ଗୋଟିଏ ବ୍ୟକ୍ତି ଜୀବନରେ ସବୁଠୁ ଗୁରୁତ୍ୱପୂର୍ଣ କଥା ହେଲା ସମୟାନୁବର୍ତ୍ତିତା ହେବା l କାହିଁକିନା ସମୟ ଥରେ ଯଦି ହାତରୁ ଖସିଯାଏ ତାହା ଆଉ ଫେରି ନଥାଏ l ସଠିକ ସମୟ ରେ ସଠିକ କାର୍ଯ୍ୟ କରିବା ବ୍ୟକ୍ତିକୁ ଜୀବନ ରେ ସଫଳତା ଶିଖାଇଥାଏ l
ସମୟ କୁ ଠିକ ଭାବରେ ବ୍ୟବହାର କରିବା ଗୋଟିଏ ପ୍ରକାରର ସ୍କିଲ ଅଟେ l ଯାହାକି ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ନଥାଏ, କିନ୍ତୁ ଯେଉଁ ବ୍ୟକ୍ତି ନିକଟରେ ଏହି ଗୁଣଟି ରହିଥାଏ ସେ ଜୀବନରେ ଖୁବ ଆଗକୁ ଯାଇଥାଏ l ସେଥିପାଇଁ କିଭଳି ଆମେ ସମୟାନୁବର୍ତ୍ତିତ ହେବା କିଛିଟା କଥାକୁ ଗୁରୁତ୍ୱ ଦେବା ଜରୁରୀ l
– ଏହି ଛୋଟ ଛୋଟ କଥାକୁ କରନ୍ତୁ ନାହିଁ ଅଣଦେଖା -:
– ପ୍ରତିଦିନ ସକାଳୁ ଉଠି କଣ ରହିଛି ନିଜର କାର୍ଯ୍ୟକ୍ରମ ତାହାକୁ ନେଇ ଗୋଟିଏ କାର୍ଯ୍ୟ ଶୁଚି ପ୍ରସ୍ତୁତ କରନ୍ତୁ l
– ଏବଂ ପ୍ରତ୍ୟେକ କାର୍ଯ୍ୟ ପାଇଁ ନିର୍ଧାରିତ ସମୟ ସୀମା ରଖନ୍ତୁ l
– ଯଦି କିଛି ବଡ଼ କାମ ରହିଛି ତେବେ ତାହାକୁ ଛୋଟ ଛୋଟ କାମରେ ବାଣ୍ଟି ଦିଅନ୍ତୁ l
– ନିଜର ଡିଜିଟାଲ ସ୍ୱାସ୍ଥ୍ୟ ପାଇଁ ସ୍କ୍ରିନ ଟାଇମ ନିର୍ଧାରିତ କରନ୍ତୁ l
– ଯେଉଁ କାମ ଆପଣ କରିବା ଉଚିତ ନୁହେଁ ସେଭଳି କାମକୁ ନା କହିବା ଶିଖନ୍ତୁ l
– ନିଜ ପାଇଁ ପ୍ରତିଦିନ କିଛି ସମୟ ବାହାର କରନ୍ତୁ, ଯାହାଦ୍ୱାରା ଆପଣ ନିଜକୁ ରିଚାର୍ଜ କରିପାରିବେ l
– ନିଜର ଟାଇମ ମ୍ୟାନେଜମେଣ୍ଟ କୁ ଠିକ ଭାବରେ ଆକଳନ କରନ୍ତୁ ଯାହାଦ୍ୱାରା ସମୟାନୁବର୍ତ୍ତିତା ହେବାର ଅଧିକ ସୁଯୋଗ ମିଳିବ l