Odisha news

ବର୍ତମାନ ଆକାଉଣ୍ଟ ରେ ମିନିମମ ବାଲାନ୍ସ ନରଖିଲେ ଆଉ ଦେବାକୁ ପଡିବ ନାହିଁ ପେନାଲଟି

0

ବର୍ତମାନ ପର୍ଯ୍ୟନ୍ତ ସମସ୍ତ ବ୍ୟାଙ୍କ ରେ ଏହି ନିୟମ ଥିଲା ଯେ ଯଦି ଆପଣ ପ୍ରତ୍ୟେକ ମାସରେ ନିର୍ଦ୍ଧିଷ୍ଟ ରାଶି ବ୍ୟାଙ୍କ ଖାତାରେ ରଖୁ ନାହାନ୍ତି ତେବେ ଆପଣଙ୍କୁ ସେଇ ବାବଦରେ କିଛିଟା ପେନାଲଟି  ଦେବାକୁ ପଡିବ l କିନ୍ତୁ ବର୍ତମାନ ପର୍ଯ୍ୟନ୍ତ ଏହି ନିୟମ କୁ ମାନି ଆସୁଥିବା ଲୋକଙ୍କୁ କିଛିଟା ଆରାମ ମିଳିବାକୁ ଯାଉଛି l ସେହିଭଳି ଗୋଟିଏ ନେଶନାଲାଈଜ ବ୍ୟାଙ୍କ ହେଉଛି କାନାଡ଼ା ବ୍ୟାଙ୍କ l କାନାଡ଼ା ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି ଯେ ସେଭିଙ୍ଗସ ଆକାଉଣ୍ଟ ରେ ବର୍ତମାନ ନିୟୁନତମ ବାଲାନ୍ସ ରଖିବାର ନିୟମ କୁ ସମ୍ପୂର୍ଣ କରିବା ପାଇଁ କୌଣସି ଆବଶ୍ୟକତା ନାହିଁ l

କାନାଡ଼ା ବ୍ୟାଙ୍କର ୱେବସାଇଟ ଜରିଆରେ ବ୍ୟାଙ୍କ ନିଜର କଷ୍ଟମର ମାନଙ୍କୁ ସୂଚନା ଦେଇଛି ଯେ ମିନିମମ ବାଲାନ୍ସ ନରଖିଲେ ମଧ୍ୟ କୌଣସି ପେନାଲଟି ଦେବାକୁ ପଡିବ ନାହିଁ, ଯେଉଁଥିରେ ସେଭିଙ୍ଗସ ଆକାଉଣ୍ଟ, NRI ସେଭିଙ୍ଗସ ଆକାଉଣ୍ଟ, ଓ ସାଲାରୀ ଆକାଉଣ୍ଟ ସାମିଲ ରହିଛି , ଏବଂ ଏହି ନିୟମ କୁ ଜୁନ ୧ ୨୦୨୫ ରୁ ଲାଗୁ କରାଯିବ , ପୂର୍ବରୁ କିନ୍ତୁ ନିଶ୍ଚିତ ବାଲାନ୍ସ ରଖିବାର ନିୟମ ରହିଥିଲା l

କାନାଡ଼ା ବ୍ୟାଙ୍କ ର ଏହି ନିୟମ ଦ୍ୱାରା ଲୋକଙ୍କୁ କିଛିଟା ଆଶ୍ବସ୍ତି ମିଳିବ l ବର୍ତମାନ ପ୍ରତ୍ୟେକ ବ୍ୟାଙ୍କ ଦ୍ୱାରା ନିଜ ନିଜ କଷ୍ଟମର ମାନଙ୍କ ପାଇଁ ଅଲଗା ଅଲଗା କ୍ଷେତ୍ର ପାଇଁ ଅଲଗା ଅଲଗା ନିୟମ ସ୍ଥିର ହୋଇଛି l ସମୟ ସମୟ ବ୍ୟାଙ୍କ ପକ୍ଷରୁ ଏହି ନିୟମ ରେ ପରିବର୍ତ୍ତନ କରାଯାଇଥାଏ l

Leave A Reply