Odisha news

କଣ ମୁମ୍ବାଇ ରେ ଆଉଥରେ ଆରମ୍ଭ ହେବ ଗ୍ୟାଙ୍ଗ ୱାର ର ନୂଆ ଯୁଗ ?

0

ମାୟା ନଗରୀ ମୁମ୍ବାଇ ବଲିଉଡ ସହିତ ଅଣ୍ଡର ୱାର୍ଲଡ ଗ୍ୟାଙ୍ଗ ୱାର କୁ ନେଇ ପ୍ରାୟ ସବୁବେଳେ ଚର୍ଚାରେ ରହି ଆସିଥାଏ, ଯେଉଁଠି କେବେ ସମୟ ଥିଲା ଡ଼ନ ଦାଉଦ ଇବ୍ରାହିମ ର ରାଜ ଚାଲିଥିଲା, ବଲିଉଡ ରେ ଦାଉଦ ର ଭୟ ଥିଲା, ବଲିଉଡ କଳାକାର ଡି କମ୍ପାନୀ କୁ ଭୟ କରୁଥିଲେ, କିନ୍ତୁ ସେହି ସମୟକୁ ଅନେକ ବର୍ଷ ବିତି ଯାଇଛି, କିନ୍ତୁ ବର୍ତମାନ ଗୋଟିଏ ନୂଆ ନାମ କୁ ନେଇ ଚର୍ଚା ଚାଲିଛି – ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ l

ଫରକ କେବଳ ଏତିକି ଯେ ଦାଉଦ ଦୁବାଇ ଓ କରାଚୀ ରୁ ଅପରେଟ କରୁଥିଲା, ଯେବେଲି ଲରେନ୍ସ ଜେଲ ରେ ବସି ଧମକ ଦେଉଛି ଓ ଆତଙ୍କର ନେଟୱାର୍କ ଚଳାଉଛି l ଏହାର ତାଜା ମାମଲା ହେଉଛି ବଲିଉଡ ନାୟକ ରଣବୀର ସିଂ ଙ୍କୁ ମିଳିଥିବା ହ୍ଵାଟ୍ସଆପ ଭଏସ ନୋଟ, ରଣବୀର ସିଂ ଅଭିନୀତ ଚଳଚିତ୍ର ଧୁରନ୍ଧର ବକ୍ସ ଅଫିସ ରେ ସୁପର ହିଟ  ହୋଇ ଭଲ ରୋଜଗାର କରିଥିଲା, ଯାହାକୁ ନେଇ ରଣବୀର ସିଂ  ଙ୍କୁ ପଇସା ମାଗିବା ସହିତ ନଦେଲେ ଜୀବନରୁ ମରିବାର ଧମକ ଦିଆଯାଇଛି l ଏହାକୁ ନେଇ ମୁମ୍ବାଇ ପୋଲିସ ହାଇ ଆଲର୍ଟ ରେ ରହିଛି, କିନ୍ତୁ ଏହି ମାମଲା ପ୍ରତମ ଥର ପାଇଁ ଆସିନାହିଁ l

ମୁମ୍ବାଇ ପୋଲିସ ର ସାଇବର ସେଲ ଓ କ୍ରାଇମ ବ୍ରାଞ୍ଚ ମିଳିତ ଭାବରେ ଏହି ଭଏସ ମେସେଜ କୁ ଯାଞ୍ଚ କରୁଛନ୍ତି, ଏବଂ ଆଇପି ଅଡ୍ରେସ, ଭରଚୁଆଲ ନମ୍ବର ଓ ସମ୍ଭାବିତ ଲୋକେସନ ଯାଞ୍ଚ ଚାଲିଛି l ଏବଂ ପୋଲିସ ଯାଞ୍ଚ କରୁଛି ଯେ ଏହା କୌଣସି ଅସଲି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ର ନା କିଏ ଲରେନ୍ସ ନାମର ବ୍ୟବହାର କରି ଏଭଳି କରିଛି l ଠିକ ଏହାର ୧୧ ଦିନ ପୂର୍ବରୁ ରୋହିତ ସେତୀ ଙ୍କୁ ଧମକ ମିଳିଥିଲା, ମିଳିଥିବା ସୂଚନା ଅନୁସାରେ ୨ଟି ମାମଲାରେ ଲରେନ୍ସ ଗ୍ୟାଙ୍ଗ ର ନାମ ସାମ୍ନାକୁ ଆସୁଛି l

ଏପରି ସ୍ଥିତିରେ ପ୍ରଶ୍ନ ଉଠୁଛି ଯେ କଣ ଏହା ଲରେନ୍ସ ଗ୍ୟାଙ୍ଗ ଓ ପୁରୁଣା ଡି -କମ୍ପାନୀ ମଧ୍ୟରେ କୌଣସି ଭରଚୁଆଲ ଯୁଦ୍ଧ, ଯେବେକି ଦାଉଦ ଇବ୍ରାହିମ ଅନେକ ବର୍ଷରୁ ଭାରତ ଆସିନାହିଁ, କିନ୍ତୁ ଯାଞ୍ଚ ଏଜେନ୍ସି ର ଧାରଣା ରହିଛି ଯେ ତାର ନେଟୱାର୍କ ସମ୍ପୂର୍ଣ ଭାବରେ ସମାପ୍ତ ହୋଇନାହିଁ l

୧୯୮୦ ରେ ମିଥୁନ ଚକ୍ରବର୍ତୀ ଙ୍କୁ ଦାଉଦ ଗ୍ୟାଙ୍ଗ ରୁ ଧମକ ମିଳିଥିବା ବେଳେ ୮୦ ଦଶକ ର ଅଭିନେତ୍ରୀ ମନ୍ଦାକିନୀ ଙ୍କ ସହିତ ଦାଉଦ ଙ୍କ ସମ୍ପର୍କ ଚର୍ଚା ସାଉଁଟି ଥିଲା, ଏବଂ ଦାଉଦ ମିଥୁନ କହିଥିଲା ଯେ ମନ୍ଦାକିନୀ ଙ୍କ ସହିତ କୌଣସି ଚଳଚିତ୍ରରେ ଅଭିନୟ କରିବେ ନାହିଁ ଓ ଏହାପରେ ବଲିଉଡ ରେ ମିଥୁନ -ମନ୍ଦାକିନୀ ଯୋଡି ଆଉ ଆସି ନଥିଲା l

୧୯୯୩ ରେ ମୁମ୍ବାଇ ରେ ବମ ଧମାକା ପରେ ଦାଉଦ ର ନାମ ରାଷ୍ଟ୍ରୀୟ ସୁରକ୍ଷା କୁ ନେଇ ପ୍ରଶ୍ନ ଉଠାଇ ଥିଲା, ଏବଂ ଏହି ସମୟ ରେ ଡି -କମ୍ପାନୀ ବଲିଉଡ ରେ ଫାଇନାନ୍ସ କରୁଥିବାର ଖବର ମଧ୍ୟ ଆସିଥିଲା, ୧୯୯୭ ରେ ଟି-ସିରିଜ ସଂସ୍ଥାପକ ଗୁଲସନ କୁମାର ଙ୍କୁ ଅଗଷ୍ଟ ୧୨ ରେ ହତ୍ୟା କରାଯାଇଥିଲା l ଏବଂ ଏହି ହାଇ ପ୍ରୋଫାଇଲ ଯାଞ୍ଚ ରେ ଆବୁ ସାଲେମ ଓ ଡି -କମ୍ପାନୀ ନା ସାମ୍ନାକୁ ଆସିଥିଲା , ଏବଂ ଜଣାପଡିଥିଲା ଯେ ବଟି ଅସୁଲ ପାଇଁ ଏହି ହତ୍ୟା କରାଗଲା l

୧୯୯୮ ରେ ନିର୍ଦେଶକ ରାଜୀବ ରାୟ ଙ୍କ ଚଳଚିତ୍ର ସୁପର ହିଟ ହୋଇ ଭଲ ରୋଜଗାର କରିଥିଲା, ଏବଂ ଠିକ ଏହି ବର୍ଷ ତାଙ୍କ ଉପରେ ଆକ୍ରମଣ ହୋଇଥିଲା ଓ ସେ ଭୟରେ ବିଦେଶ ଚାଲି ଯାଇଥିଲେ l ୨୦୦୦ ରେ ରାକେଶ ରୋଶନ ଙ୍କ ଚଳଚିତ୍ର କହୋ ନା ପ୍ୟାର ହେ ସୁପର ହିଟ ହେବା ପରେ ତାଙ୍କ ଅଫିସ ବାହାରେ ତାଙ୍କୁ ଗୁଳି କରାଯାଇଥିଲା ଓ ତାଙ୍କ ବାହୁ ରେ ଗୁଳି ବାଜିବାରୁ ସେ ଅଳ୍ପକେ ବଂଚି ଯାଇଥିଲେ, ପରେ ଜଣାପଡିଥିଲା ଯେ ତାଙ୍କ ଛଲଚିତ ସଫଳତା ପାଇବା ପରେ ତାଙ୍କୁ କଟ ଅର୍ଥାତ ବଟି ମଗାଯାଇଥିଲା l

୯୦ ଦଶକ ରେ ଧମକ ଲ୍ୟାଣ୍ଡଲାଇନ ଫୋନ ରେ ଆସୁଥିଲା, କିନ୍ତୁ ଆଜି ହ୍ଵାଟ୍ସଆପ ଚାଟ ଓ ଭଏସ ନୋଟ ରେ, ସେତେବେଳେ ଦୁବାଇ କନେକ୍ସନ ଥିଲା, କିନ୍ତୁ ଆଜି ଜେଲ ରେ ଥିବା ଗ୍ୟାଙ୍ଗ ଷ୍ଟାର ସୋସିଆଲ ମିଡିଆରେ ଧମକ ଦେଉଛି l ଧମକ ର  ଷ୍ଟାଇଲ ବଦଳି ଯାଇଛି କିନ୍ତୁ ଭୟ ର ସ୍କ୍ରିପ୍ଟ ପୁରା ସମାନ ରହିଛି l

Leave A Reply