ପାକ ଜାସୁସି ମାମଲାରେ ଆସିଲା ନୂଆ ତଥ୍ୟ , ଧରାପଡ଼ିଲେ ଜ୍ୟୋତିଙ୍କ ୧୪ ନମ୍ବର ସହଯୋଗୀ ହାରୁନ , ଭାରତ ଓ ପାକିସ୍ତାନ ୨ଟି ସ୍ଥାନରେ ଥିଲା ଶ୍ୱଶୁର ଘର ,ଦ୍ଵିତୀୟ ପତ୍ନୀ ଙ୍କୁ ଦେଖା କରିବାକୁ ଯାଉଥିଲେ ପାକିସ୍ତାନ କବାଡିଆ ବେପାରରୁ ଜାସୁସି ର କଳକୀର୍ତି l
ଜ୍ୟୋତି ମାଲହୋତ୍ରା ଜାସୁସି ମାମଲା ଆଗକୁ ବଢିବା ସହିତ ପ୍ରତିଦିନ ମିଳୁଛି ନୂଆ ନୂଆ ତଥ୍ୟ l ଲଗାତାର ଭାବରେ ଗିରଫ କରୁଛି ପୋଲିସ ଦେଶର ଗଡାର ଙ୍କୁ l ବର୍ତମାନ ଏହି ଜାସୁସି ନେଟୱାର୍କ ପଞ୍ଜାବ ହରିୟାଣା ରୁ ଯାଇ ଦିଲ୍ଲୀ ଓ ଉତ୍ତରପ୍ରଦେଶ ରେ ପହଂଚିଲାଣି l ଉତ୍ତରପ୍ରଦେଶ ATS ପାଖଷରୁ ଦିଲ୍ଲୀ ରୁ ମଧ୍ୟ ଗିରଫ ହୋଇଛି ଆରୋପି , ପୋଲିସ ବର୍ତମାନ ଜାସୁସି ଜାଲରେ ଛନ୍ଦି ହୋଇଥିବା ପ୍ରତ୍ୟେକ ଦେଶ ଦ୍ରୋହି କୁ ଖୋଜି ବାହାର କରିବାରେ ଲାଗିଛି l
ମିଳିଥିବା ସୂଚନା ଅନୁସାରେ ପାକିସ୍ତାନ ହାଇ କମିଶନର ରେ ମୁତୟନ ହୋଇଥିବା ଭିସା ଅଧିକାରୀ ପ୍ରକୃତରେ ଜଣେ ISI ଏଜେଣ୍ଟ ଅଟନ୍ତି l ଯାହାକୁ ପାକିସ୍ତାନ ଭାରତରେ ସ୍ଲିପର ସେଲ୍ ପ୍ରସ୍ତୁତ କରିବା ପାଇଁ ଦେଇଥିଲା ଦାୟିତ୍ୱ l ଜ୍ୟୋତି ଙ୍କୁ ନିଜ ଜଳରେ ଫସାଇଥିବା ISI ଏଜେଣ୍ଟ ଦାନିଶ କୁ ପାକିସ୍ତାନ ହାଇକମିସନର ରେ ଭିସା ଡେସ୍କ ରେ ନାମ ଓ ଠିକଣା ପରିବର୍ତ୍ତନ କରି ରଖାଯାଇଥିଲା l ମିଳିଥିବା ସୂଚନା ଅନୁସାରେ ISI ନକଲି ନାମ ଠିକଣା ଜରିଆରେ ଷ୍ଟାଫ ରଖିଥାଏ, ତେଣିକି ସେ ଯେକୌଣସି ପୋଷ୍ଟ ରେ ରହୁ ନା କାହିଁକି ଡ୍ରାଇଭର ହୋଇଥାଉ କିମ୍ବା ଭିସା ଅଧିକାରୀ କିମ୍ବା କ୍ଲର୍କ ହୋଇଥାଉ କିମ୍ବା ରୋଷେଇୟା ହୋଇଥାଉ, ପ୍ରାୟ ସମସ୍ତେ ISI ର ଏଜେଣ୍ଟ ଅଟନ୍ତି l ସେମାନଙ୍କର ଗୋଟିଏ କାମ ଭାରତରେ ଜାସୁସ ଙ୍କ ନେଟୱାର୍କ ବଢାଇବା l
ଜ୍ୟୋତି ଜାସୁସି ମାମଲାରେ ବର୍ତମାନ ପର୍ଯ୍ୟନ୍ତ ୧୪ ଜଣଙ୍କୁ ପୋଲିସ ଗିରଫ କରିଛି, ୧୪ ନମ୍ବର ଜାସୁସ ହେଲେ ଦିଲ୍ଲୀର ହାରୁନ, ହାରୁନ ପାକିସ୍ତାନୀ ଏମ୍ବାସି ର କର୍ମଚାରୀ ଙ୍କ ସମ୍ପର୍କ ରେ ରହିଥିଲା, ହାରୁନ ଦିଲ୍ଲୀର ନିବାସୀ ଓ ସେ କବାଡିଆ କାମ କରେ, ହାରୁନ କରିଥିଲା ୨ଟି ବିବାହ, ଗୋଟିଏ ଶ୍ୱଶୁର ଘର ପାକିସ୍ତାନ ଓ ଆଉ ଗୋଟିଏ ଶ୍ୱଶୁର ଘର ଭାରତରେ , ସେ ପାକିସ୍ତାନ ରେ ନିଜ ପିଉସୀ ଝିଅକୁ ବିବାହ କରିଥିଲା l
ଏବଂ ସେ ରୀତିମତ ପାକିସ୍ତାନ ତାର ଦ୍ଵିତୀୟ ପତ୍ନୀ କୁ ସାକ୍ଷାତ କରିବାକୁ ଯାଉଥିଲା ବୋଲି ହାରୁନ ର ଘର ଲୋକ ସ୍ୱୀକାର କରିଛନ୍ତି, ସେ ଶେଷ ଥର ପାଇଁ ଅପ୍ରେଲ ୫ ତାରିଖ ରେ ପାକିସ୍ତାନ ଯାଇଥିଲା ଏବଂ ସେଠାରେ ୨୦ ଦିନ ରହି ଅପ୍ରେଲ ୨୫ ରେ ଭାରତ ଫେରିଥିଲା, ହାରୁନ ର କନେକ୍ସନ ମଧ୍ୟ ଡାନିସ ସହିତ ରହିଥିଲା, ଡାନିସ ଜ୍ୟୋତି ସହିତ ମିଶି ୪ଟି ରାଜ୍ୟରେ ଜାସୁସି ଜାଲ କୁ ବିଛାଇ ଥିଲା, ହାରୁନ ମଧ୍ୟ ଦେଶର ବିଭିନ୍ନ ସମ୍ବେଦନଶୀଳ ସ୍ଥାନର ତଥ୍ୟ ଗୋଟିଏ ପାକିସ୍ତାନୀ ହ୍ୱାଟ୍ସ ଆପ ଗ୍ରୁପ ରେ ରୀତିମତ ସେୟାର କରିଥିଲେ l ଯାହା ପୋଲିସ ଯାଞ୍ଚ ରେ ସାମ୍ନାକୁ ଆସିଛି l