ଅନେକ ରିସର୍ଚ୍ଚ ସାମ୍ନାକୁ ଆସିଛି, ଯେଉଁଥିରେ ଦେଖିବାକୁ ମିଳିଛି ଯେ ଅଧିକ ମୋମଜ ଖାଇବା ଦ୍ୱାରା ସାଙ୍ଘାତିକ ରୋଗରେ ପୀଡିତ ହେବାର ସମ୍ଭାବନା ରହିଥାଏ l ଯାହାକି ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ l ମୋମଜ ର ବାହାର ପାର୍ଶ୍ଵ ମଇଦାରେ ପ୍ରସ୍ତୁତ, ମଇଦା ସେହି ଅଂଶ ଯାହାକି ଗହମ ଅଟା ରୁ ଫାଇବର ଓ ପ୍ରୋଟିନ ବାହାର କରି ନିଆଯାଇ ଯେଉଁ ଷ୍ଟାର୍ଚ୍ଚ ରହିଥାଏ ତାହା ମଇଦା l ମଇଦାକୁ ଖାଇ ହଜମ କରିବା ସହଜ ନୁହେଁ, ଏବଂ ଏହା ଅନ୍ତ ରେ ଅଠା ଭଳି ଲାଗି ଯାଇଥାଏ l ଯାହାଦ୍ୱାରା କନ୍ସଟିପେସନ , ଗ୍ୟାସ, ଏବଂ ପେଟ ଫୁଲିବା ଭଳି ସମସ୍ୟା ହୋଇଥାଏ l
– ମୋମଜ ସହିତ ସେବନ କରୁଥିବା ନାଲି ରାଗ ଚଟଣୀ ମଧ୍ୟ ପେଟ ପାଇଁ ଅସ୍ୱାସ୍ଥ୍ୟକର, ଏହି ଚଟଣୀ ପାଇଲସ ଓ ଗ୍ୟାସ୍ଟ୍ରିକ ସମସ୍ୟା ବୃଦ୍ଧି କରିଥାଏ l ଏହି ଚଟଣୀ ଅଧିକ ସେବନ କରିବା ଦ୍ୱାରା ପେଟ ଜଳିବା , ଅନ୍ତ ରେ ବ୍ଲିଡିଙ୍ଗ ସମସ୍ୟା ମଧ୍ୟ ଦେଖାଯାଇ ଥାଏ l
– ମୋମଜ ରେ ବ୍ୟବହୃତ ହେଉଥିବା ମଇଦା ଉଚ୍ଚ ଗ୍ଲାଇସେମିକ ଇଣ୍ଡେକ୍ସ ଯୁକ୍ତ ହୋଇଥାଏ, ଯାହାକି ବ୍ଲଡ଼ ସୁଗାର କୁ ଦ୍ରୁତ ଗତିରେ ବୃଦ୍ଧି କରିଥାଏ , ମଇଦା ରେ ଥିବା ଷ୍ଟାର୍ଚ୍ଚ ଓ ମୋମଜ ରେ ମିଶା ଯାଉଥିବା ମୋନୋସୋଡିୟମ ଗ୍ଲୁଟାମେଟ ମୋଟାପଣ ବୃଦ୍ଧିର କାରଣ ହୋଇଥାଏ l
– ନିୟମିତ ଭାବରେ ମୋମଜ ଖାଇବା ଦ୍ୱାରା କୋଲେଷ୍ଟ୍ରଲ ଓ ଟ୍ରାଇଗ୍ଲିସେରାଇଡ ର ସ୍ତର ବୃଦ୍ଧି ହୋଇଥାଏ, ଯାହା ମୋଟାପା ଓ ଟାଇପ -2 ମଧୁମେହ ର କାରଣ, ଏବଂ ଇନ୍ସୁଲିନ ପ୍ରଡକ୍ସନ ପ୍ରଭାବିତ ହୋଇଥାଏ ଏବଂ ମଧୁମେହ ର ବିପଦ ମଧ୍ୟ ବଢିଯାଏ l
– ମୋମଜ ରେ ବ୍ୟବହୃତ ହେଉଥିବା ପରିବା ଯେପରିକି ବନ୍ଧାକୋବି , ଚିକେନ ଇତ୍ୟାଦି ଯଦି ଠିକ କ୍ୱାଲିଟି ର ହୋଇନଥାଏ ତେବେ ଫୁଡ ପଏଜନିଙ୍ଗ ଓ ପେଟ ଇନଫେକ୍ସନ ର କାରଣ ହୋଇଥାଏ l
– ଷ୍ଟ୍ରିଟ ରେ ମିଳୁଥିବା ମୋମଜ ରେ ଅଧିକ ମାତ୍ରାରେ କୋଲିଫର୍ମ ବ୍ୟାକ୍ଟେରିଆ ରହିଥାଏ, ଯାହାକି ଡାଇରିଆ ଓ ଅନ୍ୟ ପାଚନ ସମ୍ବନ୍ଧିତ ସମସ୍ୟାର କାରଣ ହୋଇଥାଏ l ଏବଂ କୋଲେଷ୍ଟ୍ରଲ ବୃଦ୍ଧିର କାରଣ ମଧ୍ୟ ଅଟେ l ଅଧିକ ମୋମଜ ସେବନ ଧମନୀ ରେ ବ୍ଳକେଜ ର କାରଣ ମଧ୍ୟ ହୋଇଥାଏ l ଏଥିରେ ହାର୍ଟ ଡିଜିଜ ଓ ବ୍ଲଡ଼ ପ୍ରେସର ସମସ୍ୟା ମଧ୍ୟ ଗୋଟିଏ ବଡ଼ କାରଣ ଅଟେ l
– ଅଧିକ ମୋମଜ ସେବନ ଦ୍ୱାରା କ୍ୟାନ୍ସର ର ବିପଦ ମଧ୍ୟ ବଢ଼ିଯାଇ ଥାଏ, ମୋମଜ ପାଇଁ ବ୍ୟବହୃତ ହେଉଥିବା ମଇଦା କାର୍ବନlମାଇଡ କ୍ୟାନ୍ସର ର ବିପଦ କୁ ଅଧିକ ବଢ଼ାଇ ଦେଇଥାଏ l