ଭୁବନେଶ୍ୱର(Suvendra Pattanaik) : ଚଳିତ ମାସ ୧୧ ତାରିଖରୁ ୧୫ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜିତ ହେବ ୨୮ତମ ଏସୀୟ ଟେବୁଲ୍ ଟେନିସ୍ ଟିମ୍ ଚାମ୍ପିଅନସିପ୍ । ଏନେଇ ଆଜି କଳିଙ୍ଗ ଷ୍ଟାଡିୟମର ଇଣ୍ଡୋର୍ ଆଥେଲେଟ୍ସିକ ସେଣ୍ଟରଠାରେ ମାନ୍ୟବର ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଦ୍ଵାର ଟ୍ରଫି ଅନାବରଣ ଓ ଟ୍ରଫି ଟୁର ବସର ଶୁଭ ଉଦ୍ଘାଟନ ହୋଇଛି ।
ଆଗାମୀ ଦିନରେ ହେବାକୁ ଥିବା ଏହି ପ୍ରତିଯୋଗିତା ପାଇଁ କଟକ, ଭୁବନେଶ୍ୱର ଏବଂ ପୁରୀରେ ଟ୍ରଫି ପରିଭ୍ରମଣ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଯେଉଁଥିରେ ଟ୍ରଫି ଟୁର ବସ ଏବଂ ମାସ୍କଟ ‘ଅଲି’ ଶୋଭାଯାତ୍ରାରେ ସାମିଲ୍ ହୋଇ ଅନୁଷ୍ଠିତ ହେବାକୁ ଥିବା ଆଟିଟିଏଫ୍ – ଏଟିଟିୟୁ ଏସୀୟ ଟେବୁଲ ଟେନିସ୍ ଟିମ୍ ଚାମ୍ପିଅନସିପ୍ ସମ୍ପର୍କରେ ଜନସାଧରଣରେ ଅବଗତ କରାଇବେ।
ଆଜିର ଏହି କାର୍ଯ୍ୟକ୍ରମରେ ମାନ୍ୟବର ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ, କ୍ରୀଡା ବିଭାଗର କମିଶନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଦବ, କ୍ରୀଡ଼ା ବିଭାଗ ନିର୍ଦ୍ଦେଶକ ଡ଼. ୟେଦୁଲା ବିଜୟ , ଓଡ଼ିଶା ଟେବୁଲ୍ ଟେନିସ ସଂଘର ସଂଗଠନ ସମ୍ପାଦକ ରବିନ୍ଦ୍ର ପରିଡ଼ା ଏବଂ ଯୁଗ୍ମ ସଚିବ ଜୟଦିଥ ଦେବତା ପ୍ରମୁଖ ଯୋଗ ଦେଇଥିଲେ।