Odisha news

କୋଣାର୍କ ଉତ୍ସବ ସମନ୍ୱୟ ବୈଠକ , ଚନ୍ଦ୍ରଭାଗାରେ ଆନ୍ତର୍ଜାତୀୟ ବାଲୁକା କଳା : ମୀନାବଜାରରେ ୫ଶହ ଷ୍ଟଲ 

0
କୋଣାର୍କ : ପର୍ଯ୍ୟଟନ ବିଭାଗ, ଓଡିଶା ସଂଗୀତ ନାଟକ ଏକାଡେମୀ ଓ ଓଟିଡିସି ପକ୍ଷରୁ ଡ଼ିସେମ୍ବର ୧ରୁ ୫ପର୍ଯନ୍ତ ମୁକ୍ତାକାଶ ରଙ୍ଗମଞ୍ଚରେ ୩୫ତମ କୋଣାର୍କ ଉତ୍ସବ ଓ ଚନ୍ଦ୍ରଭାଗାରେ ୧୪ତମ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଅନୁଷ୍ଠିତ ହେବ। ସୋମବାର ଅପରାହ୍ନରେ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା , ପର୍ଯ୍ୟଟନ ସଚିବ ବଲୱନ୍ତ ସିଂ,ପର୍ଯ୍ୟଟନ ନିର୍ଦ୍ଦେଶକ ସମର୍ଥ ବର୍ମା,ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ,ଏସପି ବିନୀତ ଅଗ୍ରଓ୍ଵାଲ ପ୍ରମୁଖ ଯୋଗଦେଇଥିଲେ। ପ୍ରତି ସନ୍ଧ୍ୟା ୬ଟାରୁ ୮ଟା୩୦ ପର୍ଯ୍ୟନ୍ତ ଓଡିଶୀ, କୁଚିପୁଡ଼ି, କଥକ, ମୋହିନୀଆଟ୍ଟମ ,ମଣିପୁରୀ, ଭାରତନାଟ୍ୟମ ନୃତ୍ୟ ପ୍ରଦର୍ଶନ ହେବ। ଚନ୍ଦ୍ରଭାଗା ବେଳାଭୂମିରେ ଆମେରିକା, ରୁଷିଆ, ଅଷ୍ଟ୍ରେଲିଆ, ଶ୍ରୀଲଙ୍କା ଆଦି ଦେଶ ସମେତ ଭାରତର ବିଭିନ୍ନ ରାଜ୍ୟରୁ ଶତାଧିକ ବାଲୁକା ଶିଳ୍ପୀଙ୍କ ବାଲୁକା କଳା ପ୍ରଦର୍ଶନ ହେବ।  ସେହିଭଳି ହେଲିପ୍ୟାଡ଼ରେ ୩ଟି ଅପେରା ପାର୍ଟି,ମୀନବଜାରରେ ୫ଶହ ଷ୍ଟଲ ପଡ଼ିବ। ଉତ୍ସବ ସମୟରେ ସୁରକ୍ଷା, ପାର୍କିଂ,ପାନୀୟ ଜଳ ବ୍ୟବସ୍ଥା, ସ୍ବାସ୍ଥ୍ୟ,ଆଲୋକ ବ୍ୟବସ୍ତା, ରାସ୍ତା ମରାମତି,ଏଏସଆଇ ଆଦି ବିଭିନ୍ନ ବିଭାଗକୁ ସୁଚାରୁରୂପେ କାର୍ଯ୍ୟ ତୁଲାଇବା ପାଇଁ ନିର୍ଦେଶ ଦିଆଯାଇଥିଲ। ସୂର୍ଯ୍ୟମନ୍ଦିର ଓ ନବଗ୍ରହ ରାସ୍ତା ଜବରଦଖଲକାରୀ ଓ ଇକୋ ରିଟ୍ରିଟ ନିକଟରେ ଉଛେଦ କରିବା ପାଇଁ ଜିଲ୍ଲାପାଳ କୋଣାର୍କ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ବିଭାଗ ସହ ନିର୍ଦ୍ଦେଶକ ବିଶ୍ବଜିତ ରାଉତରାୟ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ ସେଠୀ, ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ କୋଣାର୍କ ଉତ୍ସବ ସହିତ ଜଡିତ ସମସ୍ତ ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।
Leave A Reply