Odisha news

କାଉଡିଆ ବିବାଦ କଣ ? ଯାହାକୁ ନେଇ ଦେଶର ରାଜନୀତି ଗରମ

0

ଶ୍ରାବଣମାସ ମାସ ଆସିଯିବ ମାତ୍ରକେ ଭାରତରେ ସନାତନୀ ହିନ୍ଦୁ ମାନଙ୍କର କଉଡିଆ ଯାତ୍ରା ଆରମ୍ଭ ହୋଇଯାଇ ଥାଏ, ଏହି ସମୟରେ ଭାରତ ବର୍ଷର ପ୍ରେତ୍ୟେକ ଶୈବ ପୀଠ ଗୁଡିକରେ ଶୈବ ଉପାସକ ମାନଙ୍କର ଭିଡ଼ ଲାଗି ଯାଇଥାଏ l ଏବଂ ଏହା ସହିତ ରାସ୍ତା ରେ ବୋଲ ବମ ହର ହର ବମ ଧ୍ୱନୀରେ କମ୍ପି ଉଠିଥାଏ l କିନ୍ତୁ ଏହି ସମୟରେ ଏହି କଉଡିଆ ଯାତ୍ରା କୁ ନେଇ ରାଜନୀତି ସରଗରମ ହୋଇ ଉଠିଛି l

ଠିକ ଏହି ସମୟରେ ଉତ୍ତରପ୍ରଦେଶ ର ମୁଜାଫର ନଗର ଜିଲ୍ଲା ରେ କାଉଡିଆ ଯାତ୍ରା କୁ ନେଇ ଗୋଟିଏ ନୂଆ ଆଦେଶ ଲାଗୁ ହୋଇଛି l ଯେଉଁ ଆଦେଶ ରେ ସମସ୍ତ ଦୋକାନୀ ଙ୍କୁ ଦୋକାନ ସାମ୍ନାରେ ନିଜର ନାମ ଗୋଟିଏ ବୋର୍ଡ ରେ ଲେଖି ନିଜ ଗ୍ରାହକଙ୍କୁ ଜଣାଇବେ କି ସେ କେଉଁ ଜାତି ଏବଂ କେଉଁ ଧର୍ମର ଅଟନ୍ତି l ବିଶେଷ ଭାବରେ ଏହି ନିୟମ ହରିଦ୍ୱାର କୁ ଯାଉଥିବା ରାସ୍ତା ଓ ଅନ୍ୟ ଶୈବ ପୀଠ କୁ ଯାଉଥିବା ରାସ୍ତାରେ ରହିଥିବା ଢ଼ାବା, ଖାଦ୍ୟ ଷ୍ଟଲ ଲଗାଉଥିବା ଟ୍ରଲି  ଓ ହୋଟେଲ ଗୁଡିକ ଆଗରେ ନିଜର ସଠିକ ପରିଚୟ ଲେଖି ଟାଙ୍ଗିବା ଜରୁରୀ ବୋଲି କୁହାଯାଇଛି l ଯାହାକୁ ଦେଖିବା ଦ୍ୱାରା ଜଣ ପଡ଼ିଯିବ ଯେ ଉକ୍ତ ଦୋକାନୀଙ୍କ ଧର୍ମ କଣ ଓ ଜାତି କଣ , ଏହାକୁ ନେଇ ବର୍ତମାନ ସାରା ଭାରତରେ ରାଜନୈତିକ ବିବାଦ ତେଜିବାରେ ଲାଗିଛି l

ପ୍ରଶାନସ ପକ୍ଷରୁ ଏହି ନିୟମ ଲାଗୁ ହେବାକୁ ନେଇ ଦୁଇଟି ମତ ରଖାଯାଇଛି, କୁହାଯାଇଛି ଯେ ଏହା କିଛିଟା ଭ୍ରମ ସ୍ଥିତିକୁ ଦୂର କରିବା ପାଇଁ କୁହାଯାଇଛି, ଭ୍ରମ ଏହାକି ଦୋକାନ ଓ ଢ଼ାବାକୁ ନେଇ l ମୁଜାଫରନଗର ଓ ଏହାର ଆଖପାଖ ଅଂଚଳ ରେ ଏଭଳି ଅନେକ ହୋଟେଲ ଓ ଢ଼ାବା ରହିଛି ଯାହାର ନାମ ଦେଖିଲେ ଲାଗିଥାଏ ଯେ ଏହାକୁ ସଞ୍ଚାଳିତ କରୁଥିବା ଲୋକ ହିନ୍ଦୁ, କିନ୍ତୁ ଯେତେବେଳେ ଜନସାଧାରଣ ଙ୍କୁ ଜଣାପଡେ ଯେ ଏହି ବ୍ୟକ୍ତି କୌଣସି ବିଶେଷ ଧର୍ମ ର ଅଟନ୍ତି ଏବଂ ହିନ୍ଦୁ ନୁହନ୍ତି ଏହାଦ୍ୱାରା କାଉଡିଆ ଯାତ୍ରା ଉପରେ ଯାଉଥିବା ଶ୍ରଦ୍ଧାଳୁ ଏବଂ ମାଲିକ ଙ୍କ ମଧ୍ୟରେ ଝଗଡା ହୋଇଥାଏ l ଏହି ଭ୍ରମ କୁ ଦୂର କରିବା ପାଇଁ ପ୍ରଶାସନ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି l

ଏହି ନିଷ୍ପତି ନେବାର କାରଣ ହେଉଛି କାଉଡିଆ ଯାତ୍ରା ସମୟ ରେ ହିନ୍ଦୁ ନିଜର ପବିତ୍ରତା ବଜାୟ ରଖନ୍ତୁ l ଏହାଦ୍ୱାରା ଭକ୍ତ ମାନେ ମଧ୍ୟ ଜାଣି ପାରିବେ ଯେ ସେ କେଉଁ ଧର୍ମର ବ୍ୟକ୍ତିଙ୍କ ଦୋକାନ ରେ ଖାଦ୍ୟ ଗ୍ରହଣ କରୁଛନ୍ତି l ସବୁଠୁ ବଡ଼ କଥାଟି ହେଲା ଏହା ସମସ୍ତ ଧର୍ମର ଲୋକଙ୍କ ପାଇଁ ଲାଗୁ ହୋଇଛି l ଏଥିରେ କେଉଁଠି କୁହାଯାଇ ନାହିଁ ଯେ ଏହା କୌଣସି ବିଶେଷ ଧର୍ମ ପାଇଁ ଲାଗୁ l ଯଦି ହିନ୍ଦୁ ହୋଇଥିବେ ତେବେ ସେ ନିଜର ଜାତି ସୂଚେଇବା ଜରୁରୀ l କିନ୍ତୁ ବର୍ତମାନ ଏହାକୁ ଦେଶର ରାଜନୀତି ସରଗରମ ହୋଇ ଉଠିଛି l ବିପକ୍ଷ କହୁଛନ୍ତି ଯେ ଏହାଦ୍ୱାରା ବିଜେପି ହିନ୍ଦୁ ମୁସ୍ଲିମ ଙ୍କ ମଧ୍ୟରେ ପାର୍ଥକ୍ୟ କରୁଛି l ଏହି ବିପକ୍ଷରେ ରହିଛନ୍ତି ଅସବୁଦିନ ଅଵେଶୀ , ଅଖିଳେସ ଯାଦବ, କଂଗ୍ରେସ ପାର୍ଟି, ଜେଡିୟୁ, ଏବଂ ଏମିତିବି କିଛି ମନ୍ତ୍ରୀ ଅଛନ୍ତି ଯିଏକି ଉତ୍ତରପ୍ରଦେଶ ବିଜେପି ର ରହିଛନ୍ତି l

Govt
Leave A Reply