Odisha news

ଓଡିଶାରୁ ଗୁଜରାଟ : ବ୍ରହ୍ମପୁରରୁ ସୁରଟ (ଉଧନା) ମଧ୍ୟରେ ସୁଗମ ଏବଂ ଆରାମଦାୟକ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ୍ ସେବାର ଶୁଭାରମ୍ଭ

0
ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର ଏବଂ ଗୁଜରାଟର ଏକାଧିକ ପ୍ରମୁଖ ଜିଲ୍ଲାକୁ ସଂଯୋଗ କରୁଥିବା ବ୍ରହ୍ମପୁର ଏବଂ ସୁରଟ (ଉଧନା) ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସର ସେବା ଘୋଷଣା କରି ଭାରତୀୟ ରେଳବାଇ ଖୁସି ଅନୁଭବ କରୁଛି । ଏହି ନୂତନ ଟ୍ରେନ୍ ସେବା ଖଣିଜ, ବୟନଶିଳ୍ପ ଏବଂ ବାଣିଜ୍ୟ କେନ୍ଦ୍ରଗୁଡ଼ିକୁ ସଂଯୋଗ କରି, ବ୍ୟବସାୟ ଏବଂ ଶ୍ରମଶକ୍ତିର ଗତିବିଧିକୁ ସମର୍ଥନ କରି ଆର୍ଥିକ ଏବଂ ଶିଳ୍ପ ଗତିଶୀଳତାକୁ ବୃଦ୍ଧି କରିବ ।

ଉଦଘାଟନୀ ଟ୍ରେନ୍କୁ ବ୍ରହ୍ମପୁର ରେଳ ଷ୍ଟେସନରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଝାରସୁଗୁଡ଼ାରୁ ସେପ୍ଟେମ୍ବର 27 (ଶନିବାର, ଅସ୍ଥାୟୀ ଭାବରେ 12:00 ଘଣ୍ଟା) ରେ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏହି ଟ୍ରେନ୍ ବିଜୟନଗରମ୍-ରାୟଗଡା-ଟିଟିଲାଗଡ଼-ରାୟପୁର-ନାଗପୁର-ଭୁସାୱାଲ ଦେଇ ପ୍ରମୁଖ ସହର ଏବଂ ନଗର ଗୁଡିକୁ ସଂଯୋଗ କରିବ ।
ଅମୃତ ଭାରତ ଟ୍ରେନ୍ ସେବା ଆଧୁନିକ ଏଲଏଚବି କୋଚ୍, ଉନ୍ନତ ଆସନ ବ୍ୟବସ୍ଥା ଏବଂ ଆଧୁନିକ ଅନବୋର୍ଡ ସୁବିଧା ମାଧ୍ୟମରେ ଯାତ୍ରୀଙ୍କ ଯାତ୍ରା ଅଭିଜ୍ଞତାକୁ ବୃଦ୍ଧି କରିବ । ଏହା ବ୍ୟତୀତ, ଏହି ଟ୍ରେନ୍ ଯାତ୍ରା ସମୟ ହ୍ରାସ କରି ଏବଂ ଏକାଧିକ ଟ୍ରେନ୍ ବଦଳାଇବାର ଆବଶ୍ୟକତାକୁ ଦୂର କରି ଯାତ୍ରୀମାନଙ୍କ ପାଇଁ ଯାତ୍ରା ସୁବିଧାକୁ ବୃଦ୍ଧି କରିବ ।
ଟ୍ରେନ୍ ବିବରଣୀ:
ଟ୍ରେନ୍ ନଂ. 09022 ବ୍ରହ୍ମପୁର-ସୁରଟ (ଉଧନା) ଅମୃତ ଭାରତ ଏକ୍ସପ୍ରେସ ଶନିବାର ଦିନ 12:00 ସମୟରେ ବ୍ରହ୍ମପୁରରୁ ପ୍ରସ୍ଥାନ କରିବ ଏବଂ ପରଦିନ ଅର୍ଥାତ ରବିବାର ରାତି 21:00 ସମୟରେ ଉଧନାରେ ପହଞ୍ଚିବ। ଏହି ଟ୍ରେନ୍ ପଲାସା, ବିଜୟନଗରମ୍, ରାୟଗଡା, ଟିଟିଲାଗଡ଼, ରାୟପୁର, ନାଗପୁର, ଭୁସାୱାଲ ଏବଂ ନନ୍ଦୁରବାର ସମେତ ପ୍ରମୁଖ ଷ୍ଟେସନରେ ରହଣି କରିବ।
ରହଣି ସ୍ଥଳ  (ଉଭୟ ପଟୁ):
ଟ୍ରେନ୍ ନିମ୍ନଲିଖିତ ଷ୍ଟେସନଗୁଡ଼ିକରେ ରହଣି କରିବ:
ଶ୍ରୀକାକୁଲମ୍ ରୋଡ୍, ବୋବିଲି , ପାର୍ବତୀପୁରମ୍, ମୁନିଗୁଡା, କେସିଙ୍ଗା, କାଣ୍ଟାବାଞ୍ଜି, ଖରିଆର ରୋଡ୍, ମହାସମୁନ୍ଦ, ଦୂର୍ଗ, ଗୋଣ୍ଡିଆ, ୱାର୍ଧା, ବଡ଼ନେରା, ଆକୋଲା, ମାଲକାପୁର, ଜାଲଗାଓଁ, ଧାରଣଗାଓଁ , ଅମଲନେର, ସିନ୍ଧଖେଡ଼ା, ଦୋନ୍ଦାଇଚ, ନୱାପୁର, ବ୍ୟାରା ଏବଂ ବାରଡୋଲି ।
କୋଚ୍ ସଂରଚନା:
ଟ୍ରେନରେ 22ଟି ଆଧୁନିକ  ଶ୍ରେଣୀ କୋଚ୍ ରହିବ ଯେଉଁଥିରେ 11 ଟି ଜେନେରାଲ୍ ଶ୍ରେଣୀ ସିଟିଂକୋଚ,  08 ଟି ସ୍ଲିପର୍ ଶ୍ରେଣୀ କୋଚ, 02 ଟି ଲଗେଜ୍ କମ ଡିଭିଆଙ୍ଗଜାନ୍ କୋଚ୍ ଏବଂ  01ଟି ପ୍ୟାଣ୍ଟ୍ରି କାର୍ ଅନ୍ତର୍ଭୁକ୍ତ।

ଏହି ଶୁଭାରମ୍ଭ ଯାତ୍ରା ନିୟମିତ ଟ୍ରେନ ନମ୍ବର 19021/19022 ଉଧନା-ବ୍ରହ୍ମପୁର-ଉଧନା ଅମୃତ ଭାରତ ଏକ୍ସପ୍ରେସର ପ୍ରଚଳନର ଏକ ପ୍ରାରମ୍ଭିକ ପଦକ୍ଷେପ, ଯାହାର ବିବରଣୀ ପୃଥକ ଭାବରେ ସୂଚିତ କରାଯିବ। ଅମୃତ ଭାରତ ଏକ୍ସପ୍ରେସର ପ୍ରଚଳନ କେବଳ ଏକ ନୂତନ ଟ୍ରେନ୍ ନୁହେଁ, ବରଂ ପଶ୍ଚିମ ଏବଂ ପୂର୍ବ ଭାରତ ମଧ୍ୟରେ ସଂଯୋଗକୁ ଶକ୍ତିଶାଳୀ କରିବା ସହିତ ଯାତ୍ରୀଙ୍କୁ ଦ୍ରୁତ, ସୁରକ୍ଷିତ ଏବଂ ସୁଲଭ ଯାତ୍ରା ପ୍ରଦାନ କରିବାକୁ ଲକ୍ଷ୍ୟ କରେ।ଅମୃତ ଭାରତ ଏକ୍ସପ୍ରେସ ଦୀର୍ଘଦୂର ରେଳ ସଂଯୋଗକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଆଧୁନିକ ଡିଜାଇନ୍, ସୁଲଭ ଭଡ଼ା ଏବଂ ଶକ୍ତି-ଦକ୍ଷ ଏଲଏଚବି କୋଚ୍ ସହିତ, ଏହି ସେବା ବିଶେଷତଃ ମଧ୍ୟବିତ୍ତ ଯାତ୍ରୀମାନଙ୍କୁ ଲାଭଦାୟକ ହେବ, ଯେଉଁମାନେ ଶସ୍ତା ଯାତ୍ରା ଉପରେ ନିର୍ଭରଶୀଳ। ଏହା ଆଞ୍ଚଳିକ ଅଭିବୃଦ୍ଧିକୁ ଗତି ଦେବା ସହ, ଲୋକ-କେନ୍ଦ୍ରିକ ବିକାଶରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିବାହ କରିବ। ଏହା ଆଧୁନିକ, ଜନ-କେନ୍ଦ୍ରିକ ସେବା ପ୍ରତି ଭାରତୀୟ ରେଳବାଇର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ, ଯାହା ଉଭୟ ଗତିଶୀଳତା ଏବଂ ଆଞ୍ଚଳିକ ବିକାଶକୁ ସମର୍ଥନ କରେ।

Govt
Leave A Reply