Odisha news

ମମତାଙ୍କ ବୈଠକ ରୁ ୧୦ ବିଧାୟକ ଗାୟବ

0

ପଶ୍ଚିମବଙ୍ଗ ରାଜନୀତି ବର୍ତମାନ ରହିଛି ଚର୍ଚାରେ, ବିଧାନସଭା ମତଦାନ ରେ ବିପୁଳ ଭୋଟ ରେ ପରାଜୟ ପରେ ଟିଏମସି ପକ୍ଷରୁ ଆତ୍ମ ମନ୍ଥନ ଆରମ୍ଭ ହୋଇଯାଇଛି l ମମତାଙ୍କ ପକ୍ଷରୁ ବିଧାୟକ ମାନଙ୍କର ବୈଠକ ତାଙ୍କ କାଳୀଘାଟ ସ୍ଥିତ ବାସଭବନ କୁ ଡକା ଯାଇଥିଲା, ଯେଉଁଥିରେ ୭୦ ବିଧାୟକ ଉପସ୍ଥିତ ଥିଲେ ଓ ୧୦ ବିଧାୟକ ଗାୟବ ଥିଲେ l
ଏହି ୧୦ ବିଧାୟକ ଙ୍କ ଅନୁପସ୍ଥିତି ପଶ୍ଚିମବଙ୍ଗ ରାଜନୀତି ରେ ଆଲୋଚନାର ବିଷୟ ପାଲଟିଛି l ଟିଏମସି ମତଦାନ ରେ ହାରିବା ପରେ ବିଧାନସଭା ଭିତରେ ଓ ବାହାରେ ରଣନୀତି ପ୍ରସ୍ତୁତି ପାଇଁ ଏହି ବୈଠକ ଡକା ଯାଇଥିଲା l
ମମତା ପଶ୍ଚିମବଙ୍ଗ ରାଜନୀତି ରେ ୧୫ ବର୍ଷ ଶାସନ କରିବା ପରେ ବିଯୋରୀ ରୁ ପରାଜୟ କୁ ମମତା ଠିକ ରେ ଗ୍ରହଣ କରିପାରୁ ନାହାନ୍ତି , କିନ୍ତୁ ଅଚାନକ ଦଶ ବିଧାୟକ ଙ୍କ ଅନୁପସ୍ଥିତି କୁ ନେଇ ତୃଣମୂଳ କଂଗ୍ରେସ ରେ ହଲଚଲ ସୃଷ୍ଟି ହୋଇଛି l କିନ୍ତୁ ତୃଣମୂଳ କଂଗ୍ରେସ ପକ୍ଷରୁ ପରେ ଅନୁପସ୍ଥିତ ଥିବା ବିଧାୟକ ମାନଙ୍କର କାରଣ ସ୍ପଷ୍ଟ କରାଯାଇଥିଲା ଏବଂ କୁହାଯାଇଥିଲା ଯେ ଅଲଗା ଅଲଗା କାରଣରୁ ବିଧାୟକ ମାନେ ମିଟିଂ ରେ ପହଂଚି ନଥିଲେ l
ମମତା ନିଜ କାଳୀଘାଟ ବାସଭବନ ରେ କହିଥିଲେ ଯେ ବିଜେପି ବିଧାନସଭା ଭୋଟ ଚୋରି କରିଛି ଏବଂ ଭୋଟ ଗଣତି ସମୟରେ ଭୁଲ ଗଣନା କରାଯାଇଛି l ଏବଂ ଏହି ବୈଠକ ରେ ମମତା କହିଥିଲେ ଯେ ଆଗକୁ ଟିଏମସି ର ରଣନୀତି ଖୁବ କଠୋର ରହିବ l

Govt
Leave A Reply