ଶନି ଦେବ ହେଉଛନ୍ତି କଳିଯୁଗ ର ଦଣ୍ଡାଧିକାରୀ, ଯିଏ ଅଟନ୍ତି ନ୍ୟାୟର ଦେବତା l ଶନି ହିଁ କଳିଯୁଗ ରେ ଭୁଲ ଠିକ ର ନ୍ୟାୟ କରିବେ l ଶନି ଙ୍କ ଅଦାଲତ ରେ ଦୋଷୀ କୁ ଉପଯୁକ୍ତ ଦଣ୍ଡ ମିଳିଥାଏ l ତେଣୁ ଏହି କାରଣରୁ ଶନି ଙ୍କ ନାମ ମାତ୍ର ହିଁ ଲୋକଙ୍କ ଭୟ ଜାତ ହୋଇଥାଏ l ଶନି ଦେବ ହିଁ ବ୍ୟକ୍ତିର କୌଣସି ଭୁଲ କୁ କ୍ଷମା କରନ୍ତି ନାହିଁ l ସେହି ଭୁଲ ଜାଣତରେ ହେଉ କି ଅଜାଣତ ରେ l ଶନି କେତେବେଳେ ଦଣ୍ଡ ଦେବେ ତାହା ସଭିଙ୍କୁ ଅଜଣା ଅଟେ l
ସାଢେ ସାତୀ ର ପ୍ରଭାବ –
ଶନି ଯେତେବେଳେ ସାଢେ ସାତି ଅର୍ଥାତ ସାଢେ ୭ବର୍ଷ ଚଳନ ହୋଇଥାଏ ବ୍ୟକ୍ତି ସମ୍ଭାଳିକି କାର୍ଯ୍ୟ କରିବା ଜରୁରୀ l କାହିଁକି ଏହି ସମୟ ରେ ଶନି ଖୁବ ଶକ୍ତିଶାଳୀ ହୋଇ ଥାଆନ୍ତି l ଯଦି ପୂର୍ଵରୁ ଆପଣ କିଛି ଭଲ କାର୍ଯ୍ୟ କରିଥିବେ ତେବେ ଶନି ଆପଣଙ୍କୁ ଛପର ଫାଡ଼ି ଧନ ଦୌଲତ ରେ ପୋତି ପକାଇବେ l ଯଦି ଭୁଲ କରିଥିବେ ତେବେ ଭୟଙ୍କର ପରିଣାମ ଦେବେ l ବର୍ତମାନ ମକର., କୁମ୍ଭ ଓ ମୀନ ରାଶିରେ ଶନି ଙ୍କ ସାଢେ ସାତି ପରାଭବ ରହିଛି l
ଅଢେଇ ର ପ୍ରଭାବ –
ଏବଂ ଯେତେବେଳେ ଶନି ଙ୍କର ପ୍ରଭାବ କୌଣସି ରାଶି ଉପରେ ଅଢେଇ ବର୍ଷ ରହିବ ତେବେ ଏଥିରେ ମଧ୍ୟ ଶନି ଙ୍କ ଭୟଙ୍କର ପ୍ରଭାବ ଦେଖିବାକୁ ମିଳିବ l ତେଣୁ ଏହି ସମୟ ରେ ଭଲ କର୍ମ କରିବା ଜରୁରୀ l ଭୁଲ କଲେ କ୍ଷମା ମାଗିବା ଜରୁରୀ l ଏପରି କରିବା ଦ୍ୱାରା ଶନି ଙ୍କ କଠୋର ଦଣ୍ଡ ଭୋଗିବାକୁ ପଡିଥାଏ l ଯଦି ପୂର୍ବରୁ କିଛି ଭୁଲ କାର୍ଯ୍ୟ କରିଛନ୍ତି ତେବେ ପ୍ରାୟଶ୍ଚିତ କରିବା ଜରୁରୀ l ଏପରି କରିବା ଦ୍ୱାରା ଶନି ଙ୍କ କଠୋର ପ୍ରଭାବ ହ୍ରାସ ହୋଇଥାଏ l ବର୍ତମାନ କର୍କଟ ରାଶି ଓ ବିଛା ରାଶିରେ ଶନିଙ୍କ ଅଢେଇ ବର୍ଷ ପ୍ରଭାବ ରହିଛି l ଯାହାକି ୨୦୨୫ ପର୍ଯ୍ୟନ୍ତ ରହିବ l
ଶନି ଦେବ ପସନ୍ଦ କରନ୍ତି ନାହିଁ ଏହି ସବୁ କାର୍ଯ୍ୟ –
– କାହାକୁ ହଇରାଣ କରନ୍ତୁ ନାହିଁ l
– କାହାରି ଧନ କୁ ଲୋଭ କରନ୍ତୁ ନାହିଁ l
– ଗରିବ ର ହକ କୁ ନିଅନ୍ତୁ ନାହିଁ l
– ନିରୀହ ଜୀବଜନ୍ତୁ ଙ୍କୁ କଷ୍ଟ ଦିଅନ୍ତୁ ନାହିଁ l