ନୂଆପଡା- ୮/୪ (ସୁରେନ୍ଦ୍ର ତିୱାରୀ) : ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ ପୋଲିସ ପଡିଆରେ ଜିଲ୍ଲା କ୍ରୀଡା ବିଭାଗ ଦ୍ଵାରା ମୁଖ୍ୟମନ୍ତ୍ରୀ ଟ୍ରଫି ପାଇଁ ଆନ୍ତ କ୍ଲବ ଅଣ୍ଡର ୧୫ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ର ଶୁଭାରମ୍ଭ ହୋଇଛି । ଏଥିପାଇଁ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ , ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ମହରା, ଆସିଷ୍ଟାଣ୍ଟ କଲେକ୍ଟର ବିଜୟ ଛତ୍ରିଆ, ସେକ୍ରେଟାରୀ ଡିଷ୍ଟ୍ରିକ୍ଟ ଫୁଟବଲ୍ ଆସୋସିଏସନ୍ ସରୋଜ କୁମାର୍ ସାହୁ, ଖେଳ ଅଧ୍ୟାପକ ନେସନାଲ ମହାବିଦ୍ୟାଳୟ ପ୍ରକାଶ ସାହୁ ଯୋଗ ଦେଇଥିଲେ। ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ ମ୍ୟାଚ୍ ପରିଚାଳନା କରିଥିଲେ। ପ୍ରଥମ ମ୍ୟାଚ୍ ମାରାଗୁଡ଼ା ଫୁଟବଲ୍ କ୍ଲବ୍ ବନାମ ନୂଆପଡା ଫୁଟବଲ୍ କ୍ଲବ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ୩-୩ ରେ ଏହି ମ୍ୟାଚ୍ ଡ୍ର ହୋଇଥଲା। ସୂଚନାଯୋଗ୍ୟ ଯେ “ପ୍ରତିଭା ଅନେକ, ଲକ୍ଷ୍ୟ ଏକ “ବେନର ରେ ଏହି ମ୍ୟାଚ୍ ୭ ଏପ୍ରିଲ ୨୦୨୫ ତାରିଖରୁ ୧୫ ଏପ୍ରିଲ ୨୦୨୫ ଯାଏଁ ଅନୁଷ୍ଠିତ ହୋଇ ଯୋଗ୍ୟ ଖେଳାଳି ଚୟନ କରାଯିବ।
