉଥରେ ଜଳି ଲୋକଙ୍କ କ୍ଷତ କୁ ସତେଜ କରିଦେଇଛି l ମଣିପୁର ର କାଙ୍ଗପୋକପି ଜିଲ୍ଲାର ଲୋଈବୋଲ ଖୁଲେନ ଗ୍ରାମରେ ଶୁକ୍ରବାର ପ୍ରାୟ ୪ ସମୟରେ ଅଚାନକ ଗୁଳି ର ଶବ୍ଦ ଶୁଣିବାକୁ ମିଳିଥିଲା, ଯେତେବେଳେ କି ଲୋକେ ଠିକ ରେ ନିଦ ରୁ ଉଠି ନଥିଲେ, ଉଗ୍ରବାଦୀ ମାନେ ଗାଁ କୁ ଆକ୍ରମଣ କରି ୭ଟି ଘରକୁ ଜାଳି ଦେଇଛନ୍ତି, ଏହି ଆକ୍ରମଣ ରେ ଜଣେ ମହିଳାଙ୍କ ସମେତ ୩ଜଣ ଗ୍ରାମୀଣ ଙ୍କର ମୃତ୍ୟୁ ହୋଇଛି,  ଏହି ଘଟଣା ପରେ ସମଗ୍ର ଅଂଚଳରେ ଉତେଜନା ଦେଖା ଦେଇଛି, ମଣିପୁର ରେ ୨୦୨୩ ରୁ ନେଇ ଜାତିଗତ ହିଂସା ଚାଲିହି, ୨୦୨୩ ରୁ ନେଇ ବର୍ତମାନ ସୁଧା ୨୫୦ ରୁ ଉର୍ଧ୍ଵ ଲୋକ ପ୍ରାଣ ହରାଇ ସାରିଛନ୍ତି, ଯାହାକି ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନ ସୃଷ୍ଟି କରିଛି l

କୁକୀ-ଜୋ ସଂଘଠନ ପକ୍ଷରୁ ଏହି କାର୍ଯ୍ୟପାଇଁ NSCN ଏବଂ ତାର ସହଯୋଗୀ ZUF କୁ ଦାୟୀ କରିଛି, ସଂଗଠନ ପକ୍ଷରୁ କୁହାଯାଇଛି ଯେ ଏହି ଆକ୍ରମଣ ସୁନିୟୋଯିତ ଥିଲା, ଏବଂ ନିର୍ଦୋଷ ଲୋକଙ୍କ ହତ୍ୟା ଓ ଘର ପୋଡିବା ହେଉଛି ମାନବିକତାର କ୍ଷୁର୍ଣ୍ଣ ହେବା ସହିତ ସମାନ , ସଂସ୍ଥା ପକ୍ଷରୁ ପ୍ରଶାସନ କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି l ଦୀର୍ଘ ୩ବର୍ଷ ହେଲାଣି ଆରମ୍ଭ ହୋଇଥିବା ଜାତୀୟ ହିଂସା ଅଟକିବାର ନାଁ ଧରୁନାହିଁ l

କାହିଁକି ୩ବର୍ଷ ହେଲାଣି ଲିଭୁନି ମଣିପୁର ହିଂସା ?

ଘଟଣାଟି ଆରମ୍ଭ ହୋଇଥିଲା ୨୦୨୩ ରେ, ମେତୋଇ ଜନଜାତି କୁ ଅନୁସୂଚିତ ଜନଜାତି ରେ ସ୍ଥାନ ଦେବାକୁ ଦାବି ହେବାପରେ ରାଜ୍ୟରେ ମେତୋଇ ଓ କୁକୀ-ଜୋ ସମୁଦାୟ ମଧ୍ୟରେ ସଂଘର୍ଷ ହୋଇଥିଲା, ଦେଖୁଦେଖୁ ଏହି ହିଂସା ସାରା ରାଜ୍ୟରେ ବ୍ୟାପି ଯାଇଥିଲା, ହଜାର ହଜାର ଲୋକ ଘର ଛାଡିବାକୁ ବାଧ୍ୟ ହୋଇଥିଲେ, ଏବଂ ରାଜ୍ୟର ଅନେକ ସ୍ଥାନରେ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ ହୋଇ ଯାଇଥିଲା l

ସରକାରୀ ଓ ମିଡ଼ିଆ ରିପୋର୍ଟ ଅନୁସାରେ ବର୍ତମାନ ସୁଧା ୨୫୦ ଲୋକଙ୍କର ମୃତ୍ୟୁ ହୋଇସାରିଛି, ଏବଂ ପାଖାପାଖି ୬୦ ହଜାର ଲୋକ ବିସ୍ଥାପିତ ହୋଇ ସାରିଛନ୍ତି, ଶରଣାର୍ଥୀ ଶିବିର ରେ ରହିଥିବା ଲୋକେ ଆଜି ମଧ୍ୟ ଗୋଟିଏ ସାମାନ୍ୟ ଜୀବନକୁ ଅପେକ୍ଷା କରି ରହିଛନ୍ତି l କିନ୍ତୁ ଲଗାତାର ଚାଲିଥିବା ଘଟଣା କୁ ଦେଖି ଲାଗୁଚି ମଣିପୁର ଶାନ୍ତି ବର୍ତମାନ ମଧ୍ୟ  ଅନେକ ଦୂରରେ l

Govt
Leave A Reply