କାହିଁକି ୧୩ବର୍ଷ ର ଝିଅକୁ ଉତ୍ତରାଧିକାରୀ ବାଛିଲେ କିମ ଜୋଙ୍ଗ ? କଣ ଆଗକୁ ଆଉ ନଜର ଆସିବେ ନାହିଁ କିମ ଜଙ୍ଗ ? ଏହା ପଛରେ ରହିଛିକି କିଛି ଉଦେଶ୍ୟ ନା କିମ ଜୋଙ୍ଗ ଉନ ହୋଇଗଲେଣି ରୋଗ ଗ୍ରସ୍ତ l ଯେଉଁ ତାନା ସାହା ଭୟରେ ଦିନେ ଭୟଭୀତ ହେଉଥିଲା ଆମେରିକା ଆଜି ସେ କାହିଁକି ନିଜ ଝିଅକୁ ଆଣୁଚି ଲୋକ ଲୋଚନ କୁ ?
୧୮ ନଭେମ୍ବର ୨୦୨୨ , ନର୍ଥ କୋରିଆ ରାଜଧାନୀ ରେ ‘ହ୍ୱାସୋଙ୍ଗ -17’ ଇଣ୍ଟରକଣ୍ଟିନେଣ୍ଟାଲ ବାଲାଷ୍ଟିକ ମିଶଇଳ ର ଲଂଚିଙ୍ଗ ଥିଲା, ଏହି ଇଭେଣ୍ଟ ରେ ତାନାସାହା କିମ ଜଙ୍ଘ ଉନ ଙ୍କର ହାତ ଧରି ଗୋଟିଏ ୧୦ ବର୍ଷର ଝିଅଟିକୁ ଦେଖିବାକୁ ମିଳିଥିଲା , ଧଳା ରଙ୍ଗର କୋଟ ସହିତ ଗୋଟିଏ କଳାରଙ୍ଗ ର ପ୍ୟାଣ୍ଟ ପିନ୍ଧିଥିଲା ଝିଅଟି, ଏବଂ ଉତର କୋରିଆ ଗଣମାଧ୍ୟମ ସେହି ଝିଅଟିକୁ “ଡ଼ିଅର ଡଟର ” ବୋଲି ସମ୍ବୋଧନ କରୁଥିବାର ଶୁଣିବାକୁ ମିଳୁଥିଲା l
ଏହାପରେ ଗତ ୩ବର୍ଷ ମଧ୍ୟରେ ପ୍ରତ୍ୟେକ ବଡ଼ବଡ଼ କାର୍ଯ୍ୟକ୍ରମରେ କିମ ଙ୍କ ସହିତ ସେହି ଝିଅଟିକୁ ଦେଖିବାକୁ ମିଳୁଛି, ସେ ହେଉଛନ୍ତି ଉତର କୋରିଆ ଶାସକ କିମି ଜଙ୍ଘ ଊନ ଙ୍କ ଝିଅ, ତାଙ୍କ ନାମ ହେଲା କିମ ଜୁ ଏ , ବର୍ତମାନ କିମ ଯୁ ଏ ଉତର କୋରିଆର ପ୍ରଥମ ମହିଳା ତାନା ସାହା ହେବାକୁ ଯାଉଛନ୍ତି l
କିମ ଜଙ୍ଘ ତାଙ୍କର ଫ୍ୟାମିଲି ଲାଇଫ କୁ ଖୁବ ଗୋପନୀୟ ରଖିଥାଆନ୍ତି, ୨୦୧୧ ରେ ଗାଦି ସମ୍ଭାଳିବା ପରେ କିମ ଜଙ୍ଘ ଙ୍କୁ ତାଙ୍କର ଏହି ଝିଅଟି ସହିତ ସବୁବେଳେ ଦେଖିବାକୁ ମିଳିଥାଏ l
ମିଡ଼ିଆ ରିପୋର୍ଟ ର ତଥ୍ୟ ଅନୁସାରେ କିମ ଜଙ୍ଘ ଙ୍କ ଝିଅ କିମ ଯୁ ଘରେ ହିଁ ଶିକ୍ଷା ଗ୍ରହଣ କରନ୍ତି , ଏହାଛଡା ତାଙ୍କର ହର୍ଷ ରାଇଡିଙ୍ଗ , ସୁଇମିଙ୍ଗ ଓ ସ୍କେଟିଂ ର ଟ୍ରେନିଂ ମଧ୍ୟ ଦିଆଯାଉଛି, କିମ ଯୁ ନିଜ ପିତାଙ୍କ ବରିଷ୍ଠ ଅଧିକାରୀଙ୍କ ବ୍ୟତୀତ ୪ଟି ମହିଳାଙ୍କ ସହିତ କଥାବାର୍ତା କରି ଥାଆନ୍ତି, ସେମାନଙ୍କ ମଧ୍ୟରେ ତାଙ୍କ ମା ରୀ ସୋଲ ଯୁ, ତାଙ୍କ ପିଉସୀ କିମ ୟୋ ଜଙ୍ଘ, ବିଦେଶମନ୍ତ୍ରୀ ଚୋଏ ସୋନ ଏବଂ ତାଙ୍କ ପିତାଙ୍କ ନିକଟତର ଥିବା ହ୍ୱାନ ସାଙ୍ଗ ସାମିଲ ରହିଛନ୍ତି l
ବର୍ତମାନ କିମ ଜଙ୍ଗ୍ଙ୍କ ର ପ୍ରତ୍ୟେକ କାର୍ଯ୍ୟକ୍ରମ ରେ ତାଙ୍କ ଝିଅଙ୍କୁ ଆଗ ଧାଡିରେ ଦେଖିବାକୁ ମିଳୁଛି ଯେଉଁଠି ଝିଅର ହାତ ଧରି କିମ ନିଜ ନିକଟ ଆସନରେ ବସାଉଛନ୍ତି, ଏବଂ ତାଙ୍କୁ ତାଙ୍କ ପିତାଙ୍କ ସମକକ୍ଷ ସମ୍ମାନ ମିଳୁଛି, ଆର୍ମି କମାଣ୍ଡର ତାଙ୍କୁ ଅଭିବାଦନ କରୁଛନ୍ତି l ବର୍ତମାନ କିମ ଯୁ ଙ୍କର ମିଲିଟାରୀ ଟ୍ରେନିଂ ଆରମ୍ଭ ହୋଇନାହିଁ , ଏବଂ ତାଙ୍କୁ ବର୍ତମାନ ମାତ୍ର ୧୪ ବର୍ଷ , ତେଣୁ ୧୮ ବର୍ଷ ନହେବା ପର୍ଯ୍ୟନ୍ତ କିମ ଯୁ ଙ୍କୁ ସମ୍ପୂର୍ଣ ଟ୍ରେନିଂ ଦେଇ ଉତର କୋରିଆର ଗୋଟିଏ ଦୃଢ଼ ନେତ୍ରୀ କରି ଦେଶ କୁ ସମର୍ପଣ କରିବେ କିମ ଜଙ୍ଘ ଉନ , ୨୦୨୫ ରେ ଉତର କୋରିଆ ତାନା ସାହା ନିଜ ବାପା ଙ୍କ ସହିତ ଚୀନ ଗସ୍ତରେ ଯାଇଥିଲେ କିମି ଯୁ l