Odisha news

ରଥଯାତ୍ରା ୨୦୨୫ : ପ୍ରତ୍ୟେକ ବର୍ଷ କାହିଁକି ବାହାରିଥାଏ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ରଥଯାତ୍ରା

0

ପ୍ରତ୍ୟେକ ମାସ ଆଷାଢ଼ ମାସରେ ଭଗବାନ ଜଗନ୍ନାଥ ଙ୍କ ରଥଯାତ୍ରା ଉତ୍ସବ ଖୁବ ଉତ୍ସାହ ର ସହିତ ପାଳନ କରାଯାଇଥାଏ l ରଥଯାତ୍ରା ର ପ୍ରଥମ କାର୍ଯ୍ୟ ଶ୍ରୀପଞ୍ଚମୀ ଦିନଠାରୁ ଆରମ୍ଭ ହୁଏ, ଯେଉଁଦିନ ରଥକାଠ ଖଳାକୁ ଯାଇଥାଏ, ଏବଂ ଅକ୍ଷୟ ତୃତୀୟା ଦିନ ରଥକାଠ ର ଅନୁକୂଳ ହୋଇଥାଏ l ଅର୍ଥାତ ରଥ ନିର୍ମାଣ କାର୍ଯ୍ୟ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଥାଏ l ଯାହାକି ବର୍ତମାନ ଚାଲିଛି, ଦେବସ୍ନାନ ପୂର୍ଣିମା ଅର୍ଥାତ ଜ୍ୟେଷ୍ଠ ମାସର ପୂର୍ଣିମା ଦିନ ସ୍ନାନ ବେଦୀ ରେ ତିନିଠାକୁର ମହାସ୍ନାନ କରିବା ପରେ ଜ୍ବରରେ ପୀଡିତ ହୋଇ ଅଣସର ପିଣ୍ଡିକୁ ଯାଇ ଥାଆନ୍ତି l

ଏହି ସମୟରେ ଫୁଲୁରି ତେଲ ଦ୍ୱାରା ପ୍ରଭୁଙ୍କ ଉପଚାର କରାଯାଇ ଥାଏ, ଏବଂ ଆଷାଢମାସ ଶୁକ୍ଲପକ୍ଷ ଦ୍ଵିତୀୟା ତିଥିରେ ଶ୍ରୀଗୁଣ୍ଡିଚା ଦିନ ପ୍ରଭୁ ଚତୁର୍ଧା ମୂର୍ତ୍ତି ରଥାରୁଢ଼ ହୋଇଥାଆନ୍ତି ଏବଂ ମାଉସୀ ମା ଘରକୁ ଯାଇ ବାହୁଡା ଦଶମୀ ଦିନ ଶ୍ରୀମନ୍ଦିର କୁ ବାହୁଡ଼ି ଥାଆନ୍ତି , ପ୍ରଭୁ ଜଗନ୍ନାଥ ହେଉଛନ୍ତି କୋଟି ଓଡ଼ିଆ ର ମଉଡମଣୀ, ଓଡ଼ିଶାର  ପରମ୍ପରା, ସଂସ୍କୃତି, ଏବଂ ଆରାଧ୍ୟ ଦେବତା l ତେଣୁ ବର୍ଷ ବର୍ଷ ଧରି ସାରା ବିଶ୍ୱ ବାସୀ ଅପେକ୍ଷା କରି ଥାଆନ୍ତି ଏହିଦିନ ଟିକୁ , ବଡ ଦେଉଳ ରୁ ପ୍ରଭୁ ବାହାରିବେ ଓ ତାଙ୍କ ଭକ୍ତ ଙ୍କୁ ଦର୍ଶନ ଦେବେ l କିନ୍ତୁ କଣ ଆପଣ ଜାଣିଛନ୍ତି ପ୍ରଭୁ ଜଗନ୍ନାଥ ଙ୍କ ରଥଯାତ୍ରା କାହିଁକି ଅନୁଷ୍ଠିତ ହୋଇଥାଏ ?

ବୈଦିକ ପଞ୍ଚାଙ୍ଗ ଅନୁସାରେ ଆଷାଢ଼ ମାସ ର ଶୁକ୍ଲପକ୍ଷ ର ଦ୍ଵିତୀୟା ତିଥି ଜୁନ ୨୬ ତାରିଖ ମଧ୍ୟାହ୍ନ ଦିନ ଗୋଟାଏ ୨୫ ମିନିଟ ରେ ଆରମ୍ଭ ହେଉଛି, ଏବଂ ପରଦିନ ଜୁନ ୨୭ ତାରିଖ ଦିନ ୧୧ ଟା ୧୯ ମିନିଟ ରେ ସମାପ୍ତ ହେବ, ଏବଂ ରଥଯାତ୍ରା ଜୁନ ୨୭ ତାରିଖ ରେ ଅନୁଷ୍ଠିତ ହେବ l ଧାର୍ମିକ ମାନ୍ୟତା ଅନୁସାରେ ଭଗବାନ ଜଗନ୍ନାଥ ଙ୍କୁ ରଥ ଉପରେ ଦର୍ଶନ କରିବା ଦ୍ୱାରା ୭ଜନ୍ମ ର ପାପ ଦୂର ହୋଇଥାଏ l

ପଦ୍ମ ପୁରାଣ ଅନୁସାରେ ଏକଦା ମା ସୁଭଦ୍ରା ଭାଇ ଜଗନ୍ନାଥ ଙ୍କ ନିକଟରେ ଭ୍ରମଣ ରେ ଯିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ, ଏହାପରେ ଆଷାଢ଼ ମାସ ଶୁକ୍ଲପକ୍ଷ ଦ୍ଵିତୀୟ ତିଥିରେ ପ୍ରଭୁ ନଗର ଭ୍ରମଣ ପାଇଁ ସ୍ଥିର କରିଥିଲେ, ଏବଂ ଏହି କାରଣରୁ ପ୍ରଭୁ ନିଜ ଭକ୍ତଂକୁ ଦର୍ଶନ ଦେବା ପାଇଁ, ପତିତ ଙ୍କ ଉଦ୍ଧାର କରିବା ପାଇଁ ଏବଂ ମାଉସୀ ଘରେ ପିଠାପଣା ଖାଇ ଖୁସିରେ ବଡ ଦେଉଳ କୁ ଫେରି ଥାଆନ୍ତି l

Leave A Reply