Odisha news

ସି ବି ଏସ ଇ ଦଶମ ପରୀକ୍ଷା ରେ ଆଦର୍ଶ ବିଦ୍ୟାଳୟ ଛାତ୍ର ବାଜି ମାରିଲା 

0
ବାଲିଗୁଡା, ତା, ୧୬/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): ସିବିଏସଇ ଦଶମ ବୋର୍ଡ ପରୀକ୍ଷା ବୁଧବାର ପ୍ରକାଶିତ ହୋଇଛି l ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ସଲପଗାଁରେ ଥିବା ଆଦର୍ଶ ବିଦ୍ୟାଳୟର ୬୩ ଜଣ ପରୀକ୍ଷାର୍ଥି ଦଶମ ପରୀକ୍ଷା ଦେଇଥିବା ବେଳେ ୫୭ ଜଣ ଉତୀର୍ଣ୍ଣ ହୋଇଛନ୍ତି I ୬ ଜଣ ପରୀକ୍ଷାର୍ଥିଙ୍କ କେତୋଟି ବିଷୟରେ ନମ୍ବର କମ ରହିଥିବା କାରଣରୁ ଆଗାମୀ ଦିନରେ ଉକ୍ତ ବିଷୟ ଗୁଡିକରେ ପରୀକ୍ଷା ଦେଇ ଉତୀର୍ଣ୍ଣ ହେବାର ବ୍ୟବସ୍ଥା ସିବିଏସ ବୋର୍ଡ ପକ୍ଷରୁ କରାଯାଇଛି I ଚଳିତ ସିବିଏସଇ ବୋର୍ଡ଼ ପରୀକ୍ଷାରେ ଆଦର୍ଶ ବିଦ୍ୟାଳୟ ସଲପଗାଁର ୯୬.୪ ପ୍ରତିଶତ ରଖି ଜୀବନ ଜ୍ୟୋତି ଭୋଇ ପ୍ରଥମ, ୯୪.୬ ପ୍ରତିଶତ ରଖି ଅନ୍ଵେଷା ନାୟକ ଦ୍ଵିତୀୟ ଏବଂ ୯୦. ୮ ପ୍ରତିଶତ ରଖି ଭବାନୀ ତିଆଡ଼ି ତୃତୀୟ ସ୍ଥାନ ଅଧିକାର କରିଛନ୍ତି I ଅନ୍ୟାନ୍ୟ ବର୍ଷ ତୁଳନାରେ ଚଳିତ ବର୍ଷ ସଲପଗାଁ ଆଦର୍ଶ ବିଦ୍ୟାଳୟ ର ପରୀକ୍ଷା ଫଳ ସନ୍ତୋଷ ଜନକ ନଥିବା ଅଭିଭାବକ ମହଲରେ ଚର୍ଚ୍ଚା ହେଉଛି I ବିଗତ ବର୍ଷ ଗୁଡିକରେ ପରୀକ୍ଷା ଫଳ ଶତ ପ୍ରତିଶତ ସହ ମାର୍କରେ ୯୭ ପ୍ରତିଶତରୁ ଅଧିକା ରହୁଥିବା ବେଳେ ସେହି ପରିମାଣରେ ଚଳିତ ବର୍ଷ ମାର୍କ ନରହିବା କାରଣରୁ ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି I
Govt
Leave A Reply