ଅନେକ ଲୋକ ଜାଣି ନଥାଆନ୍ତି ଯେ ସେ HIV ରେ ସଂକ୍ରମିତ ଅଛନ୍ତି ବୋଲି, ଏହାର ଲକ୍ଷଣ ଆରମ୍ଭରେ ଫ୍ଲୁ ଭଳି ହୋଇଥାଏ, ଯାହାକି ସମୟ ସହିତ ଠିକ ହୋଇଯାଇଥାଏ, HIV ରେ ସଂକ୍ରମିତ ବ୍ୟକ୍ତି ଧୀରେ ଧୀରେ ଦୁର୍ବଳ ହୋଇଯାଇଥାଏ, ଏବଂ ଏଡ୍ସ ଭଳି ଘାତକ ରୋଗରେ ପରିଣତ ହୋଇଯାଇଥାଏ l ଏହା HIV ର ଶେଷ ସୋପାନ, ଯେଉଁଥିରେ ସଂକ୍ରମିତ ବ୍ୟକ୍ତିର ପ୍ରତିରକ୍ଷା ପ୍ରଣାଳୀ ଏତେ ଅଧିକ ଦୁର୍ବଳ ହୋଇଯାଇଥାଏ ଯେ ସେ ଯେ କୌଣସି ସଂକ୍ରମିତ ରୋଗରେ ଖୁବ ଶୀଘ୍ର ସଂକ୍ରମିତ ହୋଇଯାଇଥାଏ l ତେଣୁ ସବୁଠୁ ଜରୁରୀ ହେଉଛି HIV ର ଲକ୍ଷଣ କୁ ସର୍ବ ପ୍ରଥମେ ଜାଣିବା l
– ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ର ସୂଚନା ଅନୁସାରେ ଦୁନିଆରେ ପାଖାପାଖି ୪ କୋଟି ରୁ ଉର୍ଧ୍ଵ ଲୋକ HIV ରେ ସଂକ୍ରମିତ ରହି ଥାଆନ୍ତି, ଏବଂ ଅନେକ ଲୋକଙ୍କର ଭାବନା ରହିଥାଏ ଯେ HIV ରେ ସଂକ୍ରମିତ ହେବାପରେ ଜୀବନ ସରି ଯାଇଥାଏ l କିନ୍ତୁ ଏହି ଧାରଣା ଭୁଲ ଅଟେ, HIV ସଂକ୍ରମିତ ବ୍ୟକ୍ତି ଗୋଟିଏ ସାଧାରଣ ଜୀବନ ମଧ୍ୟ ବଞ୍ଚିପାରିବ l
HIV ସଂକ୍ରମିତ ବ୍ୟକ୍ତି ଏହିସବୁ କଥାକୁ ଧ୍ୟାନ ରଖିବା ଜରୁରୀ –
– HIV ରେ ସଂକ୍ରମିତ ବ୍ୟକ୍ତିକୁ ଲାଗିଥାଏ ଯେ ଯଦି ଥରେ HIV ରେ ସଂକ୍ରମିତ ହୋଇ ଥାଆନ୍ତି ତେବେ ସେକ୍ସ ଲାଇଫ ସମ୍ପୂର୍ଣ ଭାବରେ ପ୍ରଭାବିତ ହୋଇଥାଏ l କିନ୍ତୁ ଏଭଳି ନୁହେଁ, ଜଣେ HIV ସଂକ୍ରମିତ ବ୍ୟକ୍ତି ସାମାନ୍ୟ ଜୀବନ ମଧ୍ୟ ବଂଚିପାରିବ l କିନ୍ତୁ ସମ୍ବନ୍ଧ ସମୟ ରେ କଣ୍ଡମ ବ୍ୟବହାର କିବା ଜରୁରୀ l ଯାହାଦ୍ୱାରା ସାଥି ସଂକ୍ରମିତ ହେବେନାହିଁ l HIV ସଂକ୍ରମଣ ସବୁଠୁ ଅଧିକ ରକ୍ତ, ବୀର୍ଯ୍ୟ କିମ୍ବା ବ୍ରେଷ୍ଟ ମିଲକ ଦ୍ୱାରା ହୋଇଥାଏ l
– ହେଲଥ ଏକ୍ସପର୍ଟ ଙ୍କ ମତରେ HIV ଜଣାପଡିବା ପରେ ବ୍ୟକ୍ତି ଯେତେ ଶୀଘ୍ର ଏହାର ଚିକିତ୍ସା କରାଇବା ଜରୁରୀ, ଏହାଦ୍ୱାରା HIV ସଂକ୍ରମିତ ବ୍ୟକ୍ତି ର ପ୍ରତିରକ୍ଷା ପ୍ରଣାଳୀ ଅଧିକ ମଜବୁତ ହୋଇଥାଏ l ଏବଂ ଏହି ଭାଇରସ ରେ ସଂକ୍ରମିତ ହେବାଦ୍ବାରା ଔଷଧ ସେବନ ସଠିକ ମାତ୍ରାରେ କରିବା ଜରୁରୀ , ଯାହାଦ୍ୱାରା ସଂକ୍ରମଣ ଠିକ ହୋଇପାରିବ l
– HIV ସଂକ୍ରମିତ ବ୍ୟକ୍ତି ସଫା ସୁତୁରା ର ବିଶେଷ ଧ୍ୟାନ ରଖିବା ଜରୁରୀ, ସଂକ୍ରମଣ ହେବା ପରେ ବ୍ୟକ୍ତିର ପ୍ରତିରକ୍ଷା ପ୍ରଣାଳୀ ପ୍ରତି ଖୁବ ବିପଦ ଦେଖା ଦେଇଥାଏ l ଏହାଛଡା ପୋଷାକ ଯୁକ୍ତ ଭୋଜନ କରିବା ସହିତ ନିୟମିତ ବ୍ୟାୟାମ କରିବା ଖୁବ ଜରୁରୀ l