Odisha news

ଦୁଇଟି ଗୋଦାମରୁ ୫ଲକ୍ଷ ଟଙ୍କାର ବେଆଇନ ବାଣ ଜବତ

0
ବ୍ରହ୍ମପୁର,୨୭।୧୦ ବେଆଇନ ବାଣ କାରବାର ଉପରେ ଵ୍ରହ୍ମପୁର  ପୋଲିସ  କଡା ନଜର ରଖିଛି। ଦୀପାବଳି ପୂର୍ବରୁ ପୋଲିସ ପୂର୍ବରୁ ଅନେକ ସ୍ଥାନରେ ଚଢ଼ାଉ କରି ବେଆଇନ ବାଣ ଜବତ କରିଛି।ଏହିଧାରାରେ  ପୋଲିସ ବ୍ରହ୍ମପୁର ସହରର ଦୁଇ ଥାନା ଅଞ୍ଚଳରୁ  ବେଆଇନ ଭାବେ ଗଚ୍ଛିତ କରି ରଖାଯାଇଥିବା ୫ଲକ୍ଷ ଟଙ୍କାର ବାଣ ଜବତ କରିଛି । ବୈଦ୍ୟନାଥପୁର ଥାନା ଏବଂ ବଡବଜାର ଥାନା ଅଞ୍ଚଳରୁ ଏହି ଆତସବାଜି ଜବତ ହୋଇଥିବା ବେଳେ ବେଆଇନ କାରବାରରେ ସଂପୃକ୍ତ ଥିବା ଏକାଧିକ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ସୂଚନାପ୍ରକାରେ, ଶନିବାର ରାତିରେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ହାଇସ୍କୁଲ ଛକ ନିକଟ ଏକ ଘରେ  ବେଆଇନ ଭାବେ ବାଣ ଗଛିତ ଥିବା ନେଇ ପୋଲିସକୁ ଖବର ମିଳିଥିଲା ।ସେହିକ୍ରମରେ  ଥାନା ଅଧିକାରୀ ସୁଚିତ୍ରା ପରିଡ଼ାଙ୍କ ନେତୃତ୍ବରେ ଏକ ଟିମ ସେଠାରେ ଚଢଉ କରିଥିଲା। ସେହି ଘରୁ ବିଭିନ୍ନ ପ୍ରକାରର ଆତସବାଜି ଜବତ ହୋଇଥିଲା। ଯାହାର ମୂଲ୍ୟ ଦେଢ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ଜଣାପଡିଛି ।ାଅନ୍ୟପକ୍ଷରେ ରବିବାର ସନ୍ଧ୍ୟାରେ ବଡବଜାର ଥାନା ଅନ୍ତର୍ଗତ ଫୁଲସୁନ୍ଦରୀ ସାହି ନିକଟରେ ଥିବା କୁମ୍ଭାର ସାହିର ଏକ ଘରେ ବେଆଇନ ଆତସବାଜି ଗଚ୍ଛିତ କରି ରଖାଯାଇଥିବା ସୂଚନା ମିଳିବା ପରେ ବଡବଜାର ପୋଲିସ ପକ୍ଷରୁ ସେଠାରେ ଚଢଉ କରାଯାଇଥିଲା ।ାଚଢଉ ବେଳେ ସେହି ଘରୁ ବିପୁଳ ପରିମାଣର ଆତସବାଜି ଜବତ ହୋଇଛି।  ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଅଢେଇ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ଅନୁମାନ କରୁଛି । ତେବେ ଏହି ଆତସବାଜି ଗଚ୍ଛିତ କରି ରଖିଥିବା ବ୍ୟକ୍ତିମାନେ ଆତସବାଜି ବିକ୍ରି ଓ ଗଚ୍ଛିତ କରିବା ପାଇଁ କୌଣସି ପ୍ରକାର ଅନୁମତି ନେଇନଥିବା ପୋଲିସ ତଦନ୍ତରୁ ଜଣାପଡିଛି। ଜବତ ବାଣ ଗୁଡିକ ନିଷ୍କ୍ରିୟ କରାଯିବ ବୋଲି ପୋଲିସ କହିଛି।

Leave A Reply