Odisha news

ରିଲାଏନ୍ସ ଫାଉଣ୍ଡେସନର ପ୍ରୟାସ ମାଧ୍ୟମରେ ୩,୦୦୦ ଗାଁରେ ଲୋକଙ୍କ ଜୀବନରେ ଆସିଛି ପରିବର୍ତ୍ତନ

0

– ଓଆରଏଫ ସହିତ ମିଳିତ ଅଧ୍ୟୟନରେ ଏକ ଦଶନ୍ଧି ମଧ୍ୟରେ ଜୀବିକା ଏବଂ ଗ୍ରାମୀଣ ଜୀବନରେ ଉନ୍ନତି ଆସିଥିବା ଜଣାପଡିଛି

– ସ୍ଥାନୀୟ ଅନୁଷ୍ଠାନ ଏବଂ ସମୁଦାୟ ଅଂଶଗ୍ରହଣକୁ ସ୍ୱାବଲମ୍ବୀ ଗ୍ରାମ ପାଇଁ ଚାବିକାଠି ଭାବରେ ଚିହ୍ନଟ କରାଯାଇଛି

ନୂଆଦିଲ୍ଲୀ, ମଇ ୧୧, ୨୦୨୬: ରିଲାଏନ୍ସ ଫାଉଣ୍ଡେସନ ଏବଂ ଅବଜରଭର ରିସର୍ଚ୍ଚ ଫାଉଣ୍ଡେସନ (ଓଆରଏଫ) ଗ୍ରାମୀଣ ବିକାଶରେ ଦଶ ବର୍ଷର କାର୍ଯ୍ୟର ମୂଲ୍ୟାଙ୍କନ କରି ଏକ ପ୍ରମୁଖ ଅଧ୍ୟୟନ ପତ୍ର ପ୍ରକାଶ କରିଛନ୍ତି। ଏହି ଅଧ୍ୟୟନରେ ଦେଶର ଚାରୋଟି ରାଜ୍ୟର ୩,୦୦୦ ଗାଁରେ ହୋଇଥିବା ପରିବର୍ତ୍ତନର ଆକଳନ କରାଯାଇଛି।

ଅଧ୍ୟୟନଟିରେ ଉଲ୍ଲେଖ କରାଯାଇଛି ଯେ ଦୃଢ଼ ସ୍ଥାନୀୟ ପ୍ରତିଷ୍ଠାନ, ସ୍ଥାନୀୟ ଲୋକଙ୍କ ଅଂଶଗ୍ରହଣ ଏବଂ ସହଯୋଗମୂଳକ ପ୍ରୟାସ ଏହି ଗ୍ରାମଗୁଡ଼ିକ ମଧ୍ୟରେ ଜୀବିକା ଏବଂ ଜୀବନଧାରଣ ମାନରେ ଉନ୍ନତି ଆଣିଛି।

ଏହି ଗବେଷଣା ଓଡ଼ିଶାର ବଲାଙ୍ଗୀର, ମଧ୍ୟପ୍ରଦେଶର ମଣ୍ଡଳା, ଆନ୍ଧ୍ର ପ୍ରଦେଶର ଆଡୋନି ଏବଂ ଗୁଜରାଟର ରାଧନପୁରରେ କରାଯାଇଥିବା କାର୍ଯ୍ୟ ଉପରେ ଆଧାରିତ। ଏହା ୨,୧୦୦ ରୁ ଅଧିକ ପରିବାରଙ୍କ ଜୀବନରେ ଦେଖାଯାଇଥିବା ପରିବର୍ତ୍ତନଗୁଡ଼ିକୁ ଅଧ୍ୟୟନ ଓ ସମୀକ୍ଷା କରିଛି।

ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ଆଲୋଚନାଚକ୍ରରେ, ନୀତି ବିଶେଷଜ୍ଞ, ଗବେଷକ ଏବଂ ବିକାଶ କାର୍ଯ୍ୟରେ ଯୋଡିହୋଇ ରହିଥିବା ବ୍ୟକ୍ତିବିଶେଷ ଆତ୍ମନିର୍ଭରଶୀଳ ଗ୍ରାମ ଗଠନ ପାଇଁ ରଣନୀତି ଉପରେ ଆଲୋଚନା କରିଥିଲେ।

ଓଆରଏଫର ଉପାଧ୍ୟକ୍ଷ ଡକ୍ଟର ନୀଲାଞ୍ଜନ ଘୋଷ କହିଛନ୍ତି ଯେ ପ୍ରଭାବଶାଳୀ ଗ୍ରାମୀଣ ବିକାଶ ପାଇଁ ସ୍ଥାନୀୟ ଆବଶ୍ୟକତା ସହିତ ସମନ୍ୱୟ ରକ୍ଷା କରି କାମ କରିବା ଜରୁରୀ। ଅନ୍ୟପକ୍ଷରେ ରିଲାଏନ୍ସ ଫାଉଣ୍ଡେସନର ମୁଖ୍ୟ ବିକାଶ ଅଧିକାରୀ ସୁଦର୍ଶନ ସୁଚି କହିଛନ୍ତି ଯେ ଗ୍ରାମଗୁଡ଼ିକ ସେତେବେଳେ ଆତ୍ମନିର୍ଭରଶୀଳତା ହାସଲ କରନ୍ତି ଯେତେବେଳେ ଲୋକମାନେ ମିଳିତ ଭାବରେ ସମାଧାନ ପ୍ରସ୍ତୁତ କରନ୍ତି ଏବଂ ସ୍ଥାନୀୟ ଅନୁଷ୍ଠାନଗୁଡ଼ିକୁ ସୁଦୃଢ଼​​ହୋଇଥାନ୍ତି।

ରିଲାଏନ୍ସ ଫାଉଣ୍ଡେସନର ଗ୍ରାମୀଣ ପରିବର୍ତ୍ତନ କାର୍ଯ୍ୟକ୍ରମର ମୁଖ୍ୟ ଅଭିନବ ସେନ୍ କହିଛନ୍ତି ଯେ ତଥ୍ୟ, କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ସ୍ଥାନୀୟ ସମୁଦାୟ ଅଂଶଗ୍ରହଣ ଜରିଆରେ ଗ୍ରାମ ପଞ୍ଚାୟତଗୁଡ଼ିକୁ ଆହୁରି ସଶକ୍ତ କରାଯାଇପାରିବ।

ଏହି ଆଲୋଚନାରେ ମହିଳା ଏବଂ ଯୁବପିଢ଼ିଙ୍କ ଅଂଶଗ୍ରହଣ ବୃଦ୍ଧିକରିବା, ପରିବେଶ ସଂରକ୍ଷଣ ଏବଂ ଡିଜିଟାଲ୍ ପ୍ରଯୁକ୍ତିର ଦାୟିତ୍ୱପୂର୍ଣ୍ଣ ପ୍ରୟୋଗର ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା।

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ପ୍ରକାଶ କରାଯାଇଥିଲା ଯେ ଏହା ଶିକ୍ଷା, ସ୍ୱାସ୍ଥ୍ୟସେବା, ଗ୍ରାମୀଣ ବିକାଶ, ମହିଳା ସଶକ୍ତିକରଣ ଏବଂ କ୍ରୀଡା ଭଳି କ୍ଷେତ୍ରରେ ସକ୍ରିୟ ଭାବରେ କାର୍ଯ୍ୟ କରୁଛି ଏବଂ ଏପର୍ଯ୍ୟନ୍ତ ଦେଶର ୯.୭ କୋଟିରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିପାରିଛି।

 

Govt
Leave A Reply