ହିନ୍ଦୁ ଧର୍ମ ରେ ଜନ୍ମାଷ୍ଟମୀ ପର୍ବ ଭଗବାନ ଶ୍ରୀକୃଷ୍ନ ଙ୍କ ଜନ୍ମଉତ୍ସବ ପାଳନ ହୋଇଥାଏ, ଏହି ମହାପର୍ବ ଅଗଷ୍ଟ ୧୬ ରେ ପାଳନ ହେବାକୁ ଯାଉଛି, ଶ୍ରୀକୃଷ୍ନ ଙ୍କ ଜନ୍ମ ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ରେ ଅଧ ରାତିରେ ରୋହିଣୀ ନକ୍ଷତ୍ର ରେ ହୋଇଥିଲା, ଏହିଦିନ ଶ୍ରୀକୃଷ୍ନ ଙ୍କ ନିକଟରେ ୫୬ ପଉଟି ଭୋଗ ସମର୍ପଣ କରାଯାଇଥାଏ l ପୌରାଣିକ ମାନ୍ୟତା ଅନୁସାରେ ଜନ୍ମାଷ୍ଟମୀ ରେ କାକୁଡି କଟିବାର ବିଶେଷ ବିଧି ରହିଛି l
ଶ୍ରୀକୃଷ୍ନ ଜନ୍ମାଷ୍ଟମୀ ରେ ରାତି ସମୟ ରେ କାକୁଡି କାଟିବାର ବିଶେଷ ବିଧି ରହିଛି, କିନ୍ତୁ ଏବଂ ଏହା ପଛରେ କଣ ରହିଛି ବିଧି ?
ଜନ୍ମାଷ୍ଟମୀ ରେ କାକୁଡି କାଟିବାର କଣ ରହିଛି ମହତ୍ୱ ?
ଧାର୍ମିକ ମାନ୍ୟତା ଅନୁସାରେ କାକୁଡି ର ସମ୍ବନ୍ଧ ଗର୍ଭାଶୟ ସହିତ ରହିଛି, ଜନ୍ମାଷ୍ଟମୀ ରେ ପୂଜା ରେ କାକୁଡି କୁ ମାତା ଦେବକୀ ଙ୍କ ଗର୍ଭାଶୟ ର ପ୍ରତୀକ ଭାବରେ ରଖା ଯାଇଥାଏ, କାକୁଡି କୁ କାଟି ଦର୍ଶା ଯାଇଥାଏ ଯେ ମା ଦେବକୀ ଙ୍କ ଗର୍ଭରୁ ଆଣ୍ଠୁଆ ଗୋପାଳ ଙ୍କର ଜନ୍ମ ହୋଇଥାଏ l ଯାହାକୁ ନାଭି ଛେଦନ ବା ନାଡ଼ ଛେଦନ ରୂପ ଭାବରେ ଦେଖାଯାଇଥାଏ l
କାକୁଡି ଡେମ୍ଫକୁ ଗର୍ଭ ନାଡ଼ ଭାବରେ ଦେଖାଯାଇ ଥାଏ, ଏଭଳି କରାଯିବା ପଛରେ ରହିଛି କିଛି ବିଶେଷ ମାନ୍ୟତା, ଯେପରିକି ଜନ୍ମ ସମୟ ରେ ଛୁଆ କୁ ମା ଗର୍ଭରୁ ଅଲଗା କରିବା ପାଇଁ ନାଡ଼ କଟାଯାଇଥାଏ, ସେହିଭଳି ଜନ୍ମାଷ୍ଟମୀ ପୂଜା ସମୟ ରେ କାକୁଡି କାଟି ଭଗବାନ ଶ୍ରୀକୃଷ୍ନ ଙ୍କର ଜନ୍ମ ର ସ୍ୱାଗତ କରାଯାଇଥାଏ l ଏବଂ ଏହି ସମୟ ରେ ଶଙ୍ଖ ନାଦ ଦ୍ୱାରା ପ୍ରଭୁଙ୍କର ସ୍ୱାଗତ କରାଯାଇ ଥାଏ l
ମାନ୍ୟତା ଅନୁସାରେ ଶୁଦ୍ଧ ଓ ପବିତ୍ର ଫଳ ଭାବରେ କାକୁଡ଼ିକୁ ଗ୍ରହଣ କରାଯାଇଥାଏ, କାକୁଡି ଗର୍ଭବତୀ ମହିଳାଙ୍କୁ ଦେବା ଖୁବ ଶୁଭ ଅଟେ, ଏବଂ ଜନ୍ମାଷ୍ଟମୀ ରେ କାକୁଡି କୁ ପ୍ରସାଦ ଭାବରେ ଅର୍ପଣ କରିବା ଦ୍ୱାରା ସନ୍ତାନ ସୁଖ ଲାଭ ହୋଇଥାଏ l