Odisha news

ବର୍ତମାନ ଯୁବକ ମାନଙ୍କୁ ଶିକାର କରୁଛି ପ୍ରୋଷ୍ଟେଟ କ୍ୟାନ୍ସର , କଣ ରହିଛି ଏହା ପଛର କାରଣ

0

ପୂର୍ବରୁ ପ୍ରୋଷ୍ଟେଟ କ୍ୟାନ୍ସର ର ରିସ୍କ ୬୦ ବର୍ଷ ପରେ ହେଉଥିଲା, କିନ୍ତୁ ବର୍ତମାନ ୩୦ ୪୦ ବର୍ଷର ଲୋକେ ମଧ୍ୟ ପ୍ରୋଷ୍ଟେଟ କ୍ୟାନ୍ସର ରେ ପ୍ରଭାବିତ ହେଉଛନ୍ତି l ତେଣୁ ଜାଣିବା ଜରୁରୀ ଯେ କାହିଁକି ଯୁବକ ମାନେ ଅଧିକ ପ୍ରୋଷ୍ଟେଟ କ୍ୟାନ୍ସର ରେ ପ୍ରଭାବିତ ହେଉଛନ୍ତି l କ୍ୟାନ୍ସର ଭଳି ଗୋଟିଏ ଦୁଃସହ ରୋଗ ରେ ପୂର୍ବରୁ ବୟସ୍କ ମାନେ ପ୍ରଭାବିତ ହେଉଥିଲେ, କିନ୍ତୁ ବର୍ତମାନ ର ସମାଜ ରେ ବୟସ୍କ ଙ୍କ ସହିତ ଯୁବକ ମଧ୍ୟ ପ୍ରଭାବିତ ହେଉଛନ୍ତି l ଯାହାକି ଗୋଟିଏ ଚିନ୍ତାର ବିଷୟ l କିନ୍ତୁ ଗବେଷକ ଙ୍କ ମତରେ କିଛିଟା ପ୍ରାରମ୍ଭିକ ପଦକ୍ଷେପ ଯୁବକ ମାନେ ନିହାତି ନେବା ଜରୁରୀ l

ପ୍ରୋଷ୍ଟେଟ କ୍ୟାନ୍ସର ରେ ପ୍ରଭାବିତ ହେବାର କାରଣ –

ନିକଟରେ ହୋଇଥିବା ଅଧୟନ ରେ କୁହାଯାଇଛି ଯେ ୨୦୨୨ ରେ ଭାରତରେ ପ୍ରୋଷ୍ଟେଟ କ୍ୟାନ୍ସର ରେ ୩୮ ହଜାର ରୁ ଅଧିକ ଲୋକ ପ୍ରଭାବିତ ହୋଇ ଥିବାର ରେକର୍ଡ ହୋଇଛି, ହେଲଥ ଏକ୍ସପର୍ଟ ଙ୍କ ମତରେ ପ୍ରୋଷ୍ଟେଟ କ୍ୟାନ୍ସର ର କାରଣ ଶରୀର ରେ ଜେନେଟିକ ମ୍ୟୁଟେସନ ଅଟେ, ଅର୍ଥାତ ଯେତେବେଳେ ଶରୀର ରେ ଡିଏନଏ ରେ ପରିବର୍ତ୍ତନ ହୋଇଥାଏ କ୍ୟାନ୍ସର ରିସ୍କ ବଢି ଯାଇଥାଏ l

ଏହା ଆନୁବଂଶିକ ମଧ୍ୟ ହୋଇପାରେ, ଯଦି ପରିବାର ରେ କେହି ପ୍ରୋଷ୍ଟେଟ କ୍ୟାନ୍ସର ରେ ପୀଡିତ ଅଟନ୍ତି ତେବେ ଆଗାମୀ ପିଢ଼ି ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବାର ଅନେକ ସମ୍ଭାବନା ରହିଛି l ଏବଂ ଆନୁବଂଶିକ ଭାବରେ ଓଜନ ବୃଦ୍ଧି, ଷ୍ଟ୍ରେସ ଓ ରକ୍ତଚାପ ବୃଦ୍ଧି ଏବଂ ଜୀବନଶୈଳୀ ରେ ପରିବର୍ତ୍ତନ ମଧ୍ୟ କାରଣ ଅଟେ l

ପ୍ରୋଷ୍ଟେଟ କ୍ୟାନ୍ସର ର ପ୍ରାରମ୍ଭିକ ଲକ୍ଷଣ ଗମ୍ଭୀର ହୋଇ ନଥାଏ, ତେଣୁ ଲୋକମାନେ ଏହାକୁ ଅଣଦେଖା କରି ଥାଆନ୍ତି l ୟୁରିନ ରେ ଫ୍ଲୋ ନଆସିବା , ପରିସ୍ରାରେ ରକ୍ତ ପଡିବା, ପରିସ୍ରା କରିବା ସମୟ ରେ ଯନ୍ତ୍ରଣା ହେବା ପ୍ରୋଷ୍ଟେଟ କ୍ୟାନ୍ସର ର ସାମାନ୍ୟ ଲକ୍ଷଣ l

କିପରି ରହିବେ ସୁରକ୍ଷିତ –
– ନିଜ ଜୀବନଚର୍ଯ୍ୟା ରେ ପରିବର୍ତ୍ତନ କରନ୍ତୁ l
– ଓଜନ ସନ୍ତୁଳିତ ରଖନ୍ତୁ ଏବଂ ରକ୍ତଚାପ ସନ୍ତୁଳିତ ରଖନ୍ତୁ l
– ସମୟେ ସମୟେ ୟୁରୋଲୋଜିଷ୍ଟ ଙ୍କୁ ପରାମର୍ଶ କରନ୍ତୁ l
– ନିୟମିତ ଯୋଗାସନ ଓ ବ୍ୟାୟାମ କରନ୍ତୁ l
– ମଦ୍ୟପାନ ଓ ଧୁମ୍ରପାନ ଠାରୁ ଦୁରେଇ ରୁହନ୍ତୁ l
– ସନ୍ତୁଳିତ ଭୋଜନ ଖାଇବା ସହିତ ଠିକ ଭାବରେ ଶୋଇବା ଜରୁରୀ l

Leave A Reply