ଆଜିକାଲି ରାତିରେ ଭୋଜନ କରିବା ଖୁବ ସାଧାରଣ କଥା ହୋଇଯାଇଛି, ବିଶେଷ ଭାବରେ ସହରୀ ଲୋକେ ରାତି ୧୧ ଟା ବେଳକୁ ରାତ୍ରି ଭୋଜନ କରନ୍ତି, କିନ୍ତୁ ଆଜିର ଯୁଗରେ ଡେରିରେ ରାତ୍ରି ଭୋଜନ କରିବା ହେଉଛି ସବୁ ରୋଗର ମୂଳ କାରଣ, ରାତ୍ରି ଭୋଜନ ଡେରିରେ କରିବା ଦ୍ୱାରା ମଧୁମେହ, ମୋଟାପା, ବ୍ଲଡ଼ ପ୍ରେସର, ହାର୍ଟ ଷ୍ଟ୍ରୋକ ର ବିପଦ ଅଧିକ ବଢି ଯାଉଛି ବୋଲି ନିକଟରେ ଗୋଟିଏ ରିସର୍ଚ୍ଚ ରେ ଦର୍ଶା ଯାଇଛି l

ଏକ୍ସପର୍ଟ ଙ୍କ ମତରେ ରାତ୍ରି ଭୋଜନ ସନ୍ଧ୍ୟା ୭ଟା ରୁ ସାଢେ ୭ ମଧ୍ୟରେ କରିବା ଜରୁରୀ l ଏବଂ ରାତ୍ରି ଭୋଜନ ସବୁବେଳେ ହାଲୁକା ରହିବା ଆବଶ୍ୟକ ଅଟେ l

ରାତିରେ ହାଲୁକା ଭୋଜନ କାହିଁକି କରିବା ଆବଶ୍ୟକ ?
ରାତିରେ ଆମ ଶରୀର ଅଧିକ ସମୟ ଆରାମ ନେଇଥାଏ, ଏବଂ ଏହି ସମୟ ରେ ପାଚନ କ୍ରିୟା ଖୁବ ଧୀରେ ହୋଇଥାଏ, ଯଦି ଆମେ ଡେରିରେ ଖାଦ୍ୟ ଖାଉ ଓ ହେଭି ଖାଦ୍ୟ ଖାଉ ତେବେ ଏହା ହଜମ ହେବାରେ ଅସୁବିଧା ହୋଇଥାଏ l ଯେଉଁ କାରଣରୁ ଗ୍ୟାସ, ପେଟ ଯନ୍ତ୍ରଣା, ଓ ଏସିଡ଼ିଟି ହୋଇଥାଏ l

ଭଲ ନିଦ୍ରା – ଶୀଘ୍ର ରାତ୍ରି ଭୋଜନ କରିବା ଦ୍ୱାରା ଭଲ ନିଦ ହୋଇଥାଏ, ଶୋଇବାର ୩ଘଣ୍ଟା ପୂର୍ବରୁ ଖାଦ୍ୟ ଖାଇବା ଜରୁରୀ l ଯାହାଦ୍ୱାରା ଖାଦ୍ୟ ହଜମ ହୋଇଥାଏ ଓ ଭଲ ନିଦ ହୋଇଥାଏ l
ରାତିରେ କଣ ଖାଇବା ଜରୁରୀ –
ଏକ୍ସପର୍ଟ ଙ୍କ ମତରେ ରାତି ଭୋଜନ ରେ ବିନା ତେଲ ଓ ବିନା ମସଲା ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ, ରାତି ସମୟରେ କମ କ୍ୟାଲୋରୀ ଯୁକ୍ତ ଭୋଜନ ଗ୍ରହଣ କରନ୍ତୁ l ଏବଂ ଠିକ ଭାବରେ ବିଶ୍ରାମ ନେଇ ସୁସ୍ଥ ରହିପାରିବେ l

ରାତିରେ ଡେରିରେ ଖାଇଲେ କଣ ହୁଏ –
ରାତ୍ରି ଭୋଜନ ଯଦି ଡେରିରେ କରୁଚୁ ଖାଦ୍ୟ ଠିକ ଭାବରେ ହଜମ ହୋଇପାରେ ନାହିଁ, ନିଦ ବାଧା ପ୍ରାପ୍ତ ହୋଇଥାଏ, ପେଟ ଗ୍ୟାସ ଓ ଏସିଡ଼ିଟି ସମସ୍ୟାର ସମୁଖୀନ ହୁଏ l ସନ୍ଧ୍ୟା ସମୟରେ ଶରୀର ର ମେଟାବୋଲିଯିମ ଖୁବ ଧୀର ହୋଇଥାଏ, ଯେଉଁ କାରଣରୁ ଫ୍ୟାଟ ବର୍ନ ହେବା ସ୍ଥାନରେ ଫ୍ୟାଟ ସ୍ତର ହୋଇଥାଏ l