ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ୨୦୨୫-୨୦୨୭ ଅବଧିପାଇଁ ୟୁନିସେଫର ସାମାଜିକ ନୀତି ଏବଂ ସାମାଜିକ ସୁରକ୍ଷା କାର୍ୟ୍ୟ ଯୋଜନା ସମ୍ପର୍କିତ ବୈଠକ ଅନୁଷ୍ଠିତ
ଭୁବନେଶ୍ୱର (Suvendra Pattanaik) : ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କଅଧ୍ୟକ୍ଷତାରେ୨୦୨୫-୨୦୨୭ଅବଧି ପାଇଁ ୟୁନିସେଫର ସାମାଜିକ ନୀତି ଏବଂ ସାମାଜିକ ସୁରକ୍ଷା କାର୍ୟ୍ୟ ଯୋଜନା ସମ୍ପର୍କିତ ଏକ ବୈଠକ ଆଜି ଅପରାହ୍ଣରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।
ବୈଠକରେ ମହିଳା ଓ ଶିଶୁ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ସାମାଜିକସୁରକ୍ଷାଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଆର୍. ଏସ୍ ଗୋପାଳନ, ଯୋଜନା ଓ ସଂଯୋଜନ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଟି.ଆଓ,ଅତିରିକ୍ତ ଶାସନ ସଚିବ ଶ୍ରୀ ମନୀଷ ଅଗ୍ରଓ୍ୱାଲ, ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଶ୍ରୀମତୀ ବ୍ରତତୀ ହରିଚନ୍ଦନ, ଜନଗଣନା ନିର୍ଦ୍ଦେଶକଶ୍ରୀ ୟୁ.ଏନ୍ ଦାସଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ ଯୋଗଦେଇଥିବା ବେଳେ ୟୁନିସେଫ ତରଫରୁ ସାମାଜିକ ଓ ବ୍ୟବହାରିକ ପରିବର୍ତ୍ତନ ବିଶେଷଜ୍ଞ ଡଃ. ସୁଗତ ରୟ, ସାମାଜିକ ନୀତି ବିଶେଷଜ୍ଞ ଡଃ. ବାଳ ପାରିତୋଷ ଦାଶ , ସାମାଜିକ ନୀତି ପରାମର୍ଶଦାତା ଅଜୟ କୁମାର ସିଂ ପ୍ରମୁଖ ଯୋଗଦେଇ କାର୍ୟ୍ୟକ୍ରମ ସଂପର୍କରେ ଉପସ୍ଥାପନା କରିଥିଲେ ।
ଭାରତ-ୟୁନିସେଫ୍ ସହଯୋଗ କାର୍ୟ୍ୟକ୍ରମ୨୦୨୩-୨୭ ହେଉଛି ୟୁନିସେଫର ଏକ ବହୁ ବର୍ଷିଆ କାର୍ୟ୍ୟ ଯୋଜନା,ଯାହାର ଉଦ୍ଦେଶ୍ୟ ହେଉଛି “୨୦୨୭ ସୁଦ୍ଧା ଶିଶୁ, କିଶୋରଏବଂମହିଳା, ବିଶେଷ କରି ସବୁଠାରୁ ଅସୁରକ୍ଷିତ, ଲିଙ୍ଗ-ଉତ୍ତର ଦାୟୀ, ଜଳବାୟୁ ଅନୁକୂଳ ଏବଂ ବିଭିନ୍ନ ଆଘାତ ପ୍ରଭାବିତ ଉତ୍ତର ଦାୟୀ ସାମାଜିକ ଏବଂ ଅର୍ଥନୈତିକ ନୀତି ଏବଂ ସାମାଜିକ ସୁରକ୍ଷା ଉପରେ କାର୍ୟ୍ୟକ୍ରମ କରି ସଫଳତା ଆଣିବା”।ସାମାଜିକ ନୀତି ଏବଂ ସାମାଜିକ ସୁରକ୍ଷା କାର୍ୟ୍ୟ ଯୋଜନା (ଏସପିଏସପି ) କାର୍ୟ୍ୟକ୍ରମ ଗୁଡ଼ିକ ସଂପାଦନ ପାଇଁ ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ନୋଡାଲ ବିଭାଗ ଭାବେ ସରକାରୀସଂସ୍ଥା ଏବଂ ଶିକ୍ଷାନୁଷ୍ଠାନ ମାନଙ୍କ ସହ ଭାଗିଦାରୀରେ କାର୍ୟ୍ୟ କରିବ।
ବୈଠକର ପ୍ରାରମ୍ଭରେ ୨୦୨୩-୨୪ କାର୍ୟ୍ୟ ଯୋଜନା ସଂପର୍କରେ ସମୀକ୍ଷା କରାଯିବା ସହ ୨୦୨୫ପାଇଁ ୟୁନିସେଫ୍ ତରଫରୁ କରାଯାଇଥିବା ଯୋଜନା ସଂପର୍କରେ ଉପସ୍ଥାପନ କରାଯାଇ ସେଥିରେ ଆବଶ୍ୟକ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦିଆ ଯାଇଥିଲା । ସହରାଂଚଳରେ ମହିଳା,ଭିନ୍ନକ୍ଷମ ମାନଙ୍କର ରହୁଥିବା ସମସ୍ୟାର ସମାଧାନ ଦିଗରେ ଏହାକୁ ଅଧ୍ୟୟନରେ ଅନ୍ତର୍ଭୁକ୍ତ କରିବାକୁ ବୈଠକରେ ପରାମର୍ଶ ଦିଆଯାଇଛି । ଚଳିତ ବର୍ଷ କାର୍ୟ୍ୟକ୍ରମ ମଧ୍ୟରେ ଶିଶୁ ଦାରିଦ୍ର୍ୟ ଓ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା କ୍ଷେତ୍ର ବିଶ୍ଳେଷଣ ପାଇଁ ରାଜ୍ୟ ସ୍ତରୀୟ ବୈଷୟିକ ଅନୁଷ୍ଠାନ ଏନ୍ଆଇଟି, ରାଉରକେଲା ସହ ସହଯୋଗ କରାଯିବ । ଅର୍ଥ ବିଭାଗ ଶିଶୁ, ପୁଷ୍ଟିସାଧନ, ଏସଡିଜି ଏବଂ ଲିଙ୍ଗ ଭିତ୍ତିକ ବଜେଟ୍ ବରଣୀର ବାର୍ଷିକ ପ୍ରକାଶନକୁ ସୁନିଶ୍ଚିତ କରାଯିବ ।
ଅର୍ଥ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ସହଯୋଗରେ ଭିନ୍ନକ୍ଷମ ମାନଙ୍କୁ ନଗଦ ଅର୍ଥ ହସ୍ତାନ୍ତର ସାର୍ବ ଜନୀନ କଭରେଜ୍ଦିଗରେଲକ୍ଷ୍ୟରଖି ଭିନ୍ନକ୍ଷମ ଆର୍ଥିକ ସହାୟତା ଉପରେଏକ ଆଭିମୁଖ୍ୟ ପତ୍ର ପ୍ରସ୍ତୁତ କରିବା ପାଇଁ ଯୁନିସେଫ କାର୍ୟ୍ୟ କରିବ । ଜଳବାୟୁ ପରିବର୍ତ୍ତନ ଏବଂ ଭିନ୍ନ କ୍ଷମତା ସମେତ ଏସଡିଜି ଭିତ୍ତିକ ଫଳାଫଳ ବଜେଟ୍ ନୀତିଗତ ସଂକ୍ଷିପ୍ତ ବିକାଶ ଏବଂ ପରାମର୍ଶ ଉପରେ କାର୍ୟ୍ୟ କରିବ । ସାମାଜିକ ସୁରକ୍ଷା ଯୋଜନାରେ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି, ସ୍ୱୟଂ ସହାୟିକା ଗୋଷ୍ଠୀ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ, ରାଜ୍ୟ ଗ୍ରାମୀଣ ଜୀବିକା ମିଶନର ଅଧିକାରୀଙ୍କ ଦକ୍ଷତା ବୃଦ୍ଧି ଜାରିରହିବ ।
କିଶୋରୀ ମାନଙ୍କୁ ଦକ୍ଷତା ବିକାଶ, ନିଯୁକ୍ତି ସୁଯୋଗ ଏବଂ ପ୍ରାସଙ୍ଗିକ ସାମାଜିକ ସୁରକ୍ଷା ପାଇଁ ସହାୟତା ପ୍ରଦାନ କରିବା ସହିତ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ଆଦି ସାମାଜିକ ସୁରକ୍ଷା ଯୋଜନାର କାର୍ୟ୍ୟକାରିତାର ବିଶ୍ଳେଷଣ କରି ମହିଳା ସଶକ୍ତୀ କରଣ ଏବଂ ଶିଶୁ ଅଧିକାରକୁ ପ୍ରୋତ୍ସାହିତ କରିବାରେ ୟୁନିସେଫର ପ୍ରୟାସ ରହିବ । ଯୋଜନା ଓ ସଂଯୋଜନ ବିଭାଗ ସହ ଯୋଗରେ ଗୋଷ୍ଠୀଭିତ୍ତିକ ଆକଳନ କରଯାଇ ଭିନ୍ନକ୍ଷମ ବ୍ୟକ୍ତି, ଭିନ୍ନକ୍ଷମ ଶିଶୁଙ୍କ ସାମାଜିକ ସୁରକ୍ଷା ଯୋଜନା ଗୁଡିକର ଉପଲବ୍ଧତା ଯାଞ୍ଚ କରିବା ଏବଂ ପ୍ରତିବନ୍ଧକ ଏବଂ ସକ୍ଷମ କାରୀମାନଙ୍କୁ ଚିହ୍ନଟ କରାଯିବ ।
ୟୁନିସେଫ୍ଓଡ଼ିଶା ଗ୍ରାମାଞ୍ଚଳରେ ସ୍ଥାନୀୟ ବିକେନ୍ଦ୍ରୀକରଣ ଉପରେ କାର୍ୟ୍ୟକରୁଛି, ଯାହାକୁ ଆହୁରି ବଢ଼ାଇବାର ଆବଶ୍ୟକତା ରହିଛି।ଏସଆଇଆରଡି ଏବଂ ପଂଚାୟତିରାଜ ବିଭାଗ ସହଭାଗିଦାରୀରେ, ଗ୍ରାମ ପଂଚାୟତ ମାନଙ୍କୁ,ଅଣବନ୍ଧିତ ପାଣ୍ଠି ବ୍ୟବହାର କରି ଏସଡିଜିହାସଲରେ ଯୋଗଦାନ କରୁଥିବା ପଦକ୍ଷେପ ଗୁଡିକର ଯୋଜନା ଏବଂ କାର୍ୟ୍ୟକାରୀ କରିବାକୁ ଦାୟିତ୍ୱଦିଆଯିବ।ଶିଶୁ-ଅନୁକୂଳଗ୍ରାମ ପଂଚାୟତ ମାନଙ୍କରେ ମହିଳା ଓ ଆଦିବାସୀ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ଦକ୍ଷତା ବିକାଶ ପାଇଁ ଏସଆଇଆରଡି ସହିତ ଭାଗିଦାରୀ ଜାରି ରହିବ । ୨୦୨୪-୨୫ପାଇଁ୯୧୨ଗ୍ରାମ ପଂଚାୟତରେ ଏସଡିଜି ସୂଚକାଙ୍କ ଆଧାରିତ ଶିଶୁ ବଜେଟ୍ଏବଂକାର୍ୟ୍ୟ କଳାପ ବିଶ୍ଳେଷଣପାଇଁ ଶିଶୁ-ଅନୁକୂଳଗ୍ରାମ ପଂଚାୟତ ବିକାଶ ଯୋଜନା(ଜିପିଡିପି)ପ୍ରସ୍ତୁତ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ, ଏହାକୁ ସମସ୍ତ୬,୭୯୪ଗ୍ରାମ ପଂଚାୟତକୁ ସମ୍ପ୍ରସାରିତ କରାଯିବା ସଂପର୍କରେ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ୟୁସିସେଫ ଜାରି ରଖିଥିବା ବିଭିନ୍ନ କ୍ଷେତ୍ରରେ କାର୍ୟ୍ୟକ୍ରମ ସହିତ ରାଜ୍ୟ ସରକାରଙ୍କ ସହଯୋଗ ଜାରି ରହିବା ସଂପର୍କରେ ଉନ୍ନୟନ କମିଶନର ଆବଶ୍ୟକ ପରାମର୍ଶ ଦେଇଥିଲେ ।
