Odisha news

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଦୁଇ ଦିନିଆ ପ୍ରଶିକ୍ଷଣ ଅଭିଯାନ ଉଦଯାପିତ 

0
ବାଲିଗୁଡା, ତା, ୨୭/୦୫:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ରାଣୀଦୁର୍ଗା ରେସିଡେନ୍ସୀ ପରିସର ମଧ୍ୟରେ ଭାଜପା ପକ୍ଷରୁ ୨ ଦିନିଆ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଅଭିଯାନ -୨୦୨୬ ଶିବିର ଉଦଯାପିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କନ୍ଧମାଳ ଭାଜପା ପ୍ରଭାରୀ ପୃଥିବୀରାଜ ମହାପାତ୍ର, ରାଜ୍ୟ ସାଧାରଣ ତଥା ବର୍ଗ ପ୍ରଶିକ୍ଷକ ବିରଞ୍ଚି ନାରାୟଣ ତ୍ରିପାଠୀ, କନ୍ଧମାଳ ବର୍ଗ ପ୍ରଭାରୀ ରଶ୍ମିମୟୀ ପଟ୍ଟନାୟକ, ବରଗଡ଼ ଜିଲା ପ୍ରଭାରୀ ତଥା ବର୍ଗ ପ୍ରଶିକ୍ଷକ ବାସୁଦେବ ବାରିକ, ଦଳର ଜିଲା ସଭାପତି ପଣ୍ଡିତ ବିଶି ମାଝୀ, ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଜଗନ୍ନାଥ ସାହୁ, ରାଜ୍ୟ ପଦାଧିକାରୀ ଅଶୋକ ମିଶ୍ର,ପ୍ରମୁଖ ମଞ୍ଚାସୀନ ରହି ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏଥିରେ ୧୮୦ ରୁ ଉର୍ଦ୍ଧ ପ୍ରଶିକ୍ଷାର୍ଥୀ ଯୋଗ ଦେଇ ଥିଲେ l ଦଳରେ ଶୃଙ୍ଖଳା, ସାଙ୍ଗଠନିକ ମଜଭୁତ ଓ ଦେଶ ପାଇଁ ସେବା ମନୋବୃତ୍ତି ଆଦିକୁ ପ୍ରଶିକ୍ଷଣରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ସଂଚାଳନ ସମିତିର ବର୍ଗ ପ୍ରମୁଖ ଦେବେନ୍ଦ୍ର କୁଦେଇ, ବ୍ୟବସ୍ଥା ପ୍ରମୁଖ ଅଜିତ ସାହୁ, ସୁବାଷ ସାହୁ, ନିୟନ୍ତ୍ରକ ସୁକାନ୍ତ କୁମାର ସାହୁ, ସନ୍ତୋଷ କୁମାର ସାହୁ, କାର୍ଯ୍ୟକ୍ରମ ପ୍ରମୁଖ ମାନ ଗୋବିନ୍ଦ ପ୍ରଧାନ, ଦେବାଶିଷ ପ୍ରିୟଦର୍ଶୀ ସାହୁ ପ୍ରମୁଖ ପରିଚାଳନା କରିଥିଲେ। ଜିଲାର ସମସ୍ତ ବ୍ଲକର ଦଳୀୟ ମଣ୍ଡଳ ସଭାପତି, ମଣ୍ଡଳ ସମ୍ପାଦକ ଓ ଅନ୍ୟ କର୍ମକର୍ତ୍ତାଙ୍କୁ ଏହି ପ୍ରଶିକ୍ଷଣ ପ୍ରଦାନ କରାଯାଇଛି।
Govt
Leave A Reply