Odisha news

ଟି 20 ୱାର୍ଲଡ କପ ଭାରତ-ପାକିସ୍ଥାନ ମ୍ୟାଚ କୁ ନେଇ  ଆସିଲା ନୂଆ ଟୁଇଷ୍ଟ , ବଏ କଟ ମଧ୍ୟରେ ବଙ୍ଗଳାଦେଶ ର ଏଣ୍ଟ୍ରି

0

ଟି 20 ୱାର୍ଲଡ କପ ୨୦୨୬ ରେ ଭାରତ-ବଙ୍ଗଳାଦେଶ ମଧ୍ୟରେ ମୁକାବିଲା କୁ ନେଇ ଲଗାତାର ଚର୍ଚା ଜାରିରହିଛି, କଥିତ ଭାବରେ ICC ମିଟିଂ କରି ମ୍ୟାଚ ଖେଳିବାର ପ୍ରୟାସ ଚାଲିଛି, ଟି 20 ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ପାକିସ୍ଥାନ ସରକାରଙ୍କ ପକ୍ଷରୁ ଗୋଟିଏ ମେସେଜ ସୋସିଆଲ ମିଡିଆରେ ଦିଆଯାଇଥିଲା, ଯେଉଁଥିରେ କୁହାଯାଇଥିଲା ପାକିସ୍ଥାନ ଟୁର୍ନାମେଣ୍ଟ ତ ଖେଳିବ ହେଲେ ତାଙ୍କ ଦେଶ ଫେବୃଆରୀ ୧୫ ରେ ଭାରତ ବିପକ୍ଷରେ ଥିବା ମ୍ୟାଚ ରେ ଖେଳିବ ନାହିଁ l ଠିକ ଏହି ସମୟରେ ପାକିସ୍ଥାନ ବଏ କଟ ମଧ୍ୟରେ ବଙ୍ଗଳାଦେଶ ର ଏଣ୍ଟ୍ରି ହୋଇସାରିଛି l

ପାକିସ୍ଥାନ ବଙ୍ଗଳାଦେଶ ପ୍ରତି ସହାନୁଭୂତି ଦେଖାଇ ଭାରତ ବିପକ୍ଷରେ ଖେଳିବ ନାହିଁ ବୋଲି କହିଥିଲା, ମିଡ଼ିଆ ରିପୋର୍ଟ ଅନୁସାରେ ପାକିସ୍ଥାନ ଓ ଆଇସିସି ମଧ୍ୟରେ ଲଗାତାର ମିଟିଂ ଚାଲିଛି, ଏହା ମଧ୍ୟରେ ବଙ୍ଗଳାଦେଶ କ୍ରିକେଟ ବୋର୍ଡ ର ଅଧ୍ୟକ୍ଷ ଅମିନୂଲ ଇସ୍ଲାମ ପାକିସ୍ଥାନ ଯିବାର ଖବର ସାମ୍ନାକୁ ଆସିଛି l HT ର ଗୋଟିଏ ରିପୋର୍ଟ ଅନୁସାରେ କୁହାଯାଇଛି ଯେ ଅମିନାଲ ଇସ୍ଲାମ ICC ଓ ପାକିସ୍ଥାନ କ୍ରିକେଟ ବୋର୍ଡ ମଧ୍ୟରେ ହେବାକୁ ଥିବା ମିଟିଂ ରେ ଅଂଶ ଗ୍ରହଣ କରିପାରନ୍ତି l ଏବଂ ପାକିସ୍ଥାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ଙ୍କୁ ଭେଟି ପାରନ୍ତି l

ଖେଳ ବିଶେଷଜ୍ଞ ଙ୍କ ମତରେ ଭାରତ-ପାକିସ୍ଥାନ ମ୍ୟାଚ ଗୋଟିଏ ଗୁରୁତ୍ୱ[ପୁର୍ଣ ମ୍ୟାଚ, ଏହି ମ୍ୟାଚ ଯଦି ଖେଳା ନଯାଏ ତେବେ ବହୁ କ୍ଷତି ହେବ, ଯାହାକୁ ନେଇ ଆଇସିସି ଚେଷ୍ଟା କରୁଛି ଯେ ଉଭୟ ଦେଶ ମ୍ୟାଚ ଖେଳନ୍ତୁ l

ଏହି ସମ୍ପୂର୍ଣ ବିବାଦ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ବଙ୍ଗଳାଦେଶ ଖେଳାଳି ମୁସ୍ତାଫିଜୁର ରହମାନ ଙ୍କୁ IPL ରେ KKR ଅକ୍ସନ ରେ କିଣିଥିଲେ, କିନ୍ତୁ ଯେତେବେଳେ ଭାରତରେ ପ୍ରତିବାଦ ହୋଇଥିଲା ମୁସ୍ତାଫିଜୁର ଙ୍କୁ ରିଲିଜ କରିଦିଆଯାଇଥିଲା l  KKR , BCCI ନିର୍ଦେଶ ରେ ମୁସ୍ତାଫିଜୁର ଙ୍କୁ ଦଳରୁ ବାହାର କରିଥିଲା l

ଏହାପରେ ବଙ୍ଗଳାଦେଶ ସୁରକ୍ଷାର ବାହାନା ଦର୍ଶାଇ ଭାରତରେ ଟି 20 ଖେଳିବା ପାଇଁ ମନା କରିଥିଲା, ଏହାକୁ ଦେଖି ପାକିସ୍ଥାନ ଭାରତ ସହିତ ମ୍ୟାଚ ଖେଳିବ ନାହିଁ ବୋଲି କହିଥିଲା l

ସୌଜନ୍ୟ – ଏବିପି ନିୟୁଜ l

Leave A Reply