Odisha news

କନ୍ଧମାଳ ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଉଦଯାପିତ

0
ବାଲିଗୁଡ଼ା, ତା, ୧୫/୨ (ସଞ୍ଜୟ କୁମାର ପାଣିଗ୍ରାହୀ):  ମିଶନ ଶକ୍ତି ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୁଲ୍ୟରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ର ଦଣ୍ଡପଦର ସ୍ଥିତ ଯାତ୍ରା ପଡିଆ ଠାରେ ୭ ଦିନ ଧରି ଆୟୋଜିତ ହୋଇଥିବା ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଉଦଯାପିତ ହୋଇଯାଇଛି। ଏଥିରେ ଓଡ଼ିଶାର ମହିଳା ଉଦ୍ୟୋଗୀ ଓ ସାଂସ୍କୃତିକ ପରମ୍ପରା ସମ୍ପର୍କିତ କନ୍ଧମାଳ ଜିଲ୍ଲା ଓ ରାଜ୍ୟର ଅନେକ ଜିଲ୍ଲାରୁ ସ୍ୱାବଲମ୍ବୀ ମହିଳା ମାନେ ଆସି ନିଜର ଦକ୍ଷତା ପ୍ରତିପାଦନ କରିବା ସହିତ ଅନ୍ୟ ମାନଙ୍କ ନିମନ୍ତେ ଏହି ମେଳାରେ ଉଦାହରଣ ସୃଷ୍ଟି କରିଥିଲେ। ଏହି ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳାର ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଫୁଲବାଣୀ ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର , ବାଲିଗୁଡ଼ା ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ବାଲିଗୁଡ଼ା ଉପ ଜିଲ୍ଲାପାଳ ଶ୍ରୀମତୀ ପ୍ରଣୀତା ଦାସ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭମ ଭୋସଲେ ପ୍ରମୁଖ ଯୋଗଦାନ କରିଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସ୍ୱାବଲମ୍ବୀ ସୁଭଦ୍ରା ମାଆ ମାନେ ନିଜର ଦକ୍ଷତା ଅନୁଯାୟୀ ୧୧୩ ଟି ଷ୍ଟଲରେ ବିଭିନ୍ନ ପ୍ରକାରର ସାମଗ୍ରୀ ବିକ୍ରୀ କରି ରୋଜଗାର ମଧ୍ୟ କରିଥିଲେ। ରାଜ୍ୟ ସ୍ତରୀୟ ସୁଭଦ୍ରା ଶକ୍ତି ମେଳା ର ଉଦଘାଟନ ଦିନ ଠାରୁ ଉଦଯାପନୀ ଦିବସ ପର୍ଯ୍ୟନ୍ତ ରାଜ୍ୟ ର ବଛା ବଛା କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷ ରାତ୍ରୀରେ ଓଡ଼ିଶା ର ସୁନାମ ଧନ୍ୟ କଳାକାର ରୁକୁ ସୁନା ଓ ସାଥୀ କଳାକାର ଙ୍କ ସଙ୍ଗୀତ ଓ ନୃତ୍ୟ ରେ ଝୁମିଥିଲେ ଦର୍ଶକ। ଏହି ୭ ଦିନିଆ ମେଳାରେ ଷ୍ଟଲ ଗୁଡିକରେ ଭାଗ ନେଇଥିବା ସ୍ୱୟଂ ସହାୟିକା ଗୋଷ୍ଠି ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l
Leave A Reply