Odisha news

ସୁନେତ୍ରା ଙ୍କ ଡେପୁଟି ଚିଫ ମିନିଷ୍ଟର ହେବାକୁ ନେଇ ପାୱାର ପରିବାର ମୁଖିଆ ଅସନ୍ତୋଷ କି

0

ସୁନେତ୍ରା ନେବେ ସ୍ୱାମୀଙ୍କ  ସ୍ଥାନ, ହେବେ ମହାରାଷ୍ଟ୍ରର ନୂଆ ଉପ ମୁଖ୍ୟମନ୍ତ୍ରୀ , ମହାରାଷ୍ଟ୍ର ରାଜନୀତିରେ ଲେଖିବେ ନୂଆ ଇତିହାସ, ପାୱାର ପରିବାର ମୁଖିଆଙ୍କୁ ଅଣଦେଖା କଲେ ସୁନେତ୍ରା , ଏହାକୁ ନେଇ ପାୱାର ପରିବାର ମୁଖିଆ ଅସନ୍ତୁଷ୍ଟ , କଣ ରହିବ NCP ର ଆଗାମୀ ରଣନୀତି ?

ମହାରାଷ୍ଟ୍ର ରାଜନୀତି ଏନସିପି ଅଜିତ ପାୱାର ଙ୍କ ଦଳର ବରିଷ୍ଠ ନେତ୍ରୀ ସୁନେତ୍ରା ପାୱାର ଆଜିସନ୍ଧ୍ୟରେ ଉପ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ, ଦଳର ବରିଷ୍ଠ ନେତା ଓ ସାଂସଦ ସୁନୀଲ ତଟକାରେ ଏହି ତଥ୍ୟ ଦେଇଛନ୍ତି, ସେ କହିଛନ୍ତି ଏନ୍ସିପି ଅଜିତ ପାୱାରଙ୍କ ଦଳର ଆଜି ବିଧାୟକ ଦଳର ବୈଠକ ମଧ୍ୟାହ୍ନ ୨ଟା ସମୟରେ ଡକାଯାଇଛି l

ଏହି ବୈଠକରେ ବିଧାୟକ ଦଳର ନେତା ଙ୍କୁ ନେଇ ନିଷ୍ପତି ନିଆଯିବ, ବୈଠକ ରେ ଯାହାବି ନିର୍ଣ୍ଣୟ ନିଆଯିବ, ତାହା ଔପଚାରିକ ଭାବରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଙ୍କୁ ଦିଆଯିବ, ମିଳିଥିବା ସୂଚନା ଅନୁସାରେ ପ୍ରଫୁଲ ପଟେଲ ଓ ସୁନୀଲ ତାଟକାରେ ପ୍ରଥମେ ଦେବଗିରି ବଙ୍ଗଳା ଯାଇ ସୁନେତ୍ରା ପାୱାର ଙ୍କୁ ସାକ୍ଷାତ କରିବେ, ଏବଂ ଏହି ବୈଠକ ରେ ତାଙ୍କର ରାଜ୍ୟସଭା ସଦସ୍ୟ ପଦବୀ ରୁ ଇସ୍ତଫା ଦେବେ l

ପାୱାର ପରିବାର ମୁଖିଆ ଶରଦ ପାୱାର କହିଥିଲେ ଯେ ସୁନେତ୍ରା ଉପ ମୁଖ୍ୟମନ୍ତ୍ରୀ ହେବାକୁ ନେଇ ତାଙ୍କ ନିକଟରେ କୌଣସି ଖବର ନାହିଁ, କିନ୍ତୁ ଆଜି ଶରଦ ପାୱାର ଓ ସୁନେତ୍ରା ଙ୍କ ମଧ୍ୟରେ ବୈଠକ ହେବାର ଥିଲା, କିନ୍ତୁ ତା ପୂର୍ବରୁ ସୁନେତ୍ରା ପାୱାର , ପାର୍ଥ ପାୱାର, ପ୍ରଫୁଲ ପଟେଲ ଓ ସୁନୀଲ ତାଟକାରେ ଙ୍କ ସହମତି ରେ ସୁନେତ୍ରା ଉପ ମୁଖ୍ୟମନ୍ତ୍ରୀ ହେବ ହୋଇଗଲା ସ୍ଥିର l

ଅନ୍ୟ ପଟରେ ଗୋବିନ୍ଦ ବାଗ ରେ ଶରଦ ପାୱାରଙ୍କ ଆବାସ ରେ ରୋହିତ ପାୱାର, ସୁପ୍ରିୟା ସୁଲେ ଓ ଯୁଗେନ୍ଦ୍ର ପାୱାର ଙ୍କ ମଧ୍ୟରେ ବୈଠକ ଆରମ୍ଭ ହୋଇଯାଇଛି, ଏବଂ ପାର୍ଥ ପାୱାର ମଧ୍ୟ ଶରଦ ପାୱାର ଙ୍କୁ ସାକ୍ଷାତ କରିବାକୁ ଗୋବିନ୍ଦ ବାଗ ରେ ଯାଇ ପହଂଚିଛନ୍ତି l ମିଳିଥିବା ସୂଚନା ଅନୁସାରେ ଜାନୁଆରୀ ୧୭ ରେ ବରାମତି ରେ ଶରଦ ପାୱାର ଙ୍କ ବାସଭବନ ରେ ହୋଇଥିବା ବୈଠକ ରେ ଅଜିତ ପାୱାର ମଧ୍ୟ ଉପସ୍ଥିତ ଥିଲେ, ଏବଂ ଅଜିତ ପାୱାର ଙ୍କର ଇଛା ଥିଲା NCP ର ୨ଟି ଦଳ ଏକାଠି ହୋଇଯିବ ଆବଶ୍ୟକ l

Leave A Reply