ବର୍ତମାନ ଭାରତ ରାଜନୀତି ବିରୁଦ୍ଧରେ ଏଭଳି ଜଣେ ମାଜିଷ୍ଟ୍ରେଟ କାହାଣୀ ଆଲୋଚନା ଚାଲିଛି ଯାହା ଆମ ଭିତରୁ ଖୁବ କମ ଲୋକ ଜାଣିଥିବେ, ସେ ହେଉଛନ୍ତି ଉତ୍ତରପ୍ରଦେଶ ବରେଲୀ ର ଅଳଙ୍କାର ଅଗ୍ନିହୋତ୍ରୀ, ଯିଏକି ସରକାରୀ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ର ନୂଆ ନିୟମ ଓ ଶଙ୍କରାଚାର୍ଯ୍ୟ ଅବିମୁକ୍ତେଶ୍ୱର ଙ୍କ ସହିତ ଜଡିତ ମାମଲା କୁ ଅସନ୍ତୋଷ ହୋଇ ଷୋମବାର ୨୬ ଜାନୁଆରୀ ରେ ନିଜ ସେବାରୁ ଇସ୍ତଫା ଦେଇ ଦେଇଛନ୍ତି l
ସେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC ) ର ନୂଆ ନିୟମ କୁ କଳା ନିୟମ ଭାବରେ ଦର୍ଶାଇଛନ୍ତି, ଏବଂ ଆରୋପ ଲଗାଇଛନ୍ତି ଯେ ନିୟମ କଲେଜ ର ଶିକ୍ଷଣୀୟ ବାତାବରଣ କୁ ଦୂଷିତ କରୁଛି, ଏହାକୁ ତୁରନ୍ତ ଫେରାଇ ନେବା ଜରୁରୀ l କଲେଜ ଓ ବିଶ୍ୱବିଦ୍ୟାଳୟ ରେ ଜାତି ଆଧାରିତ ଭେଦଭାବ କୁ ଅଟକାଇବା ପାଇଁ ହୋଇଥିବା ନୂଆ ନିୟମ ଅନୁସାରେ ବିଶେଷ ସମିତି, ହେଲ୍ପଲାଇନ ଦଳ ଗଠିତ କରିବାକୁ କୁହାଯାଇଛି, ଯାହାଦ୍ୱାରା ବିଶେଷକରି ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଅନ୍ୟ ପଛୁଆ ବର୍ଷର ଛାତ୍ରଙ୍କର ଅଭିଯୋଗ କୁ ସମାଧାନ କରାଯିବ l
୨୦୧୯ ବ୍ୟାଚ ର ପ୍ରଶାସନିକ ସେବାରେ କୃତିତ୍ୱ ଲାଭ କରିଥିବା ଅଗ୍ନିହୋତ୍ରୀ ରାଜ୍ୟପାଳ ଓ ଜିଲ୍ଲା ଅଧିକାରୀଙ୍କୁ ନିଜର ଇସ୍ତଫା ଇମେଲ ଜରିଆରେ ଦେଇଛନ୍ତି, ସେ ନିଜ ଇସ୍ତଫରେ ଲେଖିଛନ୍ତି ଯେତେବେଳେ ସରକାର ଏଭଳି ନୀତି ଆଣିବେ ଏହାଦ୍ୱାରା ସମାଜ ବିଭାଜିତ ହେଉଛି, ତେଣୁ ତାଙ୍କୁ ଜାଗ୍ରତ କରିବା ଆବଶ୍ୟକ ଅଟେ, ଅଗ୍ନିହୋତ୍ରୀ ଜଣେ ମାଜିଷ୍ଟ୍ରେଟ ଭାବରେ କଠୋର ବିଚାର ଓ ସଠିକ କାର୍ଯ୍ୟଶୈଳୀ ଯୋଗୁଁ ବେଶ ଜଣାଶୁଣା l
ଗଣତନ୍ତ୍ର ଦିବସ ରେ ଗୋଟିଏ କାର୍ଯ୍ୟକ୍ରମ ରେ ଯୋଗଦାନ ଦେବା ପରେ କହିଥିଲେ ଯେ ଗତ ଦୁଇସପ୍ତାହ ରେ ୨ଟି ଘଟଣା ତାଙ୍କୁ ଭିତରୁ ଖୁବ ଆଘାତ ଦେଇଛି, ପ୍ରଥମଟି ହେଲା ପ୍ରୟାଗରାଜ ରେ ସ୍ନାନ ପାଇଁ ଯାଇଥିବା ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ବରାନନ୍ଦ ଙ୍କ ଶିଷ୍ୟ ଙ୍କୁ ଜଟା କୁ ଘୋଷାଡ଼ି ମାଡ଼ ମରାଗଲା, ଏହାକୁ ନେଇ ସେ ସ୍ଥାନୀୟ ପ୍ରଶାସନ କୁ ଦାୟୀ କରିଛନ୍ତି, ଏବଂ କହିଛନ୍ତି ଭାରତରେ ବର୍ତମାନ ନ ଗଣତନ୍ତ୍ର ହିଂସାର ତନ୍ତ୍ର ହୋଇଯାଇଛି l
ଏବଂ ୟୁଜିସି ର ନୂଆ ନିୟମକୁ କଳା କାନୁନ ବୋଲି ଉଲେଖ କରିଛନ୍ତି, ଏବଂ କହିଛନ୍ତି ଯେ ମୁଁ ଯେତେବେଳେ ଏହି ବାବଦରେ ଅଭିଯୋଗ କରିବାକୁ ଜିଲାଅଧିକାରୀ ଙ୍କ ଘରକୁ ଗଲି ମୋତେ ୪୫ ମିନିଟ ପର୍ଯ୍ୟନ୍ତ ବନ୍ଧକ ରଖା ଯାଇଥିଲା, ଏବଂ ଗାଳି ଗୁଲଜ କରାଯାଇଥିଲା, ଏବଂ ମୋତେ ପାଗଳ ବୋଲି ଆକ୍ଷେପ କରାଯାଇଥିଲା l
ବର୍ତମାନ ଉତ୍ତରପ୍ରଦେଶ ରାଜନୀତିରେ ଅଳଙ୍କାର ଅଗ୍ନିହୋତ୍ରୀ ଙ୍କ ବିବାଦ ତେଜିଛି, ଯାହାକୁ ନେଇ ଯୋଗୀ ସରକାର ଚିନ୍ତିତ ରହିଛନ୍ତି l