ବର୍ତମାନ ବିଶ୍ୱ ଥରହର , ଇସ୍ରାଏଲ -ଇରାନ ଯୁଦ୍ଧକୁ ନେଇ ବିଶ୍ୱରେ ଚିନ୍ତା ଘାରିଛି l ମଙ୍ଗଳବାର ଦିନ ଇରାନ ପକ୍ଷରୁ ଇସ୍ରାଏଲ ଉପରେ କରାଯାଇଥିବା ଆକ୍ରମଣ ପରେ ପୂର୍ବରୁ ଅସ୍ଥିର ଥିବା ମିଡିଲ-ଇଷ୍ଟ ରେ ଟେନ୍ସନ ବୃଦ୍ଧି l ଇସ୍ରାଏଲ ମଧ୍ୟ ଏହାର ପ୍ରତିଶୋଧ ନେବ ବୋଲି ଚେତାବନୀ ଦେଇଛି l ଏଥି ମଧ୍ୟରେ ଅନେକ ଗୁଡିଏ ଏୟାର ଲାଇନ ପକ୍ଷରୁ ଲେବାନନ ଓ ଇସ୍ରାଏଲ ପାଇଁ ଉଡାଣ ରଦ୍ଧ ସମୟ ବୃଦ୍ଧି ହୋଇ ଯାଇଛି l ଇଣ୍ଡିଆ ଟୁଡ଼େ ର ରିପୋର୍ଟ ଅନୁସାରେ ଲୁଫଥନ୍ସ , କେଏଲଏମ, ଏମିରଟସ ଓ ମଇଁଷ ଏୟାର ଲାଇନ୍ସ ସମେତ ଟପ ଏୟାର ଲାଇନ୍ସ ଗୁଡିକ ଇସ୍ରାଏଲ, ଇରାନ ଓ ଲେବାନନ ପାଇଁ ନିଜର ଉଡାଣ ନିଲମ୍ବନ କରିଛନ୍ତି l
ଇସ୍ରାଏଲ ପୂର୍ବରୁ ଗାଜା ଓ ଲେବାନନ ଉପରେ ଆକ୍ରମଣ ଜାରି ରଖିଛି ଏବଂ ଇରାନ ର ଆକ୍ରମଣ ପରେ ସ୍ଥିତି ଆହୁରି ଗମ୍ଭୀର ହୋଇ ଯାଇଛି l ଯୁଦ୍ଧର ଆଶଙ୍କା କୁ ଦେଖି ଡଚ ଏୟାରଲାଇନ୍ସ klm ପକ୍ଷରୁ କୁହାଯାଇଛି ଯେ ଚଳିତ ବର୍ଷର ଶେଷ ପର୍ଯ୍ୟନ୍ତ ଉଡାଣ ରଦ୍ଧ କରି ଦିଆଯାଇଛି l ତେଣୁ ଅନେକ ଗୁଡିଏ ଦେଶ କିଏ ନିଜର ଉଡାଣ କୁ ସ୍ଥଗିତ ରଖିବା ର ଅବଧି ବଢ଼ାଇଛନ୍ତି ତ ଆଉ କେହି ଉଡାଣ ପାଇଁ ରୁଟ ପରିବର୍ତନ କରିଛନ୍ତି l ଏୟାର ଇଣ୍ଡିଆ ପକ୍ଷରୁ ମଧ୍ୟ ଯାତ୍ରୀଙ୍କ ସୁରକ୍ଷା କୁ ଦେଖି ଉଡାଣ ରଦ୍ଧ କରାଯିବ କି ନାହିଁ ନିଷ୍ପତି ନିଆଯିବ l
