Odisha news

୧୮ ନଂ ଜାତୀୟ ରାଜପଥର “ବ୍ଲାକସ୍ପଟ” ଚିହ୍ନିତ ସ୍ଥାନ ପ୍ରତି ପ୍ରଶାସନର ନିଘା ନାହିଁ : ଦୈନନ୍ଦିନ  ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି ନୀରିହ ଲୋକ 

0
ବେତନଟୀ : ବେତନଟୀ ବ୍ଲକ  ବୈଶିଙ୍ଗା ଥାନା ଅଧୀନ ୧୮ ନଂ ଜାତୀୟ ରାଜପଥର କଳମା ଛକ ଠାରୁ ଛୁରୁଣୀ ଛକ  ପର୍ଯ୍ୟନ୍ତ ୧୮ କିଲୋମିଟର ଦୂରତା ମଧ୍ୟରେ ଦୁର୍ଘଟଣା ପ୍ରବଣ ଅଞ୍ଚଳ ମଧ୍ୟରେ କେତୋଟି “ବ୍ଲାକ ସ୍ପଟ” ଚିହ୍ନିତ ହୋଇଛି । ସେଥି ମଧ୍ୟରୁ ଗଡେଦେଉଳିଆ ନିକଟସ୍ଥ ରଘୁନାଥ ପୁର ଛକ ,  ରଙ୍ଗାମାଟିଆ ଛକ , ଜରକା ଛକ ଏବଂ ଆଗ୍ରିଆ ବାଇପାସ ଛକ ଭଳି ଚାରୋଟି ବ୍ଲାକ ସ୍ପଟ ଚିହ୍ନିତ କରାଯାଇଛି । ଏହି ସ୍ଥାନ ଗୁଡିକରେ ଦୁର୍ଘଟଣା ଏଡାଇବା ପାଇଁ କୌଣସି ସୂଚନା ର ସଚେତନତା ବ୍ୟବସ୍ଥା କରାଯାଇ ନଥିବାର ଦେଖା ଯାଇଛି l ବିଶେଷ କରି ବୈଶିଙ୍ଗା ବଜାର କୁ ଲାଗି ଥିବା ଦୁଇ ପାର୍ଶ୍ଵରେ ଥିବା ରଙ୍ଗାମାଟିଆ ଛକ ଏବଂ ଜରକା ଛକ ଦୁଇଟି ମୂଖ୍ୟ ଦୁର୍ଘଟଣା ପୂର୍ଣ୍ଣ ଛକ ହୋଇଯାଇଛି ।  ରଙ୍ଗାମାଟିଆ ଛକ ବାଇପାସ ନିକଟରେ ଡିଭାଇଡର ର ଗୋଟିଏ ପାର୍ଶ୍ଵରୁ ଅନ୍ୟ ଏକ ପାର୍ଶ୍ଵକୁ ଯିବା ପାଇଁ ତଳିଆ ହୋଇଥିବା ବେଳେ ଗଣ୍ଡର୍ଦ୍ଦା ,କସିପଦା , ବାଲକା , ରଙ୍ଗା ମାଟିଆ ଅଞ୍ଚଳ ଦେଇ ଯାଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ୧୮ ନଂ ଜାତୀୟ ରାଜପଥକୁ ଏହି ଠାରେ ସଂଯୋଗ କରୁଅଛି। ଏହି ଛକ ନିକଟରେ ମହାତ୍ମା ଗାନ୍ଧୀ ମହାବିଦ୍ୟାଳୟ ଅନୁଷ୍ଠିତ ଥିବାରୁ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ବୈଶିଙ୍ଗା ବଜାରକୁ ଆସୁଥିବା ଲୋକ ମାନଙ୍କର  ଯାତାୟାତ  ହୋଇଥାଏ । ସେହି ଭଳି ବୈଶିଙ୍ଗା ଥାନା ଠାରୁ ୧ କି.ମି. ଦୂର ଜରକା ବାଇପାସ ଛକ ଜୁଗପୁରା- ମେରଦା ଅଞ୍ଚଳକୁ ଯିବା ଆସିବା ପାଇଁ ମୂଖ୍ୟ ରାସ୍ତା ହୋଇଥିବାରୁ ବହୁବାର ଦୁର୍ଘଟଣା ହେଉଥିବାର ଦେଖାଯାଉଛି । ଏହା ବାଦ ଆଗ୍ରିଆ ବାଇପାସ ଛକରୁ ବିଶ୍ରାମପୁର, ନଡପୁର , ଶିଳପୁରିଆ , ପାଟଳିପୁରା ଆଦି ଅଞ୍ଚଳକୁ ଆରଡି ରାସ୍ତା ସଂଯୋଗ କରୁଥିବାରୁ ଆଗ୍ରିଆ ଛକ ନିକଟରେ  ବାରମ୍ବାର ଦୁର୍ଘଟଣା ଘଟୁଥିବାର ଦେଖା ଯାଉଛି l ଏହି ତିନୋଟି ସ୍ଥାନକୁ ପ୍ରଶାସନ, ପୁଲିସ ବିଭାଗ ଏବଂ ରାଜପଥ ବିଭାଗ ବ୍ଲାକ ସ୍ପଟ ଭାବେ ଚିହ୍ନଟ କରିଥିଲେ ମଧ୍ୟ ପ୍ରତିକାର ର କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଦୁର୍ଘଟଣାକୁ ଏଡାଇବା ପାଇଁ ରାଜପଥରେ ବିଭିନ୍ନ ସ୍ଥାନରେ ଲୁହାବାଡର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଏହି ବ୍ଲାକ ସ୍ପଟ ଗୁଡିକରେ ସେଭଳି କିଛି ପ୍ରତିରୋଧ ବ୍ୟବସ୍ଥା କରାଗଲେ ହୁଏତ ଦୁର୍ଘଟଣା ରୋକା ଯାଇପାରନ୍ତା ।
Nalco
Leave A Reply