Odisha news

ଆଜିର ଯୁବ ସମାଜକୁ  ପ୍ରତି ବିପଦରେ ପକାଉଛି ଏହି ୩ଟି ଜିନିଷ

0

ଯୁବାବସ୍ଥା ଜୀବନର ଗୋଟିଏ ମହତ୍ଵପୁର୍ଣ ସମୟ ଅଟେ l ଏହି ସମୟରେ ବ୍ୟକ୍ତି ନିକଟରେ ଶକ୍ତି, ସାମର୍ଥ୍ୟ, ସାହସ ଓ କାର୍ଯ୍ୟ କରିବାର ନିଶା ଛାଇ ରହିଥାଏ l ତେଣୁ ପ୍ରତିଟି ମଣିଷକୁ ଯୁବାବସ୍ଥାର ଗୁରୁତ୍ୱକୁ ବୁଝିବା ଆବଶ୍ୟକ ଓ ନିଜ ଲକ୍ଷ ପ୍ରତି ମଧ୍ୟ ଗମ୍ଭୀର ହେବା ଆବଶ୍ୟକ l ଶାସ୍ତ୍ର ଅନୁସାରେ ମଧ୍ୟ କୁହାଯାଇଛି ଯେ ଯଦି ଆପଣ ଜିନର ଯୁବାବସ୍ଥାକୁ ଠିକ ଭାବରେ ବୁଝି ନଥାଆନ୍ତି ତେବେ ଆପଣ ଜୀବନରେ ପଶ୍ଚାତାପ କରିବା ଛାଡ ଆଉ କିଛି ନଥାଏ l ଯୁବାବସ୍ଥା ରେ ବ୍ୟକ୍ତି ଯାହା କିଛି ଅର୍ଜନ କରିଥାଏ ବୃଦ୍ଧ ବୟସରେ ତାହା ତାର ସାହାରା ହୋଇଥାଏ l

ତେଣୁ ବ୍ୟକ୍ତି ସର୍ବଦା ନିଜର ଯୁବାବସ୍ଥାକୁ ନେଇ ସଚେତନ ରହିବା ଆବଶ୍ୟକ l ଯଦି ଜଣେ ଯୁବକ ଠିକ ଭାବରେ ନିଜର ରଣନୀତି କୁ ବୁଝି ସୁଝି କାର୍ଯ୍ୟ କରି ପାରିଥାଏ ତେବେ ସିଏ ଭବିଷ୍ୟତରେ ସୁଖରେ ରହିଥାଏ l

* ପ୍ରଥମ ଅଭ୍ୟାସଟି ହେଲା ଆଳସ୍ୟ -ଜଣେ ଯୁବକ କେବେବି ଆଳସ୍ୟ ଭାବି ପ୍ରକାଶ କରିବା ଉଚିତ ନୁହେଁ l କାରଣ ଆଳସ୍ୟ ଭାବି ଜୀବନରେ ଉନ୍ନତି କରିବାକୁ ଦେଇ ନଥାଏ ଓ ମଣିଷକୁ ପଙ୍ଗୁ କରି ଦେଇଥାଏ l ଜଣେ ଯୁବକ ନିଜ ବୁଦ୍ଧି ଓ ପରିଶ୍ରମ ବଳରେ ଯେଉଁ କାର୍ଯ୍ୟକୁ ଠିକ ଭାବରେ କରିଥାଏ ତାହା ଜଣେ ମଧ୍ୟ ବୟସ୍କ ବ୍ୟକ୍ତି ନିକଟରେ କରିବା ସମ୍ଭବ ହୋଇ ନଥାଏ l ଯେଉଁ ବ୍ୟକ୍ତି ଅଳସୁଆ ସେ କଦାପି ସମୟର ମୂଲ୍ୟକୁ ବୁଝି ନଥାଏ l

* ଗୁରୁଜନଙ୍କ କଥାକୁ ଗୁରୁତ୍ୱ ନଦେବା – ଆମ ଗୁରୁଜନ ମାନେ ସର୍ବଦା ଆମର ଦିଗଦର୍ଶକ l ସେମାନେ ଆମକୁ ଠିକ କଥା କହିବା ସହିତ ଠିକ ରାସ୍ତା ଦେଖାଇ ଥାଆନ୍ତି l ତେଣୁ ତାଙ୍କ କଥାକୁ ଗୁରୁତ୍ୱ ଦେବା ସହିତ ଠିକ ଭାବରେ କାର୍ଯ୍ୟରେ ସମୟକୁ ବିନିଯୋଗ କରିବା ଉଚିତ l ଗୁରୁଜନ ମାନେ ଆମକୁ ସର୍ବଦା ଭଲ ସଂଗ ରେ ରହିବାକୁ ପରାମର୍ଶ ଦିଅନ୍ତି l ତାହା ପ୍ରତିଟି ଯୁବକ ମାନି ରଖିବା ଆବଶ୍ୟକ l

* ନିଶା ଓ ମୋବାଇଲ ରେ ବ୍ୟସ୍ତ ରହିବା – ଆଜିକାଲିର ଯୁବ ଗୋଷ୍ଠୀ ନିଶା ଆଡକୁ ଅଧିକ ଆକର୍ଷିତ ହେଉଛନ୍ତି l ଯାହା ତାଙ୍କ ପୈଁଗୋଟିଏ ଚିନ୍ତାର କାରଣ ଅଟେ l ଯେଉଁ ଯୁବକ ମାନେ ନିଶାରେ ବୁଡି ରହି ଶାରୀରିକ ଓ ମାନସିକ ଉଭୟ ଦ୍ୱାରା ଦୁର୍ବଳ ହୋଇ ଯାଉଛନ୍ତି ସେମାନେ ସଚେତନ ରହିବା ଆବଶ୍ୟକ l କାରଣ ନିଶା ଜଣେ ବ୍ୟକ୍ତିକୁ ଖରାପ ବାଟରେ ନେଇ ଯାଇଥାଏ l ଏହାଛଡା ନିଜକୁ କୌଣସି ନିର୍ଦ୍ଧିଷ୍ଟ କାର୍ଯ୍ୟରେ ବ୍ୟସ୍ତ ରଖିବା ପରିବର୍ତେ ଦିନରାତି ମୋବାଇଲ ରେ ବ୍ୟସ୍ତ ରହୁଛନ୍ତି l

Leave A Reply