ନୂଆପଡ଼ା -୨୮/୪ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲିର ଅଗ୍ରଣୀ ସାହିତ୍ଯ ଅନୁଷ୍ଠାନ ଗଙ୍ଗାଧର ସାରସ୍ୱତ ସମିତି ତରଫରୁ ସ୍ଥାନୀୟ ସ୍ୱର ସଙ୍ଗମ କଳା ପରିଷଦ ପରିସରରେ ସୋମବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପବିତ୍ର ଜନ୍ମଜୟନ୍ତୀ ଉତ୍ସବ ପାଳନ କରାଯାଇଛି l ଏନେଇ ରବୀଂଦ୍ରନାଥ ଯୋଷୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସଭାରେ ବରିଷ୍ଠ ଶିକ୍ଷାବିତ ଚିନ୍ତାମଣି ସାହୁ, ମୁରଲୀଧର ସା, କୁମୁଦ ବନ୍ଧୁ ଯୋଷୀ ପ୍ରମୁଖ ନିଜ ନିଜ ବକ୍ତବ୍ଯ ମାଧ୍ଯମରେ ମଧୁବାବୁଙ୍କ ଆଦର୍ଶତା ରେ ଅନୁପ୍ରାଣିତ ହେବାକୁ ଆହ୍ୱାନ କରିଥିଲେ । ଆରମ୍ଭରେ ସାରସ୍ୱତ ସମିତି ସଭାପତି ବୈଷ୍ଣବ ମେହେର ସମସ୍ତଙ୍କୁ ସ୍ୱାଗତ କରିଥିବା ସହ ସଭାର ଆଭିମୂଖ୍ଯ ପ୍ରଦାନ କରିଥିଲେ । ଏହା ପରେ ମଧୁବାବୁଙ୍କ ଫଟୋ ଚିତ୍ରରେ ମାଲ୍ଯାର୍ପଣ ସହ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା l ଏ ଅବସରରେ କଣ୍ଠଶିଳ୍ପୀ ନିକୁଞ୍ଜ ବିହାରୀ ସା ମଧୁବାବୁଙ୍କ ରଚିତ ସଙ୍ଗୀତ ଗାନ କରିଥିଲେ । ଏହି ଅବସରର ସମିତିର ସଂପାଦକ ତରୁଣ କୁମାର ମେହେର ମନ୍ତ୍ର ପାଠ କରିଥିଲେ । ଏ ଅବସରରେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୄତକଙ୍କ ଅମରଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ଅନ୍ଯମାନଙ୍କ ମଧ୍ଯରେ ତ୍ରିନାଥ ମେହେର, ପ୍ରଦ୍ଯୁମ୍ନ ଚୁମାର ସିଂହ ଚିନ୍ଦା, ଡିସମ୍ୱର ମେହେର, ପ୍ରେମାନନ୍ଦ ମେହେର, ଗୌତମ ମେହେର, ହରେକୄଷ୍ଣ ମେହେର, ରଶ୍ମିରଞ୍ଜନ ସା, ବଂଶୀଧର ଜଗତ, ମନୋଜ ଜଗତ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ପରେଶନାଥ ପାଣିଗ୍ରାହୀ ଧନ୍ଯବାଦ ଦେଇଥିଲେ l