ବାଲିପାଟଣା : ଆଜି ପୂର୍ବାହ୍ନରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ବାଲିପାଟଣା ବ୍ଲକ ପରିଦର୍ଶନ ରେ ଆସି ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହିତ ଏକ ବୈଠକ ରେ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଛନ୍ତି।ବିଭିନ୍ନ ସରକାରୀ ଯୋଜନା କିପରି କାର୍ଯ୍ୟକାରୀ ହେଉଛି ଏବଂ କେଉଁଠାରେ ପ୍ରତିବନ୍ଧକ ରହିଛି ଏ ସମ୍ପର୍କରେ ପଚାରି ବୁଝିଥିଲେ।ବାଲିପାଟଣା ଛକ ଠାରେ ସାଂସଦ ପହଞ୍ଚିବା ପରେ ଦଳୀୟ କର୍ମୀ ମାନେ ଶହ ଶହ ସଂଖ୍ୟାରେ ଉପସ୍ଥିତ ରହି ତାଙ୍କୁ ସ୍ଵାଗତ କରିଥିଲେ।ଉତ୍କଳମଣି ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଏକ ବିରାଟ ଶୋଭାଯାତ୍ରାରେ ଶ୍ରୀମତୀ ଷଡ଼ଙ୍ଗୀ ଚାଲି ଚାଲି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ।ସେଠାରେ ବିଡ଼ିଓ ସ୍ମୃତିପ୍ରଜ୍ଞା ପ୍ରିୟଦର୍ଶିନୀ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହି ତାଙ୍କୁ ସ୍ଵାଗତ କରିଥିଲେ।ସମୀକ୍ଷା ବୈଠକରେ ବାଲିପାଟଣା ଭିଙ୍ଗାରପୁର ରାସ୍ତାର ତୁରନ୍ତ ମରାମତି ପାଇଁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଦଳୀୟ ନେତା ଶଶି ଭୂଷଣ ପାତ୍ର,ଶିବ ମଲ୍ଲିକ,ଦ୍ବାରିକାନାଥ ଚୌଧୁରୀ,ତାପସ ଜେନା ଦିଲୀପ ପଟ୍ଟନାୟକ ଅଶୋକ ପଟ୍ଟନାୟକ ନାରାୟଣ ଖୁଣ୍ଟିଆ ପ୍ରମୁଖ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସାଂସଦ ଙ୍କୁ ଉତ୍ସସିତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ସମୀକ୍ଷା କାର୍ଯ୍ୟକ୍ରମ ପରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ନରିଶୋ ଯାଇ ଏକ ଏ ଏନ୍ ଏମ କେନ୍ଦ୍ର ଉଦଘାଟନ କରିଥିଲେ।ସାଂସଦ ଙ୍କୁ ବାଲିପାଟଣା ପ୍ରେସ କ୍ଲବ୍ ତରଫରୁ ସଭ୍ୟ ମାନେ ସାକ୍ଷାତ କରି ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।