Odisha news

ବିଦ୍ୟୁତ୍ ତାର ଫାସ ରେ ପଡ଼ି କଲରା ପତରିଆ ବାଘ ମୃତ୍ୟୁ -୨ ଫେରାର ଓ ୨ ଧରା ପଡିଲେ।                                   

0

ନୂଆପଡ଼ା- ୧୯/୧୧ (ସୁରେନ୍ଦ୍ର ତିୱାରୀ ) କୋମନା ବ୍ଲକ ଦେଓଧରା ଗ୍ରାମ ନିକଟସ୍ଥ ଜଙ୍ଗଲ ରେ ଶିକାରୀ ଙ୍କ ଦ୍ୱାରା ବରାହ ଶୀକାର ପାଇଁ ବିଦ୍ୟୁତ ତାର ଫାସ ଖଞ୍ଜିଥିବା  ଫାସ ରେ କଲରାପତରିଆ ବାଘ ପଡ଼ି ଯାଇ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଉଅଛି। ଘଟଣା ର ଖବର ପାଇ ବନ ବିଭାଗ ତତ୍ପରତା ସହ ତଦନ୍ତ ଅବ୍ୟାହତ ରଖିଥିଲେ। ଆଜି ଦୁଇ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଦୁଇ ଅଭିଯୁକ୍ତ ଫେରାର ହେବାରେ ସଫଳ ହୋଇଛନ୍ତି। ଅଭିଯୁକ୍ତ ମାନଙ୍କ ନାମ ପ୍ରକାଶ କରିବାରେ  ତଦନ୍ତ ବାଧାପ୍ରାପ୍ତ ହେବ ଏଣୁ  ବିଭାଗ ପକ୍ଷ ରୁ ପ୍ରକାଶ କରାଯାଇ ନାହିଁ। ଅଭିଯୁକ୍ତ ମାନେ ଗତ ଶନିବାର ୧୬ ତାରିଖ ଦିନ ବିଦ୍ୟୁତ୍ ତାର ଫାସ ରୋପଣ ବରାହ ଶିକାର ପାଇଁ କରିଥଲେ ବୋଲି କୁହାଯାଉଛି। ମୃତ ବାଘ ର ମାଂସ ଅଭିଯୁକ୍ତ ମାନେ ରଶୋଇ କରି ଖାଇଥିଲେ ବୋଲି କୁହାଯାଉଛି। ଉପରୋକ୍ତ ଘଟଣା ବିଷୟରେ ବନ ବିଭାଗ ସୂଚନା ପାଇ ତଦନ୍ତ ଚଳାଇ ଥିଲେ ।  କୋମନା ରେଞ୍ଜ ଅନ୍ତର୍ଗତ ଦେଓଧରା ଗ୍ରାମ ଯାଇ ଘଟଣା ରେ ସଂପୃକ୍ତ ୪ ଅଭିଯୁକ୍ତ ମଧ୍ୟରୁ ୨ ଜଣ ଙ୍କୁ ଗିରଫ କରିଥିବା ବେଳ ଆଉ ୨ଜଣ ଅଭିଯୁକ୍ତ  ଫେରାର ମାରିଛନ୍ତି। ଅଭିଯୁକ୍ତ ଦ୍ବୟ ଅପରାଧ ସ୍ବୀକାର କରି ଥିବା କଥା ରେଞ୍ଜର ଦେବଦତ୍ତ ସୁତାର ପ୍ରକାଶ କରିଛନ୍ତି। ଖଡିଆଳ ବନଖଣ୍ଡ  ଅଧିକାରୀ ଅଜିଜ ଖାଁ ଘଟଣାର ସରଜମିନ ତଦନ୍ତ  ନିର୍ଦ୍ଧେଶ ଦେଇଥିଲେ।  ବନ ବିଭାଗ ପକ୍ଷ ରୁ  ଫରେଷ୍ଟର ସମୀର କାନ୍ତ ଠାକୁର, ଗୋପାଳ ମହାନନ୍ଦ, ଉତ୍ତମ ମେହେର, ପରେଶ ଧାରୁଆ, ସମେତ, ହାତୀ ସୁରକ୍ଷା ସ୍କ୍ୱାର୍ଡ ପହଞ୍ଚି ଘଟଣା ତଦନ୍ତ କରିଛନ୍ତି

Leave A Reply