ଦୀପାବଳୀ କିମ୍ବା ଦିପୋତ୍ସବ ହିନ୍ଦୁ ଧର୍ମର ସବୁଠୁ ବଡ଼ ପର୍ବ, ଯାହାକି ୫ଦିନ ପର୍ଯ୍ୟନ୍ତ ପାଳନ ହୋଇଥାଏ l ଏହିଦିନ ଲକ୍ଷ୍ମୀ-ଗଣେଶ ଙ୍କୁ ମିଳିତ ଭାବରେ ନୂତନ ମୂର୍ତି ପୂଜା କରାଯାଇ ଥାଏ l ଦୀପାବଳୀ ଦିନ ସନ୍ଧ୍ୟା ସମୟ ରେ ଘର, ଦୋକାନ, ଅଫିସ ପ୍ରତ୍ୟେକ ସ୍ଥାନରେ ଲକ୍ଷ୍ମୀ ଗଣେଶ ଙ୍କୁ ପୂଜାର୍ଚନା କରାଯାଇ ଥାଏ l
ପ୍ରତିବର୍ଷ ଦୀପାବଳୀ ରେ ମା ଲକ୍ଷ୍ମୀ ଓ ଗଣେଶ ଙ୍କର ନୂଆ ମୂର୍ତି କିଣା ଯାଇ ଘରକୁ ଅଣାଯାଇ ଥାଏ l ଏବଂ ଦୀପାବଳୀ ଦିନ ନୂଆ ମୂର୍ତିଙ୍କୁ ପୂଜା କରିବା ପରେ ଏହାକୁ ବର୍ଷ ସାରା ଘରେ ରଖାଯାଇ ଥାଏ ଏବଂ ନୂତନ ମୂର୍ତି ବିସର୍ଜନ କରାଯାଏ l ଏହିଭଳି ଭାବରେ ପ୍ରତ୍ୟେକ ବର୍ଷ ଏହି କାର୍ଯ୍ୟ ଦୀପାବଳୀ ରେ କରାଯାଏ l କିନ୍ତୁ କଣ ଆପଣ ଜାଣିଛନ୍ତି ପ୍ରତ୍ୟେକ ବର୍ଷ କାହିଁକି ଦୀପାବଳୀ ଦିନ ନୂଆ ଗଣେଶ ଲକ୍ଷ୍ମୀ ମୂର୍ତି କିଣା ଯାଇଥାଏ ?
ଦୀପାବଳୀ ରେ ମାତା ଲକ୍ଷ୍ମୀ ଓ ଗଣେଶ ଙ୍କର କାହିଁକି ନୂଆ ମୂର୍ତି କିଣା ଯାଇଥାଏ ?
– ଦୀପାବଳୀ ରେ ,ମାତା ଲକ୍ଷ୍ମୀ ଗଣେଶଙ୍କ ନୂଆ ମାଟିର ମୂର୍ତି କିଣିବା ଶୁଭ ହୋଇଥାଏ l କାହିଁକି ନା କୌଣସି ଧାତୁରେ ନିର୍ମିତ ମୂର୍ତି ପୂଜା କଲେ ପରିବର୍ତ୍ତନ କରାଯାଇ ପାରିବ ନାହିଁ l ଯେବେକି ଅନ୍ୟ ମାଟିର ମୂର୍ତି ପୂଜା ସାରିବା ପରେ ବିସର୍ଜନ କରାଯାଇ ଥାଏ, କିନ୍ତୁ ଦୀପାବଳୀ ରେ ପୂଜା ହୋଇଥିବା ମୁତି ବର୍ଷେ ପରେ ପାଣିରେ ବିସର୍ଜନ ହୋଇଥାଏ l
– ବିଶେଷ ଭାବରେ ପ୍ରାଚୀନ କାଳରେ ମାଟି ନିର୍ମିତ ମୂର୍ତି ପୂଜା ହେବାର ଅଧିକ ପ୍ରଚଳନ ରହିଥିଲା l ଯାହାକି ବର୍ଷେ ପର୍ଯ୍ୟନ୍ତ ରହିବା ଦ୍ୱାରା ଖଣ୍ଡିତ ହୋଇଯାଉ ଥିଲା l ସେଥିପାଇଁ ଦୀପାବଳୀ ରେ ନୂଆ ମୂର୍ତି ପୂଜା ପାଇଁ ଅଣାଯାଇ ଥାଏ l
– ଦୀପାବଳୀ ରେ ଲକ୍ଷ୍ମୀ ଗଣେଶ ଙ୍କ ମୂର୍ତି ଧନତେରସ କିଣିବା ଶୁଭ ହୋଇଥାଏ l ଧନତେରସ ରେ ଅନ୍ୟ ବସ୍ତୁ କିଣିବା ସହିତ ଲକ୍ଷ୍ମୀ ଗଣେଶଙ୍କ ମୂର୍ତି ମଧ୍ୟ ଘରକୁ ଆଣନ୍ତୁ l ଚଳିତ ବର୍ଷ ଧନତେରସ ୨୯ ଅକ୍ଟୋବର ରେ ପାଳିତ ହେବ l ତେଣୁ ଏହିଦିନ ମାତା ଲକ୍ଷ୍ମୀ ଓ ଗଣେଶଙ୍କୁ ଘରକୁ ଆଣିବା ଶୁଭ ଅଟେ l
