Odisha news

ମହାକୁମ୍ଭ ୨୦୨୫ : ବାବା ଅଭୟ ସିଂ ଦେଖା ଯିବେନି ଆଉ ବାବା ରୂପରେ

0

ମହାକୁମ୍ଭ ଦେଇଥିଲା ବାବା ଙ୍କୁ ପରିଚୟ , ନୂଆ ଅବତାରରେ ବାବା ଅଭୟ ସିଂ l ନିଜକୁ ଆକର୍ଷଣୀୟ କରି ପୁଣି ହେଲେ ଭାଇରଲ l ଦେଖିବାକୁ ମିଳିବନି ଆଉ ବାବାଙ୍କ ଲମ୍ବା ଚୁଟି ଦାଢୀ  l ମହାକୁଂଭ ର IIT ପାସ ଆଉଟ ଭାଇରଲ ବାବା , ବାବା ଅଭୟ ସିଂ ମହାକୁଂଭ ଆରମ୍ଭ ହେବା ଦିନରୁ ରହି ଆସୁଛନ୍ତି ଚର୍ଚାରେ, କେତେବେଳେ ନିଜ ଶିକ୍ଷା ଓ ଚାକିରୀକୁ ନେଇ ତ ଆଉ କେତେବେଳେ ନିଜ ପିତାମାତା ଙ୍କୁ , କିନ୍ତୁ ବର୍ତମାନ ବାବା ଅଭୟ ସିଂ ନିଜ ଚେହେରା ବଦଳିବାକୁ ନେଇ ଚର୍ଚା ସାଉଁଟୁ  ଛନ୍ତି , ପ୍ରୟାଗରାଜ ରେ ଚାଲିଥିବା ମହାକୁମ୍ଭ ରେ ସବୁଠୁ ଅଧିକ ଚର୍ଚାରେ ରହିଥିବା ଓ ସୋସିଆଲ ମିଡିଆରେ ଲଗାତାର ଭାଇରଲ ହେଉଥିବା ଭାଇରଲ ବାବା ଓରଫ ଅଭୟ ସିଂ ସମସ୍ତଙ୍କ ଦୃଷ୍ଟି ଆକର୍ଶଣ କରିଛନ୍ତି, ବର୍ତମାନ ସୋସିଆଲ ମିଡିଆରେ ବାବାଙ୍କ ଆଉ ଗୋଟିଏ ଭିଡିଓ ଭାଇରଲ ହେଉଛି ଯାହା ସମସ୍ତଙ୍କ ଦୃଷ୍ଟି  ଆକର୍ସଣ କରୁଛି, ଯେଉଁଠି ବାବା ଏହି ଭିଡିଓ ରେ ସମ୍ପୂର୍ଣ ଅଲଗା ଦେଖା ଯାଉଛନ୍ତି, ଭିଡ଼ିଓଟିରେ ବାବା ଅଭୟ ସିଂ ନିଶ ଦାଢୀ କାଟି କ୍ଲିନ ସେବ ହେବାର ଦେଖିବାକୁ ମିଳୁଛି, ଏବଂ ଶୁଣିବାକୁ ମିଳୁଛି ଯେ ଅଭୟ ନିଜେ ନିଜର ନିଶ ଦାଢୀ ଓ କେଶ କାଟିଛନ୍ତି, ଏହାପରେ ସେ ନିଜର ଗୋଟିଏ  ଭିଡିଓ ରେ ନିଜେ କହିଛନ୍ତି ଯେ ଏଠାରେ ସବୁକିଛି ଏମିତି ଚାଲିଥାଏ, ସେ ନିଜ ଭିଡିଓ ରେ କହିଛନ୍ତିକି ଯେତେବେଳେ ଯାତ୍ରାରେ ବାହାରିଥାଏ ୨ଟି କଥା କହିଥାଏ, ପ୍ରଥମ ଟି ହେଲା ରାତି ସମୟ ରେ ଗୋଟିଏ ସ୍ଥାନରେ ରହିବାର ଅଛି, ଅନ୍ୟଟି ହେଲା ଲଗାତାର ଆଗକୁ ବଢିବା ଜରୁରୀ, ଏମିତିରେ ନିଶ ଦାଢ଼ି ଓ କେଶ କାଟିବାକୁ ମିଳିନଥାଏ ସମୟ, ତେଣୁ ଯେତେବେଳେ ସମୟ ,ମିଳିଲା ସେତେବେଳେ କାଟିଦେଲି ଏଥିରେ ନୂଆ କିଛିନାହିଁ l

Leave A Reply