ସାଲେପୁର,୧୬/୮:- ଗତକାଲି ପବିତ୍ର ସ୍ୱାଧୀନତା ଦିବସ ଅବସରରେ ସାଲେପୁର ବ୍ଲକ ବାଲିସାହି ପଞ୍ଚାୟତ ମଣ୍ଡପ ଠାରେ ବିଜୁ ଜନତା ଦଳର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ସଭାପତିତ୍ୱରେ ଆହୁତ ବୈଠକରେ ଆସନ୍ତା ୧୭ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ସାଲେପୁର ବ୍ଲକର ୩୫ଟି ପଞ୍ଚାୟତ ସମ୍ମୁଖରେ ବିଜୁ ଜନତା ଦଳ ପକ୍ଷରୁ ଧାରଣା ଦିଆଯିବା ପାଇଁ ସ୍ଥିର କରାଯାଇଛି। ରାଜ୍ୟ ବିଜେପି ସରକାରର ମିଥ୍ୟା ପ୍ରତିଶୃତି ଯଥା ୩ହଜାର ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ, ପ୍ରତି ଘରକୁ ୩ଶହ ୟୁନିଟି ବିଜୁଳି ମାଗଣା ପ୍ରଦାନ, ପ୍ରତି ମହିଳା ମାନଙ୍କୁ ସୁଭଦ୍ରା ଯୋଜନାରେ ପଚାଶ ହଜାର ଟଙ୍କା ପ୍ରଦାନ ଭଳି ଧୂଆଁ ବାଣ ମାରିଥିବା ମୋହନ ସରକାର ବିରୁଦ୍ଧରେ ଲଢେଇ ତୀବ୍ରତର କରାଯିବ ବୋଲି ବିଧାୟକ ପ୍ରକାଶ କରିଥିଲେ। ୨୪ ବର୍ଷରେ ନବୀନ ସରକାର ୭୮ ହଜାର କୋଟି ରାଜ୍ୟର ବିକାଶ ପାଇଁ ଋଣ କରିଥିବା ବେଳେ ମୋହନ ସରକାର ୩ ମାସରେ ଚୌରାଳିଶି ହଜାର କୋଟି ଋଣ କରିଥିବା ଓ ସେ ଟଙ୍କାରେ ରାଜ୍ୟର କେଉଁ ବିକାଶ ହେଉଛି ପ୍ରଶ୍ନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାଲେପୁର ବ୍ଲକ ଅଧକ୍ଷ ରାମଚନ୍ଦ୍ର ଭୋଇ, ଆତ୍ମା ସଭାପତି ଦିଲ୍ଲୀପ ଦାଶ, ବିଜେଡି ନେତା ରମେଶ ଜେନା, ଚିତ୍ତରଞ୍ଜନ ମହାନ୍ତି, ନାରାୟଣ ପତି, ଜିଲ୍ଲା ପରିଷଦ ସଭ୍ୟା ରଞ୍ଜିତା ସେଠୀ, ଯୁବ ନେତା ବିରଞ୍ଚି ନାରାୟଣ କର, ବିଶ୍ୱଜିତ ବିଶ୍ୱାଳ,ଗୁଲରେଜ ଅଲ୍ଲୀ ସରପଞ୍ଚ ଜ୍ଞାନ ରଞ୍ଜନ ପଟ୍ଟନାୟକ, ଅଶୋକ ଭୂୟାଁ, ସୁଧାଂଶୁଵାଲା ଜେନା, ପବିତ୍ର ସାମଲ, ସମିତି ସଭ୍ୟ ଗୌତମୀ ମଲ୍ଲିକ,ସୁଧୀର ପ୍ରଧାନ, ସୋମ୍ୟ ରଞ୍ଜନ ମଲ୍ଲଙ୍କ ସମେତ ବହୂ ପଞ୍ଚାୟତ ଜନପ୍ରତିନିଧି ଓ ବ୍ଲକ ଏବଂ ପଞ୍ଚାୟତ ସ୍ତରୀୟ ନେତୃମଣ୍ଡଳି ଯୋଗ ଦେଇଥିଲେ
