ଏହି ଭାରତଭୂମି ରେ ଅନେକ ମହାନ ନୀତିଜ୍ଞ ଜନ୍ମ ହୋଇଛନ୍ତି l ସେମାନେଙ୍କ ମଧ୍ୟରେ ଭୀଷ୍ମ, ବିଦୁର, ମନୁ, ଶୁକ୍ରାଚାର୍ଯ୍ୟ, ବୃହସ୍ପତି, ପର୍ଶୁରାମ, ଚାଣକ୍ୟ, ହର୍ଷବର୍ଦ୍ଧନ, ବାଣ ଭଟ ଇତ୍ୟାଦି ଅନେକ ନୀତିଜ୍ଞ l ଏହି ମାନଙ୍କ ମଧ୍ୟରୁ ଜଣେ ହେଲେ ବିଦୁର l ବିଦୁର ଧୃତରାଷ୍ଟ୍ର ଙ୍କର ସାବତ ଭାଇ ଥିଲେ , ଯିଏକି ଜଣେ ଦାସୀ ପୁତ୍ର ଥିଲେ l କିନ୍ତୁ ବିଦୁର ଖୁବ ଜ୍ଞାନୀ ଥିଲେ l ଯିଏକି ନିଜର ନୀତିଶିକ୍ଷା ମାଧ୍ୟମରେ ସମାଜ କୁ ଦିଗଦର୍ଶନ କରାଇଥିଲେ l
ଜୀବନକୁ ଅନ୍ଧକାର କରି ଦେଇଥାଏ ଏହିସବୁ ଅଭ୍ୟାସ –
* କ୍ରୋଧ – ବିଦୁରଙ୍କ ନୀତି ଅନୁସାରେ କ୍ରୋଧ ମଣିଷର ବଡ଼ ଶତ୍ରୁ ଅଟେ l କାମ, କ୍ରୋଧ ଓ ଲୋଭ ଏହି ୩ଟି ପ୍ରକାର ପ୍ରକୃତି ଦୁଃଖର ମାର୍ଗ ଆଡକୁ ମଣିଷକୁ ଟାଣି ନେଇଥାଏ l ଏହି ୩ଟି ପ୍ରକୃତି ଆତ୍ମାର ବିନାଶ କରିଥାଏ, ତେଣୁ ଏଠାରୁ ସର୍ବଦା ଦୁରେଇ ରହିବ ଜରୁରୀ l
* ଇର୍ଷା – ଇର୍ଷା ର ଅର୍ଥ ଅନ୍ୟକୁ ଘୃଣା କରିବା, ଅନ୍ୟ ଉପରେ ଅସନ୍ତୁଷ୍ଟ ରହିବ, ଅନ୍ୟ ଉପରେ ସର୍ବଦା ଭୋଜ ହୋଇ ରହିବା, ସର୍ବଦା ସନ୍ଦେହ ବା ସଙ୍କାରେ ରହିବ ବ୍ୟକ୍ତି ସବୁବେଳେ ଦୁଖୀ ରହିଥାଏ l ଏହା ଜୀବନ କୁ ଅନ୍ଧକାର କରି ଦେଇଥାଏ l ଏହିସବୁ ପ୍ରକୃତିରେ ଲିପ୍ତ ରହିବ ବଦଳରେ ସବୁବେଳେ ଖୁସି ରୁହ , ସନ୍ତୁଷ୍ଟ ରୁହ l ଏହି ସବୁ ଗୁଣ ଯେଉଁ ବ୍ୟକ୍ତି ନିକଟରେ ରହିଥାଏ ତାର ସମାଜ ରେ ସମ୍ପର୍କ ଖରାପ ହୋଇଥାଏ l
* ବିଶ୍ୱାସ କରିବା – ଯିଏ ବିଶ୍ୱାସର ପlତ୍ର ନୁହେଁ ତାକୁ କଦାପି ବିଶ୍ୱାସ କରନ୍ତୁ ନାହିଁ l କିନ୍ତୁ ଯିଏ ବିଶ୍ୱାସ ପାଇଁ ଯୋଗ୍ୟ ତା ଉପରେ ଅଧିକ ବିଶ୍ୱାସ କରନ୍ତୁ ନାହିଁ l ନିଜ କର୍ମରେ ବିଶ୍ୱାସ କରନ୍ତୁ l ଯେଉଁ ବ୍ୟକ୍ତି କାହାରି ବିଶ୍ୱାସ କରେ ନାହିଁ ଓ ବନ୍ଧୁଙ୍କୁ ପରିତ୍ୟାଗ କରିଥାଏ ସେ ଅଧର୍ମୀ ହୋଇଥାଏ l
* ନିଜର ପ୍ରଶଂସା କରିବା – ନିଜର ପ୍ରଶଂସା କରିବା ଖୁବ ଭଲ, କିନ୍ତୁ ଅନ୍ୟର ନିନ୍ଦା କରି ନିଜର ପ୍ରଶଂସା କରିବା ଆଦୌ ଠିକ ନୁହେଁ l ଯିଏ ଅନ୍ୟର ନିନ୍ଦା ସବୁବେଳେ କରିଥାଏ ତାର ଜୀବନ ନର୍କ ଗାମୀ ହୋଇଥାଏ ଓ ସେ ସର୍ବଦା ଅନ୍ଧକାର ମଧ୍ୟରେ ଜୀବନ ଅତିବାହିତ କରେ l
* ମୂର୍ଖ – ଯେଉଁ ବ୍ୟକ୍ତିକୁ କିଛି ପଚରା ନଗଲେ ମଧ୍ୟ ନିଜର ମତ ସମସ୍ତ ସ୍ଥାନରେ ଆଗୁଆ ରଖିଥାଏ ସେଭଳି ବ୍ୟକ୍ତିର ବିନାଶ ଖୁବ ଶୀଘ୍ର ହୋଇଥାଏ l କାହିଁକି କଥାରେ ଅଛି ଅତି ପରିଚୟେ ଗୌରବ ନଷ୍ଟ l ଯିଏ ଜ୍ଞାନୀ ଓ ବୁଦ୍ଧିମାନ ସେ ଅଧିକ ଚୁପ ରହିଥାଏ l