Odisha news

ଯଦି ମମତା ବାନାର୍ଜୀ ଦେବେନାହିଁ ଇସ୍ତଫା ତେବେ ତାଙ୍କୁ ଗାଦିରୁ କାଢ଼ିବ ପାଇଁ କଣ ରହିଛି ‘ଲ ‘

0

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ମମତା ସରକାର ନିଜର ପରାଜୟ କୁ ସହଜରେ ଗ୍ରହଣ କରିପାରୁ ନାହିଁ l ମମତା କହିଛନ୍ତି ଯେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେନାହିଁ l ମମତାଙ୍କ ର ଏହି ବୟାନ ଗୋଟିଏ ବଡ଼ ପ୍ରଶ୍ନ ଠିଆ କରି ଦେଇଛି, ପ୍ରଶ୍ନ ଉଠୁଛି ଯେ ଯଦି କେହି ମୁଖ୍ୟମନ୍ତ୍ରୀ ମତଦାନ ରେ ହାରିଯାଏ ତେବେ କଣ ସେ ସେହି ପଦବୀ ରେ ରହିପାରିବ ? ଏବଂ ଏଥିପାଇଁ ସମ୍ବିଧାନ ରେ କଣ ରହିଛି ନିୟମ ?

ରାଜନୀତିଜ୍ଞ ଙ୍କ ମତ ଅନୁସାରେ ଯେତେବେଳେ କୌଣସି ରାଜ୍ୟରେ ମତଦାନ ହୋଇଥାଏ ଏବଂ ଯେଉଁ ଦଳ ବିଜୟୀ ହୋଇଥାଏ ସେହିଁ ସରକାର ଗଢିଥାଏ, ଅନ୍ୟଦଳ କୁ ଯିବାକୁ ପଡିଥାଏ l ଏହା ଗୋଟିଏ ସାଧାରଣ ଉପାୟ, କିନ୍ତୁ ମମତା ବାନାର୍ଜୀ କହିଛନ୍ତି ଯେ ସେ ନିଜ ପଦବୀ ରୁ ଇସ୍ତଫା ଦେବଏହାହିଁ l ଯଦି ମମତା ମୁଖ୍ୟମନ୍ତ୍ରୀ ପଦବୀ ଛାଡିବାକୁ ଯାଉ ନାହାନ୍ତି ତେବେ ତାଙ୍କ ପାଇଁ ନିୟମ କଣ ରହିଛି ?

ରାଜନୈତିକ ଙ୍କ ମତ ଅନୁସାରେ ସମ୍ବିଧାନ ୧୬୪ ଧାରା ଅନୁସାରେ ମୁଖ୍ୟମନ୍ତ୍ରୀ ଓ ବାକି ମନ୍ତ୍ରୀ ରାଜ୍ୟପାଳ ଙ୍କ ଇଚ୍ଛା ଅନୁସାରେ ନିଜ ପଦବୀ ରୁ ଇସ୍ତଫା ଦେଇପାରିବେ l ତେଣୁ ରାଜ୍ୟପାଳ ଚାହିଁଲେ ମମତା ଙ୍କୁ ତାଙ୍କ ପଦବୀ ରୁ ହଟାଇପାରିବେ l ଯଦି ଧାରା ୩୫୬ ଅନୁସାରେ ଯଦି ମମତା ନିଜକୁ ମୁଖ୍ୟମନ୍ତ୍ରୀ ମାନୁଛନ୍ତି ତେବେ ନିଷ୍ପତି ରାଜ୍ୟପାଳ ନେବେ, ଏବଂ ଏପରି ସ୍ଥିତି ରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବ l

Govt
Leave A Reply