Odisha news

UAE ରେ ପ୍ରଧାନମନ୍ତ୍ରୀ ଙ୍କ ଭବ୍ୟ ସ୍ୱାଗତ , ଆକାଶ ମାର୍ଗରେ F -16 ଦେଲା ସିକ୍ୟୁରିଟି

0

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୧୫ ମଇ ୫ଟି ଦେଶ ଗସ୍ତରେ ଯାଇଛନ୍ତି, ଏହି ଗସ୍ତରେ UAE , ସ୍ୱିଡ଼େନ , ନରୱେ, ଇଟାଲୀ ଓ ନେଦରଲ୍ୟାଣ୍ଡ ସାମିଲ ରହିଛି, ଏହି ସମୟରେ ସେ ୫ ଦେଶ ର ବଡ଼ବଡ଼ ନେତାଙ୍କ ସହିତ ଉଚ୍ଚ ସ୍ତରୀୟ ବୈଠକ କରିବେ, ପ୍ରଧାନମନ୍ତ୍ରୀ ମୋଦି UAE ର ଆବୁଧାବି ରୁ ନିଜର ଗସ୍ତ ଆରମ୍ଭ କରିଛନ୍ତି, ସେଠାରେ ସେ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜୟଦ ଅଲ ନାହୟାନ ଙ୍କ ସହିତ ସାକ୍ଷାତ କରିଛନ୍ତି , UAE ର ଏୟାର ସ୍ପେସ ରେ ଏଣ୍ଟ୍ରି କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦି ଙ୍କ ବିମାନ କୁ UAE ର F 16 ଜେଟ ବିମାନ ସୁରକ୍ଷା ଦେଇଥିଲା l

ସୂଚନା ଯୋଗ୍ୟ ଯେ UAE ର ରାଷ୍ଟ୍ରପତି ଦ୍ୱିପାକ୍ଷିକ ମୁଦ୍ଦା , ବିଶେଷ ଭାବରେ ଉର୍ଜା ସହଯୋଗ, ଓ ଅଂଟା ରାଷ୍ଟ୍ରୀୟ ମୁଦ୍ଦା ଉପରେ ଚର୍ଚା କରିଛନ୍ତି, ବିଦେଶ ମନ୍ତ୍ରଣାଳୟ ର ପ୍ରବକ୍ତା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଙ୍କ ଏହି ଗସ୍ତର ଉଦେଶ୍ୟ ରହିଛି ବିଶ୍ୱୟିକ ସହଯୋଗ ଅଧିକ ମଜବୁତ କରିବା , ଏହି ଗସ୍ତ ସମୟରେ UAE  ରେ ମୋଦି ଙ୍କୁ ଆବୁଧାବି ରେ ବିମାନ ଅବତରଣ ପରେ ଗାର୍ଡ ଅଫ ଅନର ଦିଆଯାଇଥିଲା l

ପ୍ରଧାନମନ୍ତ୍ରୀ ଙ୍କର ଏହି ୟୁଏଇ ଗସ୍ତ ଏଥିପାଇଁ ଖୁବ ଗୁରୁତ୍ୱପୂର୍ଣ ଅଟେ ଉଭୟ ଦେଶ ଙ୍କ ମଧ୍ୟରେ ରଣନୀତି ଓ ଆର୍ଥିକ ସମ୍ବନ୍ଧ ଆହୁରି ମଜବୁତ ହେବ, ବର୍ତମାନ ୟୁଏଇ ରେ ୪.୫ ମିଲିୟନ ରୁ ଅଧିକ ଭାରତୀୟ ରହୁଛନ୍ତି l ପ୍ରଧାନମନ୍ତ୍ରୀ ମୋଦି ୟୁଏଇ ରେ ୪ ଘଣ୍ଟା ଅତିବାହିତ କରିବା ପରେ ୧୫-୧୭ ମଇ ପର୍ଯ୍ୟନ୍ତ ନେଦରଲ୍ୟାଣ୍ଡ ଗସ୍ତରେ ଚାଲି ଯାଇଥିଲେ l ୧୭-୧୮ ମଇ ସ୍ୱିଡ଼େନ ଗସ୍ତରେ ଯିବେ , ୧୮-୧୯ ମଇ ନରୱେ ଗସ୍ତ କରିବେ , ଏବଂ ନିଜ ଯାତ୍ରାର ଶେଷ ଦିନ ୧୯-୨୦ ମଇ ଇଟାଲୀ ଗସ୍ତରେ ଯିବେ l

Govt
Leave A Reply