ଓଡ଼ିଶାରେ ବଢ଼ୁଛି ଜିଓଭାରତ ୪ଜି ଫୋନ୍ ଲୋକପ୍ରିୟତା; ଲାଇଭ୍ କ୍ରିକେଟ୍, ମନୋରଞ୍ଜନ ଏବଂ ସହଜ ଡିଜିଟାଲ୍ ପେମେଣ୍ଟ ସୁବିଧା ଚାହିଦା ବୃଦ୍ଧି କରୁଛି
– ଜିଓଭାରତ ଲାଇଭ୍ କ୍ରିକେଟ୍, ଅତ୍ୟାଧୁନିକ ମନୋରଞ୍ଜନ, ୟୁପିଆଇ ପେମେଣ୍ଟ ସୁବିଧା ଓ ଆଲର୍ଟ ଏବଂ ସୁରକ୍ଷା ଶିଲ୍ଡ ଫିଚର୍ ଗୁଡ଼ିକୁ ଗୋଟିଏ ସୁଲଭ ଫୋନରେ ଏକାଠି କରିଛି
– ଜିଓଭାରତ ଫୋନରେ ମାସିକ ରିଚାର୍ଜ ପ୍ଲାନ ମାତ୍ର ୧୨୩ ଟଙ୍କା ରହିଛି, ଯାହା ଅସୀମିତ ଭଏସ୍ କଲ୍ ଏବଂ ୧୪ ଜିବି ହାଇ-ସ୍ପିଡ୍ ଡାଟା ପ୍ରଦାନ କରୁଛି
ଭୁବନେଶ୍ୱର: ରିଲାଏନ୍ସ ଜିଓର ଅତ୍ୟଧିକ ସୁଲଭ ୪ଜି ଫିଚର୍ ଫୋନ୍ ଜିଓଭାରତ ଏହାର ବହୁବିଧ ଅନନ୍ୟ ବୈଶିଷ୍ଟ୍ୟ ଯୋଗୁଁ ସାରା ଓଡ଼ିଶାରେ ଜନସାଧାରଣ ତଥା କ୍ଷୁଦ୍ର ବ୍ୟବସାୟୀଙ୍କ ମଧ୍ୟରେ ଦ୍ରୁତ ଗତିରେ ଲୋକପ୍ରିୟତା ହାସଲ କରୁଛି। ଚଳିତ କ୍ରିକେଟ୍ ଋତୁରେ କ୍ରିକେଟ୍ ପ୍ରତି ବଢ଼ୁଥିବା କ୍ରେଜ୍ ଏବଂ ସହଜ ଡିଜିଟାଲ୍ ପେମେଣ୍ଟ ଭଳି ଫିଚର୍ ବଳରେ ଜିଓଭାରତ ମାତ୍ର କିଛି ମାସ ମଧ୍ୟରେ ସାରା ଓଡ଼ିଶାରେ ଲୋକପ୍ରିୟ ପସନ୍ଦ ଭାବରେ ଉଭା ହୋଇଛି।
ରାଜ୍ୟର ଲକ୍ଷ ଲକ୍ଷ ଉପଭୋକ୍ତାଙ୍କ ପାଇଁ, ଜିଓର ଡିଜିଟାଲ୍ ଇକୋସିଷ୍ଟମ୍ ସମ୍ବଳିତ ଜିଓଭାରତ ଫୋନ ଉପଭୋକ୍ତାଙ୍କ ପାଇଁ ଲାଇଭ୍ କ୍ରିକେଟ୍ ଆକ୍ସନ୍ ଉପଭୋଗ କରିବା, ସଙ୍ଗୀତ ଷ୍ଟ୍ରିମ୍ କରିବା ଏବଂ ଶହ ଶହ ଲାଇଭ୍ ଟିଭି ଚ୍ୟାନେଲ୍ ଦେଖିପାରିବା ସମ୍ଭବ କରିଥାଏ, ଯାହା ଏହାକୁ ପରିବାର, ଯୁବପିଢ଼ି ଏବଂ ଦୋକାନୀମାନଙ୍କ ପାଇଁ ଏକ ଆକର୍ଷଣୀୟ ବିକଳ୍ପ କରିଛି। ଜିଓଭାରତ ଫୋନରେ ମାସିକ ରିଚାର୍ଜ ପ୍ଲାନ ମଧ୍ୟ ମାତ୍ର ୧୨୩ ଟଙ୍କାରେ ଉପଲବ୍ଧ, ଯାହା ଅସୀମିତ ଭଏସ୍ କଲ୍ ଏବଂ ୧୪ ଜିବି ହାଇ-ସ୍ପିଡ୍ ଡାଟା ପ୍ରଦାନ କରେ।
କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ, ଜିଓଭାରତ ଫୋନ୍ ଏହାର ‘ସାଉଣ୍ଡ ପେ’ ଫିଚର୍ ମାଧ୍ୟମରେ ଅତିରିକ୍ତ ବ୍ୟବସାୟିକ ଉପଯୋଗିତା ପ୍ରଦାନ କରେ, ଯାହା ଫୋନରୁ ସିଧାସଳଖ ୟୁପିଆଇ ପେମେଣ୍ଟ ପାଇଁ ତୁରନ୍ତ ଅଡିଓ କନଫର୍ମେଶନ ପ୍ରଦାନ କରି ପୃଥକ ସାଉଣ୍ଡ ବକ୍ସ କିମ୍ବା ମାସିକ ଭଡ଼ା ଦେବାର ଆବଶ୍ୟକତାକୁ ଦୂର କରେ। ଏହା ଉଭୟ ଛୋଟ ବ୍ୟବସାୟ ଏବଂ ଗ୍ରାହକମାନଙ୍କ ପାଇଁ ଲାଭଦାୟକ ହୋଇଛି।
ସୁରକ୍ଷା ଦୃଷ୍ଟିରୁ ମଧ୍ୟ ଜିଓଭାରତ ଫୋନ୍ଟି ବେଶ ଉନ୍ନତ ରହିଛି। ଜିଓଭାରତ କମ୍ପାନିଅନ ଆପ୍ ମାଧ୍ୟମରେ, ବ୍ୟବହାରକାରୀମାନେ ସୁରକ୍ଷା-କେନ୍ଦ୍ରିତ ବୈଶିଷ୍ଟ୍ୟଗୁଡ଼ିକୁ ଉପଯୋଗ କରିପାରିବେ, ନିଜ ପ୍ରିୟଜନଙ୍କ ପାଇଁ ସେମାନଙ୍କର ଲୋକେସନ ସେୟାର କରିପାରିବେ, ସ୍ପାମ୍ କଲ୍ଗୁଡ଼ିକୁ ରୋକି ପାରିବେ, ଫୋନ୍ର ବ୍ୟାଟେରୀ ସ୍ଥିତି ଏବଂ ଆପ୍ ବ୍ୟବହାର ଉପରେ ନଜର ରଖିପାରିବେ। ଏହି ବୈଶିଷ୍ଟ୍ୟ ନିଶ୍ଚିତ କରେ ଯେ କଲ୍ କେବଳ ସୀମିତ ନମ୍ବର ଗୁଡ଼ିକୁ କରାଯାଇପାରିବ ଏବଂ ସେମାନଙ୍କଠାରୁ କଲ୍ ଗ୍ରହଣ (ରିସିଭ) କରାଯାଇପାରିବ, ଯାହା ଦ୍ୱାରା ଫୋନ୍ର ଅପବ୍ୟବହାରକୁ ରୋକାଯାଇପାରିବ।
ସର୍ବଧୁନିକ ମନୋରଞ୍ଜନ, ସୁରକ୍ଷିତ ଯୋଗାଯୋଗ, ସହଜ ୟୁପିଆଇ କାରବାର ସୁବିଧା, ସବୁକିଛି ଏକ ସୁଲଭ ୪ଜି ଫିଚର ଫୋନ ମଧ୍ୟରେ ଏକତ୍ର କରି, ଜିଓଭାରତ ଓଡ଼ିଶାର ଦୁର୍ଗମ ତଥା ଦୂରଦୂରାନ୍ତ ଅଞ୍ଚଳରେ ଡିଜିଟାଲ୍ ଉପଲବ୍ଧତା ଏବଂ ଅନ୍ତର୍ଭୁକ୍ତିକରଣକୁ ଆଗକୁ ବଢା଼ଉଛି। ଛୋଟ ବ୍ୟବସାୟୀମାନଙ୍କଠାରୁ ଆରମ୍ଭ କରି ଯୁବପିଢ଼ି ପର୍ଯ୍ୟନ୍ତ, ଏହି ଫୋନ୍ ଏହାର ଉପଯୋଗୀତା ଏବଂ କମ ମୂଲ୍ୟ ପାଇଁ ସାରା ରାଜ୍ୟରେ ଲୋକପ୍ରିୟତା ହାସଲ କରୁଛି।