Odisha news

ବେଆଇନ ଇଟା ଭାଟି ରେ ଚଢ଼ାଉ, ଜୋରିମାନା ଆଦାୟ

0
ନୂଆପଡା -୧/୫ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଖଇରଭାଡି ଗ୍ରାମରେ ଖଣି, ରାଜସ୍ବ ଓ ଜଙ୍ଗଲ ବିଭାଗ ଅଧିକାରୀଙ୍କ ମିଳିତ ଭାବେ ଇଟା ଭାଟିରେ ଚଢ଼ାଉ କରି ଟ ୬୨ ହଜାର ୪୦ ଟଙ୍କା ଜୋରିମାନା ଆଦାୟ କରିଥିବା ଜଣାପଡିଛି।ନୂଆପଡା କନିଷ୍ଠ ଖଣି ଅଧିକାରୀ ଜୟନ୍ତ ଗଡତିଆ, ସୁଶାନ୍ତ ପୁଝାରୀ, ନିରଞ୍ଜନ ପାତ୍ର, ନିରଞ୍ଜନ ମହାନନ୍ଦ ଙ୍କୁ ନେଇ ଗଠିତ ଟିମ ର ନେତୃତ୍ୱରେ କୋମନା ତହସିଲଦାର ପ୍ରୟାଶୀ ପ୍ରଧାନ, କୋମନା ବନାଞ୍ଚଳ ଅଧିକାରୀ ଦେବଦତ୍ତ ସୁତାର ଙ୍କ ଉପସ୍ଥିତିରେ ଖଇରଭାଡି ଗ୍ରାମର ତ୍ରିନାଥ ଜଗତ ଙ୍କ ୬୦୦୦୦ ସଂଖ୍ୟା ବିଶିଷ୍ଟ ଓ ଜୟ ମେହେର ଙ୍କ ୫୦୦୦୦ ସଂଖ୍ୟା ବିଶିଷ୍ଟ ବେଆଇନ ଇଟା ଭାଟି ଉପରେ ଚଢ଼ାଉ କରି ଯଥାକ୍ରମେ ୩୩୮୪୦/- ଓ ୨୮୨୦୦/- ଟଙ୍କା ଜୋରିମାନା ଆଦାୟ କରା ଯାଇଥିବା ଜଣା ପଡିଛି। ଠିକ ସେହିଭଳି କୋମନା ଠାରେ ଥିବା ଅନ୍ୟ ଦୁଇ ବେଆଇନ ଇଟାଭାଟି ଉପରେ ଚଢ଼ାଉ କରି ଇଟା ଭାଟି ମାଲିକ ଙ୍କ ଅନୁପସ୍ଥିତି ଯୋଗୁଁ ସେମାନଙ୍କୁ ନୋଟିସ ଦିଆଯାଇ ନୂଆପଡା କାର୍ଯ୍ୟାଳୟ ରେ ହାଜିର ହେବାକୁ କୁହାଯାଇଥିବା ଖଣି ଅଧିକାରୀ ଙ୍କ ଠାରୁ ପ୍ରକାଶ।
Nalco
Leave A Reply