Odisha news

ନରଣଗଡ ଫୁଟ ବଲ ଟୁର୍ଣ୍ଣାମେଣ୍ଟ ପାଇକ ତିଗିରିଆ ଫାଇନାଲରେ

0
ନିରାକାରପୁର,୨୭/୧୦: ନରଣଗଡ ବିନ୍ଦୁ ବଳୟ ଜୁଵ ନିକେତନ ଦ୍ୱାରା ଆୟୋଜିତ ନରଣଗଡ ଫୁଟ ବଲ ଟୁର୍ଣ୍ଣାମେଣ୍ଟ ଆଜି ପ୍ରଥମ ସେମିଫାଇନାଲରେ ପାଇକ ତିଗିରିଆ ଫୁଟବଲ ଦଳ ମୁକୁନ୍ଦ ପ୍ରସାଦ ଫୁଟବଲ ଦଳର ୩ -୨ ଗୋଲରେ ପରାସ୍ତ କରି ଫାଇନାଲକୁ ପ୍ରଵେଶ କରିଛି। ଖେଳ ଶେଷ ପର୍ଯ୍ୟାୟରେ କେହି କାହାକୁ ଗୋଲ୍ ଦେଇପାରି ନ ଥିଲେ। ଶେଷରେ ଟ୍ରାଇବେକର ଜରିଆରେ ୩-୨ ଗୋଲ୍ ରେ ପାଇକ ତିଗିରିଆ ଦଳ ବିଜୟୀ ହୋଇଛି। ଖେଳ କୁ ଫକୀର ଚରଣ ନିଶଙ୍କ ମ୍ୟାଚ କମିସନର ସରତ ଛୋଟରାୟ ଓ ସୁକାନ୍ତ ପ୍ରଧାନ ପରିଚାଳନା କରିଥିଲେ। ଆଜି ର ମ୍ୟାଚ୍ ରେ ଅତିଥି ଭାବେ ସମାଜ ସେବୀ ମହେନ୍ଦ୍ରହରିଚନ୍ଦନ,ଧୃବଚରଣ ରାଉତରାୟ, ରଘୁନାଥ ନନ୍ଦ, କଣ୍ଟୁରି ଚରଣ ସୁନ୍ଦରାୟ, ଲଛମନ ନାଏକ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।ଆଶୁତୋଷ ରାଉତରାୟ ମଞ୍ଚ ପରିଚାଳନା କରିଥିଲେ। ଆସନ୍ତା କାଲି ବେଣା ପଞ୍ଜୁରୀ ଭର୍ଷେସ ତରତୁଆ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ।
Leave A Reply