Odisha news

ରଣଜୀ ଟ୍ରଫି ରେ ଜାମୁ-କାଶ୍ମୀର ରଚିଲା ଇତିହାସ, ୬୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଦିଲ୍ଲୀ କୁ ହରାଇଲା

0

ଜାମୁ-କାଶ୍ମୀର କ୍ରିକେଟ ଟିମ ମଙ୍ଗଳବାର ଦିନ ରଣଜୀ ଟ୍ରଫି ଇତିହାସରେ ନୂଆ ଅଧ୍ୟାୟ ଲେଖିଛି, ଜାମୁ କାଶ୍ମୀର ଦିଲ୍ଲୀ କୁ ୭ ଉଇକେଟ ରେ ପରାସ୍ତ କରି ୬୦ ବର୍ଷ ପରେ ଦିଲ୍ଲୀ ବିରୁଦ୍ଧରେ ପ୍ରତମ ଥର ବିଜୟ ଲାଭ କରିଛି, ଏବଂ ଏହି ବିଜୟ ସହିତ LT GROUP D ରେ ପ୍ରଥମ  ସ୍ଥାନରେ ମୁମ୍ବାଇ ଥିବା ବେଳେ ଦ୍ଵିତୀୟ ସ୍ଥାନରେ ଜାମୁ କାଶ୍ମୀର ରହିଛି l ୧୭୯ ରନ ର ପିଛା କରି ଜାମୁ କାଶ୍ମୀର ର ବ୍ୟାଟ୍ସ ମ୍ୟାନ କାମରାନ ଇକବଲ ୧୩୩ ରନ କରିଥିଲେ, ଏହା ତାଙ୍କ କ୍ୟାରିଅର ର ସର୍ବଶ୍ରେସ୍ଠ ସ୍କୋର ଥିଲା, କାମରାଜ ଆରମ୍ଭରୁ ନେଇ ଶେଷ ପର୍ଯ୍ୟନ୍ତ ଫିଲଡ ରେ ରହି ନିଜ ଟିମ କୁ ବିଜୟୀ କରାଇଛନ୍ତି l

ଜାମୁ କାଶ୍ମୀର ର ଦ୍ରୁତତମ ବୋଲର ଆକିବ ୩୫ ରନ ଦେଇ ୫ଟି ଉଇକେଟ ନେଇଥିଲେ, ଏବଂ ଦିଲ୍ଲୀ କେବଳ ୨୧୧ ରନରେ ସୀମିତ ରହି ଯାଇଥିଲା, ଦ୍ଵିତୀୟ ଇନିଂସ ରେ ଯେତେବେଳେ ଦିଲୀ ଖେଳ ଆରମ୍ଭ କରିଥିଲା ବଂଶଜ ଶର୍ମା ୬୮ ରନରେ ୬  ଉଇକେଟ ନେଇଥିଲେ l ଏହି ଦୁଇ ବୋଲର ଙ୍କ ଚମତ୍କାର ବୋଲିଂ ଦ୍ୱାରା ଦିଲ୍ଲୀ ଦଳ ପରାଜୟ ହୋଇଥିଲା l

ଦିଲ୍ଲୀ ପକ୍ଷରୁ ଆୟୁଷ ବଦୋନି ଖୁବ ଚିତାକର୍ଷକ ବ୍ୟାଟିଂ କରି ଥିଲେ, ପ୍ରଥମେ ବ୍ୟାଟିଂ କରି ଜାମୁ କାଶ୍ମୀର ନିଜ ସ୍ଥିତିକୁ ମଜବୁତ କରିଥିଲା, ଦିଲ୍ଲୀ ପ୍ରଥମ ଇନିଂସ ରେ ୨୧୧ ଓ ଦ୍ଵିତୀୟ ଇଂଜିନ୍ସ ରେ ୨୭୭ ରନ କରିଥିଲା, ଏବଂ ଜାମୁ କାଶ୍ମୀର ପ୍ରଥମ ଇନିଂସ ରେ ୩୧୦ ଓ ଦ୍ଵିତୀୟ ଇନିଂସ ରେ ୩ ଉଇକେଟ ହରାଇ ୧୭୯ ରନ କରିଥିଲା l  ପରିଣାମ ସ୍ୱରୂପ ଜାମୁ କାଶ୍ମୀର ୭ ଉଇକେଟ ରେ ବିଜୟ ଲାଭ କରିଛି l

Leave A Reply