ନଭେମ୍ବର ୧୨ତାରିଖରେ ଦେବଉତ୍ଥାନ ଏକାଦଶୀ ପାଳନ କରାଯିବ, ଏହିଦିନ ଭଗବାନ ବିଷ୍ଣୁ ଯୋଗ ନିଦ୍ରାରୁ ଉଠିବେ, ଏବଂ ଏହିଦିନ ଚତୁର୍ମାସ ର ସମାପନ ହେବ l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଓ ଜ୍ୟୋତିର୍ବିଦ ଙ୍କ ମତରେ ଡେଵଉତ୍ଥାନ ଏକାଦଶୀ ରେ ଯେତେବେଳେ ଭଗବାନ ବିଷ୍ଣୁ ଯୋଗ ନିଦ୍ରାରୁ ଉଠିବେ ଘରେ ଶ୍ରୀଯନ୍ତ୍ର ସ୍ଥାପନା କରିବା ଶୁଭ ଅଟେ l
ଶ୍ରୀଯନ୍ତ୍ର କଣ ?
ଶ୍ରୀଯନ୍ତ୍ର ସିଦ୍ଧି ଶଙ୍କରାଚାର୍ଯ୍ୟ କରିଥିଲେ, ଏହା ଦୁନିଆର ସବୁଠୁ ଶକ୍ତିଶାଳୀ ଯନ୍ତ୍ର ଅଟେ l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହାକୁ ଧନର ପ୍ରତୀକ ବୋଲି କୁହାଯାଇ ଥାଏ l ଶ୍ରୀଯନ୍ତ୍ର ର ଆକାର ବିଭିନ୍ନ ଆକୃତିର ରହିଥାଏ l ଅଲଗା ଅଲଗା ଶ୍ରୀଯନ୍ତ୍ର ର ଅଲଗା ପରିଣାମ ମିଳିଥାଏ l
ଶ୍ରୀଯନ୍ତ୍ର ର ଉପାୟ –
ଡେଵଉତ୍ଥାନ ଏକାଦଶୀ ରେ ସ୍ଫଟିକ ର ପିରାମିଡ଼ ଶ୍ରୀଯନ୍ତ୍ର ପୂଜା ସ୍ଥଳରେ ସ୍ଥାପନା କରିବା ଶୁଭ ହୋଇଥାଏ , ଏହାକୁ ଗୋଲାପୀ କପଡା କିମ୍ବା ଗୋଟିଏ ଛୋଟ ସ୍ଥାନରେ ସ୍ଥାପନା କରିବା ଶୁଭ ହୋଇଥାଏ l
ପ୍ରତିଦିନ ସକାଳୁ ସ୍ନାନ ସାରି ଶ୍ରୀଯନ୍ତ୍ର ରେ ଜଳ ଓ ଫୁଲ ଅର୍ପଣ କରିବା ଶୁଭ ଅଟେ, ଏହାପରେ ଘିଅ ଦୀପ ଲଗାଇ ଶ୍ରୀଯନ୍ତ୍ର ମନ୍ତ୍ର ପାଠ କରନ୍ତୁ l ମନ୍ତ୍ରଟି ହେଲା – ‘ ଶୃଂ ହିଂ କ୍ଳିଙ୍ଗ ଏଂ ଷୌ ଊଂ ହିଂ ଶୃଂ କ ଏ ଇ ଲ ହିଂ ହ ସ କ ହ ଲ ହିଂ ସ କ ଲ ହିଂ ସୌ ଏଂ କ୍ଳିଙ୍ଗ ହିଂ ଶ୍ରୀଙ୍ଗ ‘ ଏହି ମନ୍ତ୍ର କୁ ପାଠ କରିବା ଦ୍ୱାରା ଘର ର ଦ୍ୱାରରୁ ଆର୍ଥିକ ସଙ୍କଟ ଦୂର ହୋଇଯାଇ ଥାଏ l