ସିନାପାଲି : ଓଡ଼ିଆ ସଂସ୍କୃତିରେ ବାର ମାସରେ ତେର ପର୍ବ ଅନୁଷ୍ଠିତ ହେଉଥିବା ବେଳେ ସେସବୁ ପରମ୍ପରାକୁ ବଂଚାଇ ରଖିବାରେ ସାଧାରଣ ଲୋକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମୀକା ରହିଆସିଛି ା ଏହି କ୍ରମରେ ନୂଆପଡ଼ା ଜିଲ୍ଲା ସିନାପାଲି ଠାରେ ରାହାସ ପରମ୍ପରା ମାଧ୍ଯମରେ ଲୁପ୍ତପ୍ରାୟ ସଂପ୍ରଦା ନୃତ୍ଯକୁ ଦୀର୍ଘ ଶହେ ଏକୋଇଶି ବର୍ଷ ଧରି ବଂଚାଇ ରଖିବା ନିଶ୍ଚିତ ପ୍ରଶଂସନୀୟ ା ବିଗତ ୧୯୦୩ ମସିହାରେ ସେସମୟର ସ୍ଥାନୀୟ ସଂସ୍କୃତିପ୍ରେମୀ ବ୍ଯକ୍ତିଙ୍କ ପ୍ରୟାସରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଜଗନ୍ନାଥ ଛକ ଠାରେ ଆରମ୍ଭ ହୋଇଥିବା ସଂପ୍ରଦା ନିରବଚ୍ଛିନ୍ନ ଭାବରେ ଆଜି ଯାଏଁ ପରିବେଷିତ ହୋଇଆସୁଛି ା ଏବେ ଯୁବକ ମାନେ ମଧ୍ଯ ଏହି ପରମ୍ପରାରେ ସାମିଲ ହୋଇ ସଂପ୍ରଦାନୃତ୍ଯ ପରିବେଷଣ କରୁଛନ୍ତି ା ପ୍ରତିବର୍ଷ ସପ୍ତାହେ ବ୍ଯାପି ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ଯକ୍ରମରେ ସ୍ଥାନୀୟ କଳାକାର ସମେତ ନିମଂତ୍ରଣ ପାଇ ଅନ୍ଯ ଅଂଚଳରୁ ଆସୁଥିବା କଳାକାର ମଧ୍ଯ ଏହି ନୄତ୍ଯ ଦେଖାଉଛନ୍ତି ା ସିନାପାଲି ସହର ବ୍ଯତିତ ହାତୀବନ୍ଧା, ଚଳନା, ସିଙ୍ଗଝର, କେନ୍ଦୁମୁଣ୍ତା, ଗଣ୍ତାବାହାଲୀ, ଗୋଡ଼ାଲ, ମହଗାଁ ଆଦି ଗାଁରେ ମଧ୍ଯ ରାହାସ ପୂର୍ଣ୍ଣିମା ଅନୁଷ୍ଠିତ ହେଉଥିବା ବେଳେ ପ୍ରାୟ ସ୍ଥାନରେ ସଂପ୍ରଦା ନୄତ୍ଯକୁ ପାରମ୍ପରିକ ରିତିରେ ପରିବେଷଣ କରାଯାଉଥିବା ଦେଖିବାକୁ ମିଳୁଛି ା ଏଥିସହ ପ୍ରାୟ ଗାଁରେ ପୁରାଣ ପାଠ ସହ କାର୍ତ୍ତିକ ମାସର ମହତ୍ୱ ଆଧାରରେ ମନ୍ଦିର ଓ ତୁଳସୀ ଚଉରା ମାନଙ୍କରେ ସ୍ବତଂତ୍ର ପୂଜାପାଠ କରାଯିବା ସବୁଠି ପବିତ୍ର ବାତାବରଣ ସୃଷ୍ଟି କରିଛି ା ବଡ଼ି ଭୋରରୁ ମାଆଭଉଣୀ ନଦୀ, ପୋଖରୀରେ କାର୍ତ୍ତିକ ବୁଡ଼ ପକାଇ ସେଠାରେ ପୂଜାଅର୍ଚ୍ଚନା ସହ ଘଣ୍ଟ ଓ ହୁଳହୁଳିର ଧ୍ୱନୀ ଗ୍ରାମ୍ଯ ପରିବେଶକୁ ଉତ୍ସବମୁଖର ସହ ଆନନ୍ଦର ମାହୋଲ ସୄଷ୍ଟି କରିଛି