Odisha news

ଏହି ସ୍ଥାନରୁ ହଟିବ ୧୩୦ ବର୍ଷ ପୁରୁଣା ମନ୍ଦିର ତିଆରି ହେବ ମସଜିଦ ,  କଣ ରହିଛି ଏହା ପଛର କାରଣ ?

0

ମାଲେସିଆ ପାଖାପାଖି ୧୩୦ ବର୍ଷ ପୁରୁଣା ମନ୍ଦିର ଉପରେ ସଙ୍କଟ ଛାଇଛି, ମାଲେସିଆର ରାଜଧାନୀ କୁଆଲାଲାମପୁର ରେ ଅବସ୍ଥିତ ଏହି ଐତିହାସିକ ମନ୍ଦିର କୁ ଭାଙ୍ଗି ଅନ୍ୟତ୍ର ସିଫ୍ଟ କରିବାର ଯୋଜନା ଦ୍ରୁତ ଗତିରେ ଚାଲିଛି, ଦାବି ହୋଇଛି ଯେ ଯେଉଁ ସ୍ଥାନରେ ଏହି ମନ୍ଦିରଟି ନିର୍ମିତ ହୋଇଛି ସେହି ସ୍ଥାନକୁ ଗୋଟିଏ ଟେକ୍ସଟାଇଲ କମ୍ପାନୀ କିଣି ନେଇଛି, ଏବଂ ସେହି କମ୍ପାନୀ ଟି ଏଠାରେ ଗୋଟିଏ ମସଜିଦ କରିବାକୁ ଚାହୁଁଚି l

କଣ ରହିଛି ଏହା ପଛର କାରଣ –
୧୩୦ ବର୍ଷ ପୁରୁଣା ଏହି ମନ୍ଦିର ଟି ଦେବୀ ଶ୍ରୀ ପତ୍ରା କାଳୀ ଆମ୍ମା ଙ୍କର ଅଟେ, ଏବଂ ଅନେକ ବର୍ଷରୁ ଏହା ଭକ୍ତ ମାନଙ୍କର ଆସ୍ଥାର କେନ୍ଦ୍ରବିନ୍ଦୁ ପାଲଟିଥିଲା, କିନ୍ତୁ ୨୦୧୪ ରେ ଏହି ସ୍ଥାନଟିକୁ ଟେକ୍ସଟାଇଲ କମ୍ପାନୀ ଯାକେଲ କୁ ବିକ୍ରୀ କରି ଦିଆଯାଇଥିଲା l ଏହି କମ୍ପାନୀ ର ଫାଉଣ୍ଡର ସ୍ବର୍ଗତ ମହମ୍ମଦ ଯାକେଲ ଏହି ଭୁମିଟିକୁ କିଣି ମୁସଲମାନ ମାନଙ୍କୁ ଗୋଟିଏ ମସଜିଦ ନିର୍ମାଣ କରି ଉପହାର ଦେବାକୁ ଇଛା ରଖିଥିଲେ, ଯାହାକି ବର୍ତମାନ ପୁର୍ଣ ହେବାକୁ ଯାଉଛି l

ଏହି ମନ୍ଦିର ଟିକୁ ଅନ୍ୟତ୍ର ସିଫ୍ଟ କରିବା କମ୍ପାନୀ ପକ୍ଷରୁ ସମସ୍ତ ଖର୍ଚ୍ଚ ବହନ କରାଯାଉଛି l ୨୦୧୪ ରୁ ଏହି ଭୂମି ଟିକୁ ନେଇ କେଶ ଚାଲିଥିଲା, ଏବଂ ୨୦୨୧ ରେ କମ୍ପାନୀ କୁ ଏହି ସ୍ଥାନରେ ମସଜିଦ ନିର୍ମାଣ କରିବା ପାଇଁ ଅର୍ଡର ମିଳିଥିଲା l କିନ୍ତୁ ମନ୍ଦିର ସିଫ୍ଟ ହେବା ପର୍ଯ୍ୟନ୍ତ ମସଜିଦ ର କାର୍ଯ୍ୟ କୁ ସ୍ଥଗିତ ରଖାଯାଇଥିଲା l

ଏହି ମାମଲା ମାଲେସିଆ ରେ ଧାର୍ମିକ ସମାନତା କୁ ନେଇ ଦୀର୍ଘ ସମୟ ରୁ ଆକ୍ରୋଶ ଲାଗି ରହିଥିଲା l ଏହି ବିବାଦକୁ ନେଇ ଲଗାତାର ସୋସିଆଲ ମିଡିଆରେ ମଧ୍ୟ ଅନେକ ଉତେଜନା ଦେଖା ଯାଉଥିଲା, କିନ୍ତୁ କୋର୍ଟ ଙ୍କ ଅନୁମୋଦନ କ୍ରମେ ମନ୍ଦିର ଟି ଅନ୍ୟତ୍ର ସ୍ଥାନାନ୍ତର ହୋଇଥିଲା l

Leave A Reply