ଗୋଟିଏ ପକ୍ଷରେ ଯେଉଁଠି ଦୁନିଆ ର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକା ରେ ପ୍ରତ୍ୟେକ ୪ କିମ୍ବା ୮ ବର୍ଷରେ ରାଷ୍ଟ୍ରପତି ବଦଳି ଥାଆନ୍ତି, ସେଠାରେ ଅନ୍ୟ ପକ୍ଷରେ ରୁଷ ରାଷ୍ଟ୍ରପତି ପୁଟିନ ଙ୍କ ଶାସନ ସେହିଭଳି ରହିଛି, ପ୍ରଶ୍ନ ଉଠୁଛି ଯେ ନିଜ ୨୫ ବର୍ଷ ରୁ ଅଧିକ ସମୟ ଧରି ଶାସନ ରେ ରହି ଆସୁଛନ୍ତି l
୧୯୯୯ ରୁ ସମ୍ଭାଳି ଆସୁଛନ୍ତି ଗାଦି –
୧୯୯୯ ରେ ରୁଷ ର ରାଷ୍ଟ୍ରପତି ଭାବରେ କାର୍ଯ୍ୟବାହକ ରାଷ୍ଟ୍ରପତି ହୋଇଥିବା ବୋରିସ ଏଲସିନ ଅଚାନକ ଭାବରେ ଇସ୍ତଫା ଦେଇଥିଲେ , ଏହାପରେ ୨୦୦୦ ରେ ଭ୍ଲାଦିମିର ପୁଟିନ ମତଦାନ ରେ ବିଜୟ ହାସଲ କରିଥିଲେ, ସେହିଦିନ ଠାରୁ ଲଗାତାର ପୁଟିନ ରାଷ୍ଟ୍ରପଟୀ କିମ୍ବା ପ୍ରଧାନମନ୍ତ୍ରୀ ପଦବୀ ରେ ରହି ଆସୁଛନ୍ତି, ୨୦୨୦ ରେ ସାମ୍ବିଧାନିକ ସଂଶୋଧନ ପରେ ୨୦୩୬ ପର୍ଯ୍ୟନ୍ତ ଶାସନ ରେ ରହିବେ, ପୁଟିନ ଙ୍କର ବର୍ତମାନ ପର୍ଯ୍ୟନ୍ତ ରାଜୁତି ସମୟ ରେ ସେ କେତେ ଆମେରିକୀୟ ରାଷ୍ଟ୍ରପତି ଆସିବା ଓ ଯିବା ଦେଖିଛନ୍ତି ତାର ହିସାବ ନାହିଁ l
ଯେତେବେଳେ ପୁଟିନ ୧୯୯୯ ରେ ଶାସନ କୁ ଆସିଥିଲେ ସେତେବେଳେ ଆମେରିକାର ରାଷ୍ଟ୍ରପତି ଥିଲେ ବିଲ୍ କ୍ଲିଣ୍ଟନ, ବିଲ କ୍ଲିଣ୍ଟନ ଙ୍କ କାର୍ଯ୍ୟକାଳ ୨୦୦୧ ପର୍ଯ୍ୟନ୍ତ ଚାଲିଥିଲା, ଏହାପରେ ୨୦୦୧ ରୁ ୨୦୦୯ ପର୍ଯ୍ୟନ୍ତ ଜର୍ଜ ଡବଲ୍ୟୁ ବୁଶ ଆମେରିକାର ଦାୟିତ୍ୱ ସମ୍ଭାଳି ଥିଲେ, ବୁଶ ଙ୍କର ୨ଟି କାର୍ଯ୍ୟକାଳ ପୁଟିନ ଙ୍କର ପ୍ରାରମ୍ଭିକ ରାଷ୍ଟ୍ରପତି ସମୟ ସହିତ ସାମନ୍ତର ଥିଲା, ୨୦୦୯ ରେ ବାରାକ ଓବାମା ଆମେରିକାର ରାଷ୍ଟ୍ରପତି ହେଲେ l ୨୦୧୭ ରେ ଡୋନାଲଡ ଟ୍ରମ୍ପ ଆମେରିକାର ଦାୟିତ୍ୱ ସମ୍ଭାଳି ଥିଲେ, ଟ୍ରମ୍ପ ଏବଂ ପୁଟିନ ଙ୍କ ମଧ୍ୟରେ ସମ୍ବନ୍ଧ ସବୁବେଳେ ଚର୍ଚାରେ ରହିଥିଲା l କିନ୍ତୁ ଟ୍ରମ୍ପ ପ୍ରଥମ କାର୍ଯ୍ୟକାଳ ରେ ମଧ୍ୟ ରୁଷ ଉପରେ ଅନେକ ପ୍ରତିବନ୍ଧକ ଲଗାଇଥିଲେ l
୨୦୨୧ ରେ ଜୋ ବାଇଡେନ ଆମେରିକା ରାଷ୍ଟ୍ରପତି ହୋଇଥିଲେ, ବାଇଡେନ ଙ୍କ କାର୍ଯ୍ୟକାଳ ରେ ରୁଷ-ୟୁକ୍ରେନ ଯୁଦ୍ଧ ବିଶ୍ୱ ମଞ୍ଚରେ ପୁଟିନ ଙ୍କୁ ଚର୍ଚା ରେ ରହିଥିଲା, ଏବଂ ୨୦୨୫ ରେ ଡୋନାଲଡ ଟ୍ରମ୍ପ ଦ୍ଵିତୀୟ ଥର ଆମେରିକା ରାଷ୍ଟ୍ରପତି ହୋଇଥିଲେ, ପୁଟିନ ନିଜ କାର୍ଯ୍ୟକାଳ ସମୟ ରେ ୫ଜଣ ଆମେରିକୀୟ ରାଷ୍ଟ୍ରପତି ହୋଇ ସାରିଛନ୍ତି l
ଟ୍ରମ୍ପ ଙ୍କ ଦ୍ଵିତୀୟ କାର୍ଯ୍ୟକାଳ ପୁଟିନ ଙ୍କ ପାଇଁ ଷଷ୍ଠ ଆମେରିକୀୟ ରାଷ୍ଟ୍ରପତି ଙ୍କ ଅନୁଭବ ଦେଇସାରିଛି, ପୁଟିନଙ୍କର ଏହି ସ୍ଥିରତା ରୁଷ ର ରାଜନୀତି ଏବଂ ବିଶ୍ୱ କୂଟନୀତି ରେ ତାଙ୍କର ମଜବୁତ ସ୍ଥିତି କୁ ଦର୍ଶାଉଛି, ଯେଉଁଠି ଆମେରିକାରେ ଲୋକତନ୍ତ୍ର ପ୍ରକ୍ରିୟା ଦ୍ୱାରା ଶାସନ ବଦଳୁଛି ସେଠାରେ ପୁଟିନ ରୁଷ ରାଜନୀତି ରେ ନିଜର ଦାୟିତ୍ୱ କୁ ମଜବୁତ କରୁଛନ୍ତି l ତାଙ୍କର କାର୍ଯ୍ୟଭାର ସମୟ ରେ ରୁଷ ରେ ଆର୍ଥିକ ସ୍ଥିତି ଉତଥାନ ପତନ , ଯୁଦ୍ଧ ଏବଂ ଅନ୍ତରାଷ୍ଟ୍ରୀୟ ପ୍ରତିବନ୍ଧ ର ସାମ୍ନା କରି ମଧ୍ୟ ତାଙ୍କର ଲୋକ ପ୍ରିୟତା ରୁଷ ରେ ରହି ଆସୁଛି l