Odisha news

ବିଶ୍ଵ ଶୌଚାଳୟ ଦିବସ ପାଳିତ

0
ନୂଆପଡ଼ା-୧୯/୧୧ :  ଆଜି  ନୂଆପଡ଼ାଜିଲ୍ଲା ପ୍ରଶାସନ ତରଫରୁ ବିଶ୍ୱ ଶୌଚାଳୟ ଦିବସ ପାଳିତ ହୋଇଯାଇଛି l ଜିଲ୍ଲାପାଳ ମଧୁସୂଦନ ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ ଏଵଂ ଖଡ଼ିଆଳ ବିଧାୟକ ଅଧୀରାଜ ମୋହନ ପାଣିଗ୍ରାହୀ ଅତିଥି ଭାବରେ ଯୋଗ ଦେଇଥିଲେ l ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦାଶ ଜିଲ୍ଲାରେ ବିଭାଗର କାର୍ଯ୍ୟ ପାୱାର ପଏଣ୍ଟ ମାଧ୍ୟମରେ ଉପସ୍ଥାପନ କରି କହିଲେଯେ ଏବେ ଜିଲ୍ଲାରେ ମୋଟ ୧୩୪୬୨୮ ଟି ଘର ରୁ ବିଭିନ୍ନ ଜଳ ଯୋଗାଣ ପ୍ରକଳ୍ପ ମାଧ୍ୟମରେ ୧୩୩୩୬୦ ଟି ଘର କୁ ନଳ ଯୋଗେ ପିଇବା ପାଣି ଯୋଗାଇ ଦିଆଯାଉଛି l ବାକି ରହିଥିବା ଘର ମାନଙ୍କୁ ମଧ୍ୟ ଏ ସୁବିଧା ଶୀଘ୍ର ଯୋଗାଇ ଦିଆଯିବ l ଉଭୟ ବିଧାୟକ କହିଲେଯେ ପ୍ରକୃତରେ ସବୁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଠିକ୍ ହିସାବରେ କାମ କରୁନାହିଁ l ଏହା ଉପରେ ଧ୍ୟାନ ଦେଇ ତୁରନ୍ତ ଏସବୁର ମରାମତି କରାଯାଉ ଏଵଂ ନିର୍ମାଣାଧୀନ ପ୍ରକଳ୍ପ ଗୁଡ଼ିକର କାମ ଶିଘ୍ର ସରୁ l ଗାଁ ମାନଙ୍କରେ ଉପଭୋକ୍ତା କମିଟି ଗଠନ କରି ସେମାନଙ୍କ ଠାରୁ ୟୁଜର ଫିଜ୍ ଆଦାୟ କରାଯାଉ l ଏଥିରେ ମହିଳା ମାନଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଉ l ବିଧାୟକ ଏଵଂ ବିଭିନ୍ନ ଲୋକ ପ୍ରତିନିଧି ମାନଙ୍କୁ ବିଭିନ୍ନ ତଦାରଖ କମିଟି ରେ ରଖାଯାଉ l ଗ୍ରୀଷ୍ମ ଋତୁ ଆଗରୁ ସବୁ ପାନୀୟ ଜଳ ପ୍ରକଳ୍ପ ଗୁଡ଼ିକର କାମ ସରିବା ଉଚିତ l ଜିଲ୍ଲାପାଳ କହିଲେ ସବୁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଖରେ ଯେମିତି ବର୍ଷ ସାରା ପ୍ରଚୁର ଜଳ ରହିବ ସେଥିପାଇଁ ଯୁଦ୍ଧ କାଳୀନ ଭିତ୍ତିରେ ଜିଲ୍ଲାରେ କାମ ଚାଲିଛି lସେହିପରି ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ
 ବିଶ୍ଵ ଶୌଚାଳୟ ଦିବସ ଅବସରରେ ଜିଲ୍ଲାରେ ଶୌଚାଳୟ ଗୁଡ଼ିକର ଆବଶ୍ୟକତା ଓ ଏସବୁର ସ୍ଥିତି ସମ୍ବନ୍ଧରେ ବିବରଣୀ ପ୍ରଦାନ କରିଥିଲେ l ପରିଷ୍କାର ପରିଚ୍ଛନ୍ନ ଶୌଚାଳୟ ରୋଗ ବିମାରୀ ବିଶେସତ ହଇଜା ଝାଡାବାନ୍ତି ଇତ୍ୟାଦି ରୋଗ ପ୍ରତିରୋଧ କରିଥାଏ l ଏହା ମହିଳା ଏଵଂ ବାଳିକା ମାନଙ୍କ ଗୋପନୀୟତା ରକ୍ଷା କରିଥାଏ l ଏଣୁ ପ୍ରଶାସନ ଚାହେଁ ପ୍ରତି ଘରେ ଶୌଚାଳୟ ନିର୍ମାଣ ହେଉ lଖଡ଼ିଆଳ ବିଧାୟକ ଅଧୀରାଜ ମୋହନ ପାଣିଗ୍ରାହୀ କହିଲେ ଖଡ଼ିଆଳ ଥାନା ଛକରେ ରାତ୍ରୀ ବସ ସବୁ ରହୁ ଥିବାରୁ ଏବଂ ଜିଲ୍ଲାର ପର୍ଯ୍ୟଟନ ସ୍ଥଳ ତିଖାଲି ଓ ପତୋରା ଡେମ୍ ନିକଟରେ ଗୋଷ୍ଠୀ ଶୌଚାଳୟ ଅତିଶୀଘ୍ର ନିର୍ମାଣ କରାଯାଉ l
ଜିଲ୍ଲାପାଳ କହିଲେ ଯେ ସରକାରଙ୍କ ମାର୍ଗ ଦର୍ଶିକା ଅନୁସାରେ ନୂଆ ଶୌଚାଳୟ ନିର୍ମାଣ, ପୁରୁଣା ଶୌଚାଳୟ ର ମରାମତି ଏବଂ ସୋନ୍ଦର୍ଯ୍ୟ କରଣ କାମ ଶୀଘ୍ର ସମ୍ପନ୍ନ ହେଵ l ୨୦୩୦ ସୁଦ୍ଧା ପ୍ରତି ଘରେ ଶୌଚାଳୟ ଓ ପିଇବା ପାଣି ଯୋଗାଣ ର ଲକ୍ଷ୍ୟ ପୁରଣ ପାଇଁ ସମ୍ପୃକ୍ତ ବିଭାଗ ଦାୟିତ୍ବବାନ ହୋଇ କାମ କରନ୍ତୁ l ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର, ଏଡି ଏମ୍ ଓ ଡ଼ଃ ଗୁରୁ ପ୍ରସାଦ ଜେନା, ସାଂସଦ ପ୍ରତିନିଧି ପ୍ରେମ୍ ଅଗ୍ରୱାଲ, ସମସ୍ତ ବିଡିଓ , ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ,  ସରପଞ୍ଚ, ଜଳ ଓ ପରିମଳ ବିଭାଗ କର୍ମଚାରୀ , ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ କର୍ମଚାରୀ ଯୋଗ ଦେଇଥିଲେ l
Leave A Reply