Odisha news

ବୁଗୁଡ଼ାରେ ଅଁଳା ନବମୀ ଉତ୍ସବ ପାଳିତ

0
ବୁଗୁଡ଼ା : ତା ୧୦/୧୧/୨୪ : ବୁଗୁଡ଼ା ଅଞ୍ଚଳର ବିଭିନ୍ନ ମନ୍ଦିରରେ ଅଁଳା ନବମୀ ଉତ୍ସବ ଯଥା ରୀତିନୀତି ପ୍ରକାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିରଞ୍ଚି ନାରାୟଣ ମନ୍ଦିର ପରିସରସ୍ଥ ରଘୁନାଥ ମନ୍ଦିରରେ ପୁରୋହିତ ଉମାକାନ୍ତ ଦାଶଙ୍କ ତତ୍ତ୍ବାବଧାନରେ ଉତ୍କ ଉତ୍ସବ ପାଳନ ଅବସରରେ ଦେବା ଦେବୀଙ୍କ ପହଡ ଅବକାଶ, ମଙ୍ଗଳ ଆଳତି, ଅଁଳା ମାଳାର୍ପଣ,
ବାଳଭୋଗ, ରାଧା ପାଦ ଦର୍ଶନ ଆଦି କାର୍ଯ୍ୟକ୍ରମ ଯଥାବିଧି ପ୍ରକାରେ ଅନୁଷ୍ଠିତ ହୋଇଥିଲା ବେଳେ ଗୋପୀନାଥ ମନ୍ଦିର ଓ ବଳଦେବ ମନ୍ଦିରରେ ମଧ୍ୟ ଅନୁରୂପ ଭାବେ ପାଳନ କରାଯାଇଥିଲା । ସେହିପରି ବାଲିପଦର ଗ୍ରାମସ୍ଥିତ ରଘୁନାଥ ସ୍ବାମୀ ମନ୍ଦିର, ବାଦୁଆର ରାଧାକୃଷ୍ଣ ମନ୍ଦିର ଓ କଦମ୍ବ ମଠର ରାଧାକୃଷ୍ଣ ମନ୍ଦିରରେ ପାରମ୍ପରିକ ରୀତିରେ ଅଁଳା ନବମୀ ଉତ୍ସବ
ପାଳିତ ହୋଇଥିଲା । ସମ୍ପୃକ୍ତ ମନ୍ଦିରଗୁଡିକରେ ସକାଳେ ଓ ସନ୍ଧ୍ଯାରେ ଭକ୍ତଙ୍କ ଭିଡ ଜମିଥିଲା
Nalco
Leave A Reply